ଦାନ୍ତ ହଳଦିଆ ଦାନ୍ତ ଯୋଗୁଁ ଅନେକ ଲୋକ ବେଶ ଚିନ୍ତିତ ହୋଇପଡ଼ନ୍ତି। ଆସନ୍ତୁ ଜାଣିବା ଦାନ୍ତରୁ ହଳଦିଆପଣ କିପରି ଦୂର କରିବା?

teethମୁହଁର ସୌନ୍ଦର୍ଯ୍ୟରେ ଦାନ୍ତର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ। ଅନେକ ଲୋକଙ୍କର କୌଣସି କାରଣରୁ ଦାନ୍ତ ହଳଦିଆ ପଡ଼ିଯାଇଥାଏ। ହଳଦିଆ ଦାନ୍ତ ଯୋଗୁଁ ଲୋକମାନେ କାହା ସାମ୍ନାରେ ଭଲରେ କଥା ହୋଇ ପାରନ୍ତି ନାହିଁ। ହସିବା ସମୟରେ ମଧ୍ୟ ମୁହଁରେ ହାତ ଚାପିି ହସିବାକୁ ପଡ଼ିଥାଏ।

ଅତ୍ୟଧିକ ଚା, କଫି, ତମାଖୁ ଏବଂ ସିଗାରେଟର ଆଦିର ସେବନ ଦ୍ୱାରା ଦାନ୍ତ ହଳଦିଆ ପଡ଼ିଯାଏ। ବୟସ ଅଧିକ ହୋଇଗଲେ ମଧ୍ୟ ଦାନ୍ତ ହଳଦିଆ ଦେଖାଯାଏ।

teethତୁଳସୀ
ଦାନ୍ତ ସଫା ରଖିବାରେ ତୁଳସୀ ପତ୍ର ଲାଭଦାୟକ ହୋଇଥାଏ। ତୁଳସୀ ପତ୍ର ଦ୍ୱାରା ଦାନ୍ତରେ ହେଉଥିବା ବିଭିନ୍ନ ରୋଗରୁ ଉପଶମ ମିଳିଥାଏ। ଦାନ୍ତରେ ବ୍ୟବହାର କରିବା ପାଇଁ ତୁଳସୀ ପତ୍ରକୁ ଶୁଖାଇ ଗୁଣ୍ଡ କରି ଦିଅନ୍ତୁ। ତୁଳସୀ ପତ୍ରର ଗୁଣ୍ଡକୁ ସୋରିଷ ତେଲ ସହ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ସେହି ମିଶ୍ରଣକୁ ଆପଣ ଦାନ୍ତରେ ନିୟମିତ ଲଗାଇଲେ ଦାନ୍ତ ସୁସ୍ଥ ରହିଥାଏ।

ଅର୍ଗାନିକ ନଡ଼ିଆ ତେଲ
ଅର୍ଗାନିକ ନଡ଼ିଆ ତେଲରେ ଲୋରିକ ଏସିଡ ରହିଛି ଯାହା ଦାନ୍ତର ହଳଦିଆପଣ ଦୂର କରିବା ସହିତ ଦାନ୍ତକୁ ମଜଭୁତ କରିଥାଏ। ତେଣୁ ଏହି ତେଲର କିଛି ବୁନ୍ଦାକୁ ଦାନ୍ତରେ ଲଗାଇ ଆଙ୍ଗୁଠି ସାହାଯ୍ୟରେ ଘଷନ୍ତୁ। ପରେ ୫ରୁ ୬ ମିନିଟ ଛାଡ଼ି ପାଣିରେ ମୁହଁ ଧୋଇ ଦିଅନ୍ତୁ।

teeth

କମଳା ଚୋପା

ସବୁଦିନ ରାତିରେ ଶୋଇବା ପୂର୍ବରୁ ଦାନ୍ତରେ କମଳା ଚୋପା ଘଷନ୍ତୁ। କମଳା ଚୋପାରେ ଭିଟାମିନ ସି ଏବଂ କ୍ୟାଲସିୟମ ଥିବାରୁ ତାହା ଦାନ୍ତକୁ ବିଭିନ୍ନ ବ୍ୟାକ୍ଟେରିଆ ଦାଉରୁ ରକ୍ଷା କରିଥାଏ। କମଳାକୁ ଖଣ୍ଡ ଖଣ୍ଡ କରି କାଟି ଦିଅନ୍ତୁ। ସେହି ଖଣ୍ଡ କମଳା ସହ ପେଷ୍ଟ ମିଶାଇ ଦାନ୍ତ ଘଷିଲେ ଦାନ୍ତର ହଳଦିଆପଣ ଦୂର ହୋଇଥାଏ। ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ନିୟମିତ ଏପରି କରିବା ଫଳରେ ଦାନ୍ତ ସଫା ଦେଖାଯାଇଥାଏ।

teethଲେମ୍ବୁ
ଲେମ୍ବୁ ରସକୁ ଲୁଣ ସହ ମିଶାଇ ଦାନ୍ତରେ ଲଗାନ୍ତୁ ଓ କିଛି ସମୟ ପରେ ପାଣିରେ କୁଳି କରନ୍ତୁ। ନିୟମିତ ଭାବେ ଦୁଇ ସପ୍ତାହ ପର୍ଯ୍ୟନ୍ତ ଏପରି କଲେ ଦାନ୍ତ ସଫା ହୋଇଯାଏ।

teethଷ୍ଟ୍ରବେରୀ

ଷ୍ଟ୍ରବେରୀରେ ଭିଟାମିନ ସି ପ୍ରଚୁର ପରିମାଣରେ ଥିବାରୁ ଏହା ଦାନ୍ତକୁ ସଫା କରିବାରେ ସାହାଯ୍ୟ କରେ। ଦାନ୍ତର ହଳଦିଆପଣ ଦୂର ପାଇଁ ଷ୍ଟ୍ରବେରୀରେ ପେଷ୍ଟ ତିଆରି କରି ମଧ୍ୟ ବ୍ୟବହାର କରିହେବ କରିପାରିବେ।

କଦଳୀ
ପଟାସିୟମରେ ଭରପୂର ହୋଇଥିବା କାରଣରୁ ଦାନ୍ତର ହଳଦିଆପଣ ଦୂର କରିବା ପାଇଁ କଦଳୀର ବ୍ୟବହାର ହୋଇଥାଏ। ଖଣ୍ଡେ ପାଚିଲା କଦଳୀକୁ ପେଷ୍ଟ ଘଷିବା ପରି ୫ ମିନିଟ ଦାନ୍ତରେ ଘଷନ୍ତୁ। ଏହାପରେ ହାଲୁକା ଗରମ ପାଣିରେ କୁଳି କରନ୍ତୁ। ନିୟମିତ ଏପରି କରିବା ଫଳରେ ଦାନ୍ତର ହଳଦିଆପଣ ଦୂର ହୋଇଥାଏ।

ଲୁଣ

ଆପଣ ପ୍ରତିଦିନ ଟୁଥପେଷ୍ଟ ବଦଳରେ ଲୁଣ ବ୍ୟବହର କରନ୍ତୁ। ଲୁଣ ଏବଂ ପୋଡ଼ା କୋଇଲା ଅଙ୍ଗାର ମିଶାଇ ଦାନ୍ତ ଘଷନ୍ତୁ। ଏପରି କରିବା ଫଳରେ ଦାନ୍ତ ହଳଦିଆ ଦେଖା ଯାଏ ନାହିଁ ଏବଂ ଦାନ୍ତ ମଧ୍ୟ ଶକ୍ତ ହୋଇଥାଏ।

ଖାଇବା ସୋଡ଼ା ଓ ଲେମ୍ବୁ
୧ ଚାମଚ ଖାଇବା ସୋଡାରେ ୨ ଚାମଚ ଲେମ୍ବୁ ରସ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ।ଏହି ପେଷ୍ଟକୁ ବ୍ରଶ ସାହଯ୍ୟରେ ଦାନ୍ତରେ ଲଗାଇ ୩ରୁ ୫ ମିନିଟ ପାଇଁ ଛାଡ଼ି ଦିଅନ୍ତୁ। ପରେ ଦାନ୍ତକୁ ପାଣିରେ ସଫା କରନ୍ତୁ। ଖାଇବା ସୋଡାରେ ଥିବା ବ୍ଲିଚିଂ ଗୁଣ ଦାନ୍ତକୁ ସଫା କରି ଧଳା କରିଥାଏ। ସପ୍ତାହରେ ୨ ଥର ଏପରି କଲେ ଦାନ୍ତ ସଫା ହୋଇଯାଇଥାଏ।

ଆପେଲ ସାଇଡର ଭିନେଗାର
୧ କପ ପାଣିରେ ୨ ଠିପି ଆପେଲ ସାଇଡର ଭିନେଗାର ପକାଇ କୁଳି କରିବା ଦ୍ବାରା ଦାନ୍ତ ସଫା ହେବା ସହିତ ପାଟି ଦୁର୍ଗନ୍ଧ ଦୂର ହୋଇଥାଏ। ଦାନ୍ତ ଉପରେ ଦୀର୍ଘ ଦିନ ଧରି ପଡ଼ି ରହିଥିବା ହଳଦିଆପଣ ଦୂର ହୋଇଥାଏ।