ପଲ୍ଳବୀ ସାବତ

ଆବଶ୍ୟକୀୟ ସାମଗ୍ରୀ:-

ବିରିଡାଲି  – ୧ କପ୍

ଚାଉଳ – ୨ କପ୍ (ଉଷୁନା କିମ୍ବା ଅରୁଆ ଚାଉଳ)

ମେଥି – ୧ ଚାମଚ

ଲୁଣ ସ୍ୱାଦ ଅନୁଯାୟୀ

ନଡ଼ିଆ କୋରା -୧ କପ୍

ଗୁଡ଼ – ୧/୩ କପ୍

ଗୋଲମରିଚ ଗୁଣ୍ଡ – ଅଧା ଚାମଚ

ଗୁଜୁରାତି ଗୁଣ୍ଡ -ଅଧା ଚାମଚ

ପ୍ରସ୍ତୁତି ପ୍ରଣାଳୀ:-

ପ୍ରଥମେ ବିରିଡାଲି ଏବଂ ଚାଉଳ ଓ ମେଥିକୁ ଅଲଗା ଅଲଗା ଦୁଇଟି ପାତ୍ରରେ ନେଇ ଭଲଭାବରେ ଧୋଇ, ୬ ଘଣ୍ଟା ପର୍ଯ୍ୟନ୍ତ ପାଣିରେ ବତୁରାଇବେ। ତା’ ପରେ ବିରି ଚାଉଳ ଓ ମେଥିକୁ ଗ୍ରାଇଣ୍ଡର୍ ସାହାଯ୍ୟରେ ବାଟି ଏକ ବଡ଼ ପାତ୍ରରେ ଢାଳି ୪ ଘଣ୍ଟା ପର୍ଯ୍ୟନ୍ତ ଘୋଡ଼ାଇ ରଖିବେ।

ଏକ କପ୍ ନଡ଼ିଆ କୋରା ଏବଂ ଗୁଡ଼ ୧/୩ କପ୍, ଗୋଲମରିଚ ଗୁଣ୍ଡ ଓ ଗୁଜୁରାତି ଗୁଣ୍ଡକୁ ଏକ କଡ଼ାଇରେ ନେଇ ଗ୍ୟାସ୍ ଉପରେ ବସାନ୍ତୁ ଏବଂ ଲଗାତାର ଭାବରେ ଏହାକୁ ଘାଣ୍ଟନ୍ତୁ। ନଡ଼ିଆରୁ ପାଣି ମରିଗଲେ ଗ୍ୟାସ୍ ବନ୍ଦ କରିଦିଅନ୍ତୁ। ୪ ଘଣ୍ଟା ପରେ ବିରି, ଚାଉଳ ଓ ମେଥି ବଟାରେ ଆବଶ୍ୟକ ଅନୁସାରେ ଲୁଣ ପକାଇ ଭଲଭାବରେ ଗୋଳାଇ ଦିଅନ୍ତୁ। ତା’ ପରେ ଗ୍ୟାସ୍ ଉପରେ ଇଡଲି ଛାଞ୍ଚରେ ପାଣି ଦେଇ ବସାନ୍ତୁ ଏବଂ ଇଡଲି ଛାଞ୍ଚକୁ ପାଣିରେ ଧୋଇ ଦିଅନ୍ତୁ। ତା’ ପରେ ଏହି ଛାଞ୍ଚରେ ଅଧା ଚାମଚ ପିଠଉ ପକାନ୍ତୁ ତା’ ଉପରେ ଏକ ଚାମଚ ନଡ଼ିଆର ପୁର ଦିଅନ୍ତୁ, ତା’ ଉପରେ ଏକ ଚାମଚ ପିଠଉ ଦିଅନ୍ତୁ। ଏହିପରି ସବୁ ଛାଞ୍ଚରେ ପିଠଉ ଏବଂ ପୂର ଦେଇ ଇଡଲି ପାତ୍ରରେ ରଖି ଘୋଡ଼ଣୀ ଘୋଡାଇ ୧୦ରୁ ୧୫ ମିନିଟ୍ ପାଇଁ ଗ୍ୟାସ୍ ଉପରେ ବସାନ୍ତୁ। ତା’ ପରେ ଗ୍ୟାସ୍ ବନ୍ଦ କରି ୫ ମିନିଟ୍ ପରେ ଘୋଡଣୀ ଖୋଲି ଇଡଲି ଛାଞ୍ଚକୁ ବାହାରକୁ ଏକ କପଡ଼ା ସାହାଯ୍ୟରେ ଧରି କାଢ଼ନ୍ତୁ। ତା’ ପରେ ଏକ ଚାମଚ ସାହାଯ୍ୟରେ ଇଡଲିକୁ କାଢ଼ନ୍ତୁ। ଗରମ ଗରମ ଖାଆନ୍ତୁ।