stress

ବିଭିନ୍ନ କାରଣ ଯୋଗୁଁ ଲୋକେ ମାନସିକ ଚାପରେ ରହିଥାଆନ୍ତି, ଯାହା ତାଙ୍କର ଜୀବନଚର୍ଯାକୁ ପ୍ରଭାବିତ କରିଥାଏ। ତେବେ ଏହି ମାନସିକ ଚାପରୁ ନିଜକୁ ଦୂରେଇ ରଖିବେ କିପରି? ଜାଣନ୍ତୁ।

  • ପ୍ରତିଦିନ ଘଣ୍ଟେ କିମ୍ବା ଦେଢ଼ ଘଣ୍ଟା ନିଜ ପାଇଁ ସମୟ ବାହାର କରନ୍ତୁ। ସେହି ସମୟରେ ଘରେ ଯୋଗ, ପ୍ରାଣାୟାମ କିମ୍ବା ଅନ୍ୟାନ୍ୟ ବ୍ୟାୟାମ କରନ୍ତୁ।
  • ଶୋଇବା ବେଳେ କିମ୍ବା ଅନ୍ୟ ସମୟରେ ନିଜ ମନ ପସନ୍ଦର ଗୀତ ଶୁଣନ୍ତୁ।
  • ସାଙ୍ଗସାଥୀଙ୍କ ସହ ଫୋନ୍‌ରେ କଥା ହୁଅନ୍ତୁ। ନିଜ ପ୍ରିୟଜନଙ୍କ ସହ ଅନ୍‌ଲାଇନ୍‌ ଚାଟିଂ ଅଥବା ଭିଡିଓ କଲ୍‌ରେ କଥା ହୋଇପାରିବେ।
  • ନିଜକୁ ଭଲ ଲାଗୁଥିବା ଜିନିଷ ଯେପରିକି ବହି ପଢ଼ିବା, ଚିତ୍ର ଆଙ୍କିବା, ଗୀତ ଗାଇବା ବା ଗୀତ ଶୁଣିବା, ନୂଆ ନୂଆ ରୋଷେଇ କରନ୍ତୁ।
  • ଘରେ ଛୋଟ ଛୁଆ ଥିଲେ ତାଙ୍କ ସହ ଖେଳନ୍ତୁ।
  • ରାତିରେ ଜଲଦି ଶୁଅନ୍ତୁ ଏବଂ ସକାଳୁ ଶୀଘ୍ର ଉଠନ୍ତୁ। ସକାଳେ ଏବଂ ସନ୍ଧ୍ୟା ବେଳେ ମେଡିଟେସନ୍‌ କରନ୍ତୁ। ଏହାଦ୍ୱାରା ମନ ଶାନ୍ତ ରହିବ ଓ ଏକାଗ୍ରତା ଆସିବ।
  • ସୁଷମ ଓ ସନ୍ତୁଳିତ ଖାଦ୍ୟ ଖାଆନ୍ତୁ।
  • ଦିନ ତମାମ କିଛି ନା କିଛି କାର୍ଯ୍ୟ କରନ୍ତୁ, ଯେଉଁଥିରେ ମନ ଲାଗି ରହିବ। ଫଳରେ ଇଆଡ଼ୁସିଆଡ଼ୁ କଥା ମନକୁ ଆସିବ ନାହିଁ।
  • ସକରାତ୍ମକ ଚିନ୍ତାଧାରା ରଖନ୍ତୁ।