ରୁମାଟଏଡ୍‌ ଆର୍ଥ୍ରାଇଟିସ୍‌ କ’ଣ ଏହା କାହିଁକି ହୁଏ? ଏହାର ଲକ୍ଷଣ ଓ ଚିକିତ୍ସା ବିଷୟରେ ବିଶିଷ୍ଟ ରୁମାଟୋଲୋଜିଷ୍ଟ ଡାକ୍ତର ପ୍ରଦୀପ୍ତ ଶେଖର ପାତ୍ରଙ୍କଠାରୁ ଆସନ୍ତୁ ଜାଣିବା ।

ରୁମାଟଏଡ୍‌ ଆର୍ଥ୍ରାଇଟିସ୍‌ ଗୋଟେ ଅଟୋ ଇମ୍ୟୁନ୍‌ ରୋଗ। ଯେତେବେଳେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ସଠିକ୍‌ ଭାବେ କାମ କରେନି, ସେତେବେଳେ ଏହି ଆର୍ଥ୍ରାଇଟିସ୍‌ ଭଳି ସମସ୍ୟା ହୋଇପାରେ।

ସାଧାରଣତଃ ପୁରୁଷମାନଙ୍କ ଅପେକ୍ଷା ମହିଳାମାନଙ୍କଠାରେ ରୁମାଟଏଡ୍‌ ଆର୍ଥ୍ରାଇଟିସ୍‌ ଅଧିକ ମାତ୍ରାରେ ଦେଖାଦିଏ। ୨୦ ବର୍ଷରୁ ଅଧିକ ଓ ୬୦ ବର୍ଷରୁ କମ୍‌ ବୟସର ଲୋକଙ୍କଠାରେ ରୁମାଟଏଡ୍‌ ଆର୍ଥ୍ରାଇଟିସ୍‌ ଭଳି ସମସ୍ୟା ଦେଖାଦିଏ।

ଅଧିକ ପଢ଼ନ୍ତୁ: ଲୁପସ୍‌ ରୋଗ କ’ଣ? ଜାଣନ୍ତୁ ଡାକ୍ତରଙ୍କ କ’ଣ କହୁଛନ୍ତି

ରୁମାଟଏଡ୍ ଆର୍ଥ୍ରାଇଟିସର ଲକ୍ଷଣ (Symptoms of Rheumatoid Arthritis in Odia)

ହାତ କିମ୍ବା ପାଦର ଗଣ୍ଠି ବଥା ହୋଇ ଫୁଲିଯାଏ।

ସକାଳୁ ଉଠିଲେ ହାତ ମୁଠା କରିବା, ବ୍ରସ୍‌ କରିବା, ଝାଡ଼ୁ କରିବାରେ କଷ୍ଟ ହୁଏ। ତା’ ସହିତ ଅନ୍ୟ ଗଣ୍ଠିକୁ ମଧ୍ୟ ପ୍ରଭାବିତ ହୋଇଥାଏ।

ସକାଳୁ ଉଠିବା ପରେ ହାତ ମୁଠା କରିବାରେ କଷ୍ଟ ହୁଏ। ଉଠିବାର ୩-୪ ଘଣ୍ଟା ପରେ ଧୀରେ ଧୀରେ ଭଲ ହୋଇଯାଏ।

ହାତ ମୁଠା କରିବାରେ କଷ୍ଟ ହେବା, ଧୀରେ ଧୀରେ ଗଣ୍ଠି ଫୁଲା ହେବା ଭଳି ଲକ୍ଷଣ ଦେଖାଦିଏ।

ଏହି ରୁମାଟଏଡ୍‌ ଆର୍ଥ୍ରାଇଟିସ୍‌ର ଚିକିତ୍ସା ନ କରାଗଲେ ଆଙ୍ଗୁଠି ବଙ୍କା ହୋଇଯାଏ, ଗଣ୍ଠି ବଙ୍କା ହୋଇଯାଏ।

ଗଣ୍ଠି ବଙ୍କା ହୋଇଗଲେ ଏହାର ଏକମାତ୍ର ଚିକିତ୍ସା ହେଉଛି ସର୍ଜରି। କିନ୍ତୁ, ସବୁ ଗଣ୍ଠିରେ ସର୍ଜରି ହୋଇପାରିବ ନାହିଁ।

ଅଧିକ ପଢ଼ନ୍ତୁ: କାହିଁକି ହୁଏ ରୁମାଟଏଡ୍‌ ଆର୍ଥ୍ରାଇଟିସ୍‌?

ରୁମାଟଏଡ୍ ଆର୍ଥ୍ରାଇଟିସର କାରଣ କ’ଣ? (Causes of Rheumatoid Arthritis in Odia)

ରୁମାଟଏଡ୍‌ ଆର୍ଥ୍ରାଇଟିସ୍‌ର ବିଭିନ୍ନ କାରଣ ରହିଛି। ଏହା ଜେନେଟିକ୍‌, ପରିବେଶ ତଥା ଖାଦ୍ୟଶୈଳୀ ଯୋଗୁଁ ହୋଇପାରେ। ଶରୀରର ରୋଗ ପ୍ରତିରୋଧକ ଶକ୍ତି ଠିକ୍‌ ଭାବରେ ନ କଲେ ଏହା ଗଣ୍ଠିକୁ ଆକ୍ରମଣ କରେ। ଫଳରେ ଗଣ୍ଠି ଫୁଲିବା ସହ କଷ୍ଟ ହୁଏ।

ଯେଉଁମାନେ ଧୂମପାନ କରନ୍ତି, ତାଙ୍କର ଫୁସ୍‌ଫୁସ୍‌ ଭିତରେ ଆଣ୍ଟିସିସିପି ଆଣ୍ଟିବଡି ତିଆରି ହୁଏ। ଏହା ରୁମାଟଏଡ୍‌ ଆର୍ଥ୍ରାଇଟିସ୍‌ର କାରଣ ହୋଇଥାଏ। ଯେଉଁମାନେ ଧୂମପାନ କରନ୍ତି, ସେମାନଙ୍କଠାରେ ଏହି ଆଣ୍ଟିବଡି ଅଧିକ ତିଆରି ହୁଏ, ତାଙ୍କଠାରେ ରୋଗ ଅଧିକ ଦେଖାଦେଇଥାଏ।

ଏହାଛଡ଼ା ଜେନେଟିକ୍‌ କାରଣ ଯୋଗୁଁ ମଧ୍ୟ ରୁମାଟଏଡ୍‌ ଆର୍ଥ୍ରାଇଟିସ୍‌ ହୋଇପାରେ।

ରୁମାଟଏଡ୍‌ ଆର୍ଥ୍ରାଇଟିସ୍‌ କେଉଁ କେଉଁ ଅଙ୍ଗକୁ ପ୍ରଭାବିତ କରିପାରେ? (Which organs get affected in Odia)

ରୁମାଟଏଡ୍‌ ଆର୍ଥ୍ରାଇଟିସ୍‌ ଛୋଟ ଛୋଟ ଗଣ୍ଠିକୁ ପ୍ରଭାବିତ କରିବା ସହ ବଡ଼ ବଡ଼ ଗଣ୍ଠିକୁ ମଧ୍ୟ ପ୍ରଭାବିତ କରିପାରେ। ସକାଳୁ ଉଠିଲେ ହାତ ମୁଠା କରିବାରେ କଷ୍ଟ ହୁଏ, ଚାଲିବା ବେଳେ କଷ୍ଟ ଅନୁଭୂତ ହୁଏ। ଏହା କେବଳ ଗଣ୍ଠିରେ ସୀମିତ ହୋଇ ରହେ ନାହିଁ, ଅନ୍ୟ ଅଙ୍ଗକୁ ମଧ୍ୟ ପ୍ରଭାବିତ କରିପାରେ।

ଏହାସହ ପାଟି, ଆଖି ଶୁଖିଯାଏ, ଆଖିରେ ପାଣି ମାରିବାକୁ ଇଛା ହୁଏ। ଶୁଖିଲା ବିସ୍କୁଟ୍‌, ରୁଟି ଖାଇହେବ ନାହିଁ।

ଏହି ରୋଗ ଫୁସ୍‌ଫୁସ୍‌, ଆଖିକୁ ପ୍ରଭାବିତ କରିଥାଏ।

ରୁମାଟଏଡ୍ ଆର୍ଥ୍ରାଇଟିସ୍‌ର ପରୀକ୍ଷା (Diagnosis of Rheumatoid Arthritis in Odia)

ଏହି ସମସ୍ୟାକୁ ଚିହ୍ନିବା ପାଇଁ ରକ୍ତ ପରୀକ୍ଷା କରାଯାଏ। ରକ୍ତ ପରୀକ୍ଷାରେ ଇଏସ୍‌ଆର୍‌, ସିଆର୍‌ପି ଟେଷ୍ଟ କରାଯାଏ। ତା’ଛଡ଼ା ୧୦୦ ଜଣ ରୁମାଟଏଡ୍‌ ଆର୍ଥ୍ରାଇଟିସ୍‌ ରୋଗୀଙ୍କ ମଧ୍ୟରୁ ୮୦ରୁ ୮୫ ଜଣ ରୋଗୀଙ୍କର ଆଣ୍ଟିସିସିପି ଆଣ୍ଟିବଡି ଅଧିକ ଥାଏ। ଯେଉଁ ଲୋକଙ୍କଠାରେ ଏହି ଆଣ୍ଟିବଡି ପଜିଟିଭ୍‌ ଥାଏ, ସେମାନଙ୍କଠାରେ ଏହି ରୋଗ ଅଧିକ ଦିନ ଧରି ଥାଏ।

ଏହାସହ ଏକ୍ସରେ କରି ଦେଖାଯାଏ ଯେ, ହାତ ଗଣ୍ଠି ବଙ୍କା ହୋଇଛି କି ନାହିଁ।

ରୁମାଟଏଡ୍ ର୍ଥ୍ରାଇଟିସର ଚିକିତ୍ସା (Treatment of Rheumatoid Arthritis in Odia)

 ରୁମାଟଏଡ୍‌ ଆର୍ଥ୍ରାଇଟିସ୍‌ର ଚିକିତ୍ସା ପଦ୍ଧତି ବହୁତ ସରଳ। କେତେକ ମେଡିସିନ୍‌ ଦେଇ ଏହାର ଚିକିତ୍ସା କରାଯାଏ। ଯଦି ଏହି ମେଡିସିନ୍‌ କାମ କରେ ନାହିଁ, ତେବେ ବାୟୋଲୋଜିକାଲ ଇଞ୍ଜେକ୍‌ସନ୍‌ ଦିଆଯାଏ। ୧୦୦ଜଣ ରୋଗୀଙ୍କ ମଧ୍ୟରୁ ୬୦ଟି ୭୦ ଜଣଙ୍କର କେବଳ ମେଡିସିନ୍‌ ଦ୍ୱାରା ଭଲ ହୋଇଯାଇଥାଏ। ଦୁଇ ତିନି ବର୍ଷର ଚିକିତ୍ସା ପରେ ଧୀରେ ଧୀରେ ଔଷଧ କମ୍‌ କରାଯାଇଥାଏ।

କେତେକ ଲୋକ ମେଡିସିନ୍‌ ଷ୍ଟୋର ଯାଇ ପେନ୍‌କିଲର ଆଣି ଖାଇଦେଇଥା’ନ୍ତି। ଫଳରେ ଏହା କିଛି ସମୟ ପାଇଁ ଆରାମ୍‌ ଦେଇଥାଏ। ଧୀରେ ଧୀରେ ଏହି ରୋଗୀ ଷ୍ଟିରଏଡ୍‌ ଉପରେ ନିର୍ଭର କରିଥା’ନ୍ତି। ଯାହାଫଳରେ ଷ୍ଟିରଏଡ୍‌ର ପାର୍ଶ୍ୱପ୍ରତିକ୍ରିୟା ଦେଖାଦେଇଥାଏ।

ବିନା ଡାକ୍ତରଙ୍କ ପରାମର୍ଶରେ ଯେତେବେଳେ ରୋଗୀ ଚିକିତ୍ସା କରାନ୍ତି, ତା’ର କୁପ୍ରଭାବ ଦେଖାଦେଇଥାଏ।

ଅଧିକାଂଶ ଲୋକଙ୍କର ଧାରଣା ଥାଏ ଯେ, ଆର୍ଥ୍ରାଇଟିସ୍‌ ହେଲେ ଜୀବନସାରା ଔଷଧ ଖାଇବାକୁ ପଡ଼ିଥାଏ। କିନ୍ତୁ, ନିୟମିତ ବ୍ୟବଧାନରେ ଡାକ୍ତରଙ୍କୁ ପରାମର୍ଶ କଲେ ଓ ନିୟମିତ ଔଷଧ ସେବନ କଲେ ଦୁଇରୁ ତିନି ବର୍ଷ ମଧ୍ୟରେ ଔଷଧ ବନ୍ଦ କରିଦିଆଯାଇଥାଏ।

ଆର୍ଥାଇଟିସ୍‌ ରୋଗୀଙ୍କ ଖାଦ୍ୟପେୟ ଓ ବ୍ୟାୟାମ (Food and exercise for Arthritis Patients in Odia)

ସବୁବେଳେ ସକ୍ରିୟ ରହନ୍ତୁ। ଡାଏଟ୍‌ରେ ମଦ୍ୟପାନ ଓ ଧୂମପାନରୁ ନିବୃତ୍ତ ରହନ୍ତୁ। ଏହାସହ ସ୍ୱାସ୍ଥ୍ୟକର ଖାଦ୍ୟ ଖାଆନ୍ତୁ।

ଖାଦ୍ୟରେ ସବୁଜ ପନିପରିବା ଖାଆନ୍ତୁ।

ନିୟମିତ ବ୍ୟବଧାନରେ ଡାକ୍ତରଙ୍କୁ ପରାମର୍ଶ କରି ଔଷଧ ସେବନ କରନ୍ତୁ। ଏହାର ଚିକିତ୍ସା ବହୁତ ସରଳ।

[ଡାକ୍ତର ପ୍ରଦୀପ୍ତ ଶେଖର ପାତ୍ର ହେଉଛନ୍ତି ଓଡ଼ିଶାର ଜଣେ ଜଣାଶୁଣା ରୁମାଟୋଲୋଜିଷ୍ଟ। ଗଣ୍ଠିବାତ ରୋଗ ତଥା ଏ ସମ୍ପନ୍ଧୀୟ ବିଭିନ୍ନ ସମସ୍ୟା ଉପରେ ତାଙ୍କର ରହିଛି ଦୀର୍ଘଦିନର ଅନୁଭୁତି। ତାଙ୍କ ସହ ଯୋଗାଯୋଗ କରିବା ପାଇଁ +91-9721799997 ନମ୍ବରରେ କଲ୍ କରିପାରିବେ।]

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ପ୍ରଦୀପ୍ତ ଶେଖର ପାତ୍ରଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: This information on Rheumatoid Arthritis, in Odia language, is based on an extensive interview with Rheumatologist Dr Pradeepta Sekhar Patro.