ଦାନ୍ତକୁ ସୁନ୍ଦର ଏବଂ ସୁସ୍ଥ ରଖିବା ପାଇଁ ଏହାର ଯତ୍ନ ନେବା ଜରୁରୀ। ତେବେ ଆସନ୍ତୁ ଜାଣିବା କିପରି ରଖିବେ ଦାନ୍ତକୁ ଶକ୍ତ ଏବଂ ମଜଭୁତ।

whitening teeth

ଅଧିକ ପଢ଼ନ୍ତୁ: ଦାନ୍ତରେ କ୍ଲିପ ଲଗାଇବା କେତେ ସୁରକ୍ଷିତ? ଜାଣନ୍ତୁ

ସୁନ୍ଦର ଦାନ୍ତ ମୁହଁର ସୁନ୍ଦରତା ବଢ଼ାଇବାରେ ସାହାଯ୍ୟ କରିଥାଏ। ତେଣୁ ଶକ୍ତ ଏବଂ ମଜଭୁତ ଦାନ୍ତ ପାଇଁ କେତେକ ଦିଗ ପ୍ରତି ଧ୍ୟାନ ଦେବା ଆବଶ୍ୟକ।

ଦିନର ଦୁଇ ଥର ପାଟିରେ ପାଣି ରଖି ଭଲ ଭାବେ ଦାନ୍ତ ସଫା କରନ୍ତୁ। ଦାନ୍ତ ଘଷିବା ସମୟରେ ଏବଂ ରାତିରେ ଖାଇବା ପରେ ପାଟିରେ ଅଧିକ ସମୟ ପର୍ଯ୍ୟନ୍ତ ପାଣି ରଖି କୁଳି କରନ୍ତୁ। ଯାହା ଫଳରେ ଦାନ୍ତ ମୂଳରୁ ସବୁ ଅପରିଷ୍କାର ଖାଦ୍ୟ, ପଦାର୍ଥ ବାହାରିଆସିଥାଏ।

ଦିନର ଦୁଇ ଥର ବ୍ରଶ କରନ୍ତୁ। ବ୍ରଶ ବ୍ରିଶଲକୁ ଅଧିକ ସମୟ ପାଟିରେ ନ ରଖି ଭଲ ଭାବେ ଦାନ୍ତ ଘଷନ୍ତୁ। ପ୍ରତି ଥର ୨ମିନିଟ ଲେଖାଏଁ ଦାନ୍ତ ଘଷିବା ଭଲ।

ଫ୍ଲୋରାଇଡ ଥିବା ପେଷ୍ଟ ବ୍ୟବହାର କରନ୍ତୁ। ଫ୍ଲୋରାଇଡ ଦାନ୍ତକୁ ଶକ୍ତ କରିବା ସହ ଟିଥ କ୍ୟାଭିଟି ସମସ୍ୟା ଦୂର କରିଥାଏ।

brush your teeth before bed

ଅଧିକ ପଢ଼ନ୍ତୁ: ହଳଦିଆ ଦାନ୍ତରୁ ମୁକ୍ତି ପାଇଁ ଆପଣାନ୍ତୁ ଏହି ଘରୋଇ ଉପାୟ

ପ୍ରତି ୩-୪ ମାସରେ ଆପଣଙ୍କ ଟୁଥ ବ୍ରଶ ବଦଳାଇ ଦିଅନ୍ତୁ। ଅଧିକ ଦିନ ପର୍ଯ୍ୟନ୍ତ ଏହି ବ୍ରଶ ବ୍ୟବହାର କରିବା ଫଳରେ ସେଥିରେ ସୃଷ୍ଟି ହୋଇଥିବା ବ୍ୟାକ୍ଟେରିଆ ଆମ ଶରୀରକୁ ଯାଇ ରୋଗ ସୃଷ୍ଟି କରନ୍ତି।

ସ୍ୱାସ୍ଥ୍ୟକର ଖାଦ୍ୟ ଖାଆନ୍ତୁ। ଅଠାଳିଆ ଖାଦ୍ୟ ଖାଇବା ଫଳରେ ସେହି ଖାଦ୍ୟ ଅଧିକ ଦିନ ପର୍ଯ୍ୟନ୍ତ ଦାନ୍ତରେ ଲାଗି ରହି ବିଭିନ୍ନ ସମସ୍ୟା ସୃଷ୍ଟି କରିଥାଏ।

ମିଠା ଜାତୀୟ ଖାଦ୍ୟ ଏବଂ ମୃଦୁ ପାନୀୟଠାରୁ ଦୂରରେ ରହନ୍ତୁ। ଏହି ପ୍ରକାର ଖାଦ୍ୟ ଯୋଗୁଁ ଦାନ୍ତରେ କ୍ୟାଭିଟି ହୋଇଥାଏ। ଯଦି ବି ମିଠା କିମ୍ବା ଚକୋଲେଟ ଖାଉଛନ୍ତି ତେବେ ସଙ୍ଗେ ସଙ୍ଗେ ଦାନ୍ତ ଘଷନ୍ତୁ।

ଧୂମ୍ରପାନ କରନ୍ତୁ ନାହିଁ। ଏହା ଦ୍ୱାରା ଆପଣଙ୍କ ଦାନ୍ତ ଉପରେ ଦାଗ ପଡ଼ିଯିବା ସହ ମୁଖ ଗହ୍ୱର ସମସ୍ୟା ଦେଖାଦେଇଥାଏ।

ଦାନ୍ତ ମାଢ଼ି, ଚମଡ଼ା, ଭିତର ମାଂସପେଶୀ ସଫା ରଖିବା ଉଚିତ। ଏପରି ହେଲେ ଦାନ୍ତ ମଧ୍ୟ ସୁସ୍ଥ ରହିପାରିବ।

ପ୍ରତି ୬ ମାସରେ ଦାନ୍ତ ଡାକ୍ତରଙ୍କ ପାଖକୁ ଯାଇ ଦାନ୍ତ ପରୀକ୍ଷା କରାଇ ନିଅନ୍ତୁ।

ଅଧିକ ପଢ଼ନ୍ତୁ: ଟୁଥ ବ୍ରଶର ଅଧିକ ବ୍ୟବହାର ଯୋଗୁଁ ହୋଇପାରେ ଦାନ୍ତ କ୍ଷୟ