ସୁସ୍ଥ ଶରୀରରେ ହିଁ ସୁସ୍ଥ ମନ ବାସ କରିଥାଏ। ଆଜିକାଲିର ବ୍ୟସ୍ତବହୁଳ ଜୀବନଶୈଳୀ ମଧ୍ୟରେ ଲୋକମାନେ କିନ୍ତୁ ଏହାକୁ ଗୁରୁତ୍ୱ ଦେବାକୁ ଭୁଲିଯାଉଛନ୍ତି। ତେବେ ଅଭ୍ୟାସକୁ ସାମାନ୍ୟ ପରିବର୍ତ୍ତନ କଲେ ଆପଣ ସୁଫଳ ପାଇପାରିବେ।

drinking water in Copper

 

ତମ୍ବା ପାତ୍ରରେ ପାଣି ପିଅନ୍ତୁ

ତମ୍ବା ପାତ୍ରରେ ରଖାଯାଇଥିବା ପାଣି ପିଅନ୍ତୁ। ତମ୍ବାରେ ବ୍ୟାକ୍ଟେରିଆ ନାଶକ ଗୁଣ ଥାଏ ଯାହାକି ସଂକ୍ରମଣରୁ ରକ୍ଷା କରେ। ତମ୍ବା ପାତ୍ରରେ ରଖାଯାଇଥିବା ପାଣି ଯକୃତ ପାଇଁ ମଧ୍ୟ ଲାଭଦାୟକ। ଦିନରେ ୮ ଘଣ୍ଟା ଶରୀରକୁ ସଂପୂର୍ଣ୍ଣ ବିଶ୍ରାମ ଦେବାକୁ ଚେଷ୍ଟା କରନ୍ତୁ। ଏହି ସମୟରେ କୌଣସି ପ୍ରକାରର ଇଲୋକ୍ଟ୍ରୋନିକ୍ ଗ୍ୟାଜେଟ୍ ବ୍ୟବହାର କରନ୍ତୁ ନାହିଁ। କାରଣ ଏହା ମନ ଉପରେ ଚାପ ପକାଇବା ସହ ବିଶ୍ରାମ କରିବାକୁ ଦେଇନଥାଏ।

ପରିଶ୍ରମ ଅନୁସାରେ ଖାଦ୍ୟ ଖାଆନ୍ତୁ

ଖାଦ୍ୟ ଉପରେ ଧ୍ୟାନ ଦିଅନ୍ତୁ। ଆବଶ୍ୟକତାରୁ ଅଧିକ ଖାଦ୍ୟ ଆପଣଙ୍କ ଶରୀର ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ। ତେଣୁ ଦିନରେ ଆପଣ କେତେ ପରିଶ୍ରମ କରୁଛନ୍ତି ସେ ଅନୁସାରେ ଖାଦ୍ୟ ଖାଆନ୍ତୁ।

sitting straight in office

 

ଅଫିସରେ ବସିବା ବେଳେ ସିଧା ବସନ୍ତୁ

ସିଧା ହୋଇ ବସନ୍ତୁ। ଦିନର ଅଧିକାଂଶ ସମୟ ଆମେ ବସିକରି କଟାଇଥାଉ। ଯଦି ଏହି ସମୟରେ ଆପଣଙ୍କ ଅଣ୍ଟା ସିଧା ନ ହୁଏ ତା’ ହେଲେ ବିଭିନ୍ନ ପ୍ରକାର ରୋଗ ହେବାର ଆଶଙ୍କା ଥାଏ।

walk

କିଛି ସମୟରେ ଖୋଲା ପବନରେ ବୁଲନ୍ତୁ

ଯଦି ଆପଣ ଅନେକ ସମୟଧରି ଅଫିସରେ କାମ କରୁଛନ୍ତି, ତେବେ ଚେଷ୍ଟା କରନ୍ତୁ ପୂରା ଦିନରେ ଅତିକମରେ ୧୫ ମିନିଟ୍ ବାହାରେ ବୁଲିବାକୁ। ଏହି ସମୟରେ ମନ ସୁସ୍ଥ ରହିବା ସହିତ ସେହି ସମୟକୁ ଆପଣ କେବଳ ନିଜ ଲାଗି ଦେଇପାରିବେ।

Need of Healthy mind for healthy body