ମହିଳାଙ୍କ ଅପେକ୍ଷା ପୁରୁଷଙ୍କଠାରେ କିଡ୍‌ନି ଷ୍ଟୋନ୍‌ ଅଧିକ ଦେଖାଦେଇଥାଏ।

ଆମ ଶରୀରରେ ଦୁଇଟି କିଡ୍‌ନି ରହିଛି। ରକ୍ତରେ ଥିବା ବର୍ଜ୍ୟବସ୍ତୁକୁ ଛାଣି ଶରୀରରୁ ମୂତ୍ର ମାଧ୍ୟମରେ ନିଷ୍କାସନ କରିବା ହେଉଛି କିଡ୍‌ନିର ମୁଖ୍ୟ କାମ। କିଡ୍‌ନି ରକ୍ତରୁ ବର୍ଜ୍ୟବସ୍ତୁକୁ ଛାଣି ପରିସ୍ରାକୁ ୟୁରେଟର ମାଧ୍ୟମରେ ମୂତ୍ରାଶୟ ବା ବ୍ଲାଡରରେ ଜମା କରିଥାଏ। ବ୍ଲାଡରରେ ପରିସ୍ରା ଜମା ହୁଏ ଓ ମଝିରେ ମଝିରେ ମୂତ୍ର ନିଷ୍କାସିତ ହୋଇଥାଏ। ବେଳେବେଳେ କୌଣସି କାରଣ ଯୋଗୁଁ କିଡ୍‌ନିରେ ପଥର ବା ଷ୍ଟୋନ୍‌ ସୃଷ୍ଟି ହୁଏ, ଯାହାକୁ କିଡ୍‌ନି ଷ୍ଟୋନ୍‌ ବୋଲି କୁହାଯାଏ। କିଡ୍‌ନି ଷ୍ଟୋନ୍‌ ବା ବୃକକ୍‌ ପଥରକୁ ନେଫ୍ରୋଲିଥିଆସିସ୍‌ ବା ୟୁରୋଲିଥିଆସିସ୍‌ ବୋଲି ମଧ୍ୟ କୁହାଯାଏ। କିଡ୍‌ନି ଷ୍ଟୋନ୍‌ ମୁଖ୍ୟତଃ କିଡ୍‌ନିର ବାହ୍ୟ ଆବରଣ (କର୍ଟେକ୍ସ), ୟୁରେଟର ଓ ବ୍ଲାଡର (ମୂତ୍ରାଶୟ)ରେ ସୃଷ୍ଟି ହୋଇପାରେ।

କିଡ୍‌ନି ଷ୍ଟୋନ୍‌ର ପ୍ରକାର (Types of Kidney Stones in Odia)

କ୍ୟାଲ୍‌ସିୟମ୍‌ ଅକ୍ସାଲାଇଟ୍‌ ଷ୍ଟୋନ୍‌

ଷ୍ଟ୍ରୁଭାଇଟ୍‌ ଷ୍ଟୋନ

ୟୁରିକ୍‌ ଏସିଡ୍‌ ଷ୍ଟୋନ୍‌

ସିଷ୍ଟାଇନ୍‌ ଷ୍ଟୋନ

back pain dont ignore

କିଡ୍‌ନି ଷ୍ଟୋନ୍‌ର ଲକ୍ଷଣ (Symptoms of Kidney Stones in Odia)

କିଡ୍‌ନି ଷ୍ଟୋନ୍‌ କିଡ୍‌ନିର କେଉଁ ସ୍ଥାନରେ ଓ ଏହାର ଆକାର ଅନୁଯାୟୀ ଲକ୍ଷଣ ଜଣାପଡ଼ିଥାଏ।

ପ୍ରାଥମିକ ଅବସ୍ଥାରେ କିଡ୍‌ନି ଷ୍ଟୋନ୍‌ର କୌଣସି ଲକ୍ଷର ଜଣାପଡ଼ି ନଥାଏ। ସମୟକ୍ରମେ ଏହାର ଲକ୍ଷଣ ଜଣାପଡ଼େ।

ପେଟରେ ଯନ୍ତ୍ରଣା

ଯେଉଁପଟ କିଡ୍‌ନିରେ ଷ୍ଟୋନ୍‌ ରହିଥିବ, ଶରୀରର ସେହି ପାଖ ଅଙ୍ଗ ଯନ୍ତ୍ରଣା ହେବା

ଜଙ୍ଘ ସନ୍ଧିରେ ଯନ୍ତ୍ରଣା

ବାରମ୍ବାର ପରିସ୍ରା ଲାଗିବା

ମୂତ୍ରନଳୀରେ ସଂକ୍ରମଣ ବା ବାରମ୍ବାର ମୂତ୍ର ସଂକ୍ରମଣ

ପରିସ୍ରା କରିବା ପରେ ଯନ୍ତ୍ରଣା ହେବା

ପରିସ୍ରାରେ ରକ୍ତ ପଡ଼ିପାରେ

ବେଳେ ବେଳେ କିଡ୍‌ନି ଷ୍ଟୋନ୍‌ର କୌଣସି ଲକ୍ଷଣ ଜଣାପଡ଼େ ନାହିଁ। ଧୀରେ ଧୀରେ ଷ୍ଟୋନ୍‌ର ଆକାର ବଢ଼ି କିଡ୍‌ନିକୁ ପୂରା ନଷ୍ଟ କରିଦିଏ। ଏଥିପାଇଁ ନିୟମିତ ବ୍ୟବଧାନରେ ସ୍ୱାସ୍ଥ୍ୟ ପରୀକ୍ଷା କରାଇ ନିଅନ୍ତୁ।

ୟୁରେଟର ନଳୀରେ ଷ୍ଟୋନ୍‌ ହୋଇଥିଲେ ଲକ୍ଷଣ

ଯଦି ୟୁରେଟର ନଳୀରେ ଷ୍ଟୋନ୍‌ ହୁଏ, ତେବେ ଏହା ମୂତ୍ର ନିଷ୍କାସନରେ ବାଧା ସୃଷ୍ଟି କରାଏ। ଯାହାଫଳରେ ମୂତ୍ର ନିଷ୍କାସନ ବେଳେ ବହୁତ ଯନ୍ତ୍ରଣା ହେବ। ଏଭଳି କ୍ଷେତ୍ରରେ ଯନ୍ତ୍ରଣା ଅସମ୍ଭାଳ ହେବ।

ବାନ୍ତି ହେବ

ଜ୍ୱର ହେବ

ପରିସ୍ରା କଲାବେଳେ ଜ୍ୱଳାପୋଡ଼ା ହେବ

ବ୍ଲାଡରରେ ଷ୍ଟୋନ୍‌ ହୋଇଥିଲେ ଲକ୍ଷଣ

ପରିସ୍ରାକୁ ନିୟନ୍ତ୍ରଣ କରିହେବ ନାହିଁ

ବାରମ୍ବାର ପରିସ୍ରା ଲାଗିବା

ପରିସ୍ରାରେ ରକ୍ତ ପଡ଼ିବ

ପେଟର ତଳ ପାଖରେ ଯନ୍ତ୍ରଣା ହେବ

water

କିଡ୍‌ନି ଷ୍ଟୋନ୍‌ର କାରଣ (Causes of Kidney Stones in Odia)

ଡାଏବେଟିକ୍‌ ରୋଗୀଙ୍କର କିଡ୍‌ନି ଷ୍ଟୋନ ହେବାର ଆଶଙ୍କା ଅଧିକ।

ଯେଉଁମାନେ ବହୁତ କମ୍‌ ପାଣି ପିଅନ୍ତି, ସେମାନଙ୍କୁ କିଡ୍‌ନି ଷ୍ଟୋନ୍‌ ହେବାର ଆଶଙ୍କା ଅଧିକ।

ବଂଶାନୁଗତ କାରଣ ଯୋଗୁଁ ମଧ୍ୟ ଷ୍ଟୋନ୍ ହୋଇପାରେ।

କିଡ୍‌ନି ଷ୍ଟୋନ୍‌ ହେବାର କାରଣ ଆମର ଡାଏଟ୍‌ ଉପରେ ବି ନିର୍ଭର କରିଥାଏ।