ସାଧାରଣତଃ ସ୍ତନ କର୍କଟକୁ ଚିହ୍ନିବା ପାଇଁ ମାମୋଗ୍ରାମ୍‌ର ଆବଶ୍ୟକତା ପଡ଼ିଥାଏ। ତେବେ କେତେବେଳେ ଦରକାର ପଡ଼େ ମାମୋଗ୍ରାଫି? ଏହାଦ୍ୱାରା ଲାଭ କ’ଣ ମିଳିଥାଏ? ଏନେଇ ବିଶିଷ୍ଟ ରେଡିଏସନ୍‌ ଅଙ୍କୋଲୋଜିଷ୍ଟ ଡାକ୍ତର ସୁମନ ଦାସ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।

ଅଧିକ ପଢ଼ନ୍ତୁ: ସ୍ତନ କର୍କଟର କାରଣ କ’ଣ? ଜାଣନ୍ତୁ ଏହାର ପ୍ରତିକାର

ମାମୋଗ୍ରାମ୍‌ କ’ଣ? (What is a Mammogram in Odia)

ବର୍ତ୍ତମାନ ସମୟରେ ସ୍ତନ କର୍କଟ ସମସ୍ୟା ଅଧିକ ମାତ୍ରାରେ ଦେଖାଦେଉଛି। ଯଦି ପ୍ରାଥମିକ ଅବସ୍ଥାରୁ ସ୍ତନ କର୍କଟ ଜଣାପଡ଼ିଯାଏ, ତେବେ ଭଲ ହେବାର ସମ୍ଭାବନା ବେଶି। ସ୍ତନ କର୍କଟକୁ ଚିହ୍ନିବା ପାଇଁ ମାମୋଗ୍ରାମ୍‌ ବହୁତ ସାହାଯ୍ୟ କରେ। ଏହା ଏକ ସ୍କ୍ରିନିଂ ପଦ୍ଧତି। କାରଣ ମାମୋଗ୍ରାମ୍‌ ସାହାଯ୍ୟରେ ଅତି ଛୋଟରୁ ଛୋଟ କର୍କଟ କୋଷ ଜଣାପଡ଼ିଥାଏ।

ମାମୋଗ୍ରାମ୍‌ ହେଉଛି ଏକ ପ୍ରକାର ଏକ୍ସରେ ମେସିନ୍‌। ଏହି ମେସିନ୍‌ ଜରିଆରେ ସ୍ତନକୁ ରଖି ପରୀକ୍ଷା କରାଯାଏ। ଏହାଦ୍ୱାରା ଛୋଟରୁ ଛୋଟ କ୍ୟାନ୍‌ସର କୋଷ ଜଣାପଡ଼ିଥାଏ।

ଆଜିକାଲି ପ୍ରାୟ ସବୁ ହସ୍ପିଟାଲରେ ମାମୋଗ୍ରାଫ୍ରି କରାଯାଉଛି।

କେତେବେଳେ କରିବେ ମାମୋଗ୍ରାଫି? (When to do Mammography in Odia)

ଅଳ୍ପ ବୟସର ମହିଳାମାନଙ୍କୁ ମାମୋଗ୍ରାଫି କରିବାକୁ ମନା କରାଯାଇଥାଏ। କାରଣ ଅଳ୍ପ ବୟସରେ ମାମୋଗ୍ରାଫ୍ରି କଲେ ରେଡିଏସନ୍‌ ଯାଇପାରେ, ଗର୍ଭବତୀ ମହିଳାଙ୍କର ମାମୋଗ୍ରାଫି କଲେ ଛୁଆକୁ ରେଡିଏସନ୍‌ ଯାଇ ସମସ୍ୟା ସୃଷ୍ଟି କରିପାରେ। ତେଣୁ, ଅଳ୍ପ ବୟସର ଯୁବତୀଙ୍କୁ ମାମୋଗ୍ରାଫି କରିବାକୁ ମନା କରାଯାଇଥାଏ।

ସାଧାରଣତଃ ୪୦ ବର୍ଷ ପରେ ମହିଳାମାନଙ୍କର ମାମୋଗ୍ରାଫି କରାଯାଏ, କିନ୍ତୁ, ଯେଉଁ ମହିଳାମାନଙ୍କର ରିସ୍କ ଫ୍ୟାକ୍ଟର ଅଧିକ ରହୁଛି। ଯଦି ପରିବାରରେ ମା’ କିମ୍ବା ମାଉସୀ କାହାର ସ୍ତନ କର୍କଟ ଥାଏ, ତେବେ ତାଙ୍କ ପିଲାଙ୍କୁ ହେବାର ଆଶଙ୍କା ରହୁଛି। ସେମାନେ ମାମୋଗ୍ରାଫି କରିପାରିବେ, କିନ୍ତୁ ୪୦ ବର୍ଷ ପରେ କରିବା ଆବଶ୍ୟକ।

ଅଧିକ ପଢ଼ନ୍ତୁ: ସାବଧାନ! ଏହା ସ୍ତନ କର୍କଟର ଲକ୍ଷଣ ହୋଇପାରେ?

ସ୍ତନ କର୍କଟର ଲକ୍ଷଣ ଥିଲେ ମାମୋଗ୍ରାଫି କରାଯାଏ (Mammography is performed if there are symptoms of breast cancer in Odia)

ସାଧାରଣତଃ ସ୍ତନ କର୍କଟରେ ଯନ୍ତ୍ରଣା ହୁଏ ନାହିଁ। ସ୍ତନରେ ଗେଟାଳିଆ, ଆବୁ ଭଳି ହେଲେ, କାଖରେ ଗୁଲି ଭଳି ହେଲେ ଓ ଏହା ଯନ୍ତ୍ରଣାଦାୟକ ହୋଇ ନଥିଲେ, ଏହା କ୍ୟାନ୍‌ସରର ଲକ୍ଷଣ ହୋଇପାରେ।

ଏହାସହ ପ୍ରତ୍ୟେକ ମହିଳା ନିଜ ସ୍ତନର ପରୀକ୍ଷା କରାଇ ନେବା ଆବଶ୍ୟକ, ଯାହାକୁ ସେଲ୍ଫ ବ୍ରେଷ୍ଟ ଏକ୍ଜାମିନେସନ୍‌ କୁହାଯାଏ।

ଘରେ ଦର୍ପଣ ସାମ୍ନାରେ ଠିଆ ହୋଇ ଦୁଇ ସ୍ତନର ଉଚ୍ଚତା ସମାନ ଅଛି କି ନାହିଁ? ଦୁଇ ସ୍ତନର ନିପଲର ଆକାର ସମାନ ଅଛି କି ନାହିଁ? ନିଜ ହାତରେ ନିଜ ସ୍ତନକୁ ହାତ ମାରି ଦେଖିବେ ଯେ, କିଛି ଗୋଟାଳିଆ ବା ଗୁଳି ଭଳି ଲାଗୁଛି କି ନାହିଁ। ଯଦି ଏଭଳି କିଛି ଆକାରରେ ଭିନ୍ନତା ବା ଗେଟାଳିଆ ଭଳି ଲାଗେ, ତେବେ ଡାକ୍ତରଙ୍କ ପାଖକୁ ଯାଇ ପରାମର୍ଶ କରାଇନେବା ଜରୁରୀ।

ଯଦି ଜଣେ ମହିଳାଙ୍କର ରିସ୍କ ଫ୍ୟାକ୍ଟର ଅଧିକା ରହିଛି, ଯେପରିକି ମା’ କିମ୍ବା ମାଉସୀଙ୍କର ସ୍ତନ କର୍କଟ ବା ଗର୍ଭାଶୟ କର୍କଟ ହୋଇଥାଏ ଓ ତାଙ୍କୁ ଅଳ୍ପ ବୟସରେ ହୋଇଥାଏ, ତେବେ ସେମାନେ ୪୦ ବର୍ଷ ପରେ ମାମୋଗ୍ରାମ୍‌ କରିବାର ଆବଶ୍ୟକତା ରହିଛି। ତା’ ପୂର୍ବରୁ ସେଲ୍ଫ ବ୍ରେଷ୍ଟ ଏକ୍ଜାମିନେସନ୍‌ କିମ୍ବା କ୍ଲିନିକାଲ ଏକ୍ଜାମିନେସନ୍‌ କରିପାରିବେ।

(ସ୍ଵାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ ପ୍ଲାଟ୍‌ଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍‌’ ସହିତ ଡାକ୍ତର ସୁମନ ଦାସଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: This information on Mammogram, in Odia language, is based on an extensive interview with a Radiation Oncologist Dr Suman Das.