ପ୍ରାୟ ସମସ୍ତେ ଆଇସିୟୁ ବିଷୟରେ ଶୁଣିଥିବେ, ହେଲେ ଆଇସିୟୁ କ’ଣ? ଏଥିରେ କିଭଳି ଭାବେ ଚିକିତ୍ସା କରାଯାଏ? ଏନେଇ କ୍ରିଟିକାଲ କେୟାର ସ୍ପେଶାଲିଷ୍ଟ ଡାକ୍ତର ଗୁଣଧର ପାଢ଼ି କ’ଣ କହୁଛନ୍ତି, ଆସନ୍ତୁ ଜାଣନ୍ତୁ।

ଆଇସିୟୁ (ICU) କ’ଣ? (What is an ICU in Odia)

ଆଇସିୟୁର ଅର୍ଥ ହେଉଛି ଇଣ୍ଟେନ୍‌ସିଭ୍‌ କେୟାର ୟୁନିଟ୍‌। ଗୁରୁତର ରୋଗୀଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଏ। ଏହି ସ୍ୱତନ୍ତ୍ର ଓ୍ୱାର୍ଡରେ ରୋଗୀଙ୍କୁ ଅଭିଜ୍ଞ ଡାକ୍ତର ତଥା ନର୍ସମାନେ ନିରନ୍ତର ଭାବେ ମନିଟର କରିଥାଆନ୍ତି। ରୋଗୀର ହାର୍ଟ ରେଟ୍‌, ରକ୍ତଚାପ, ୟୁରିନ୍‌ ତଥା ଅନ୍ୟାନ୍ୟ ଜିନିଷକୁ ପ୍ରତି ମୁହୂର୍ତ୍ତରେ ମନିଟର କରାଯାଏ। ଆଇସିୟୁରେ ସଂକ୍ରମଣକୁ ରୋକିବା ପାଇଁ ଡାକ୍ତର ତଥା ସ୍ୱତନ୍ତ୍ର ନର୍ସଙ୍କୁ ଛଡ଼ା ଯାଇଥାଏ। ତ’ଛଡ଼ା ଅନ୍ୟ କାହାକୁ ଛଡ଼ା ଯାଇନଥାଏ।

ଆଇସିୟୁରେ କେମିତି ହୁଏ ଚିକିତ୍ସା? (Treatment in ICU in Odia)

ସାଧାରଣ ଓ୍ୱାର୍ଡରେ ଚିକିତ୍ସିତ ହେଉଥିବା ବେଳେ ରୋଗୀଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେଲେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥାଏ। ଆଇସିୟୁରେ ସେମାନଙ୍କୁ ସ୍ୱାସ୍ଥ୍ୟାବସ୍ଥାକୁ କ୍ଷଣିକ କ୍ଷଣି ପରୀକ୍ଷା କରାଯାଇଥାଏ। ଆଇସିୟୁରେ ଚିକିତ୍ସା କରିବା ପାଇଁ ସ୍ୱତନ୍ତ୍ର ଡାକ୍ତର ରହିଥାଆନ୍ତି, ଯାହାକୁ ଇଣ୍ଟେସିଭିଷ୍ଟ କୁହାଯାଏ। ସେମାନେ ହିଁ ରୋଗୀର ଯତ୍ନ ନେଇଥାଆନ୍ତି।

ସାଧାରଣ ଓ୍ୱାର୍ଡରେ ରୋଗୀଙ୍କୁ ଯେତିକି ସମୟ ମନିଟର କରାଯାଉଛି, ଆଇସିୟୁରେ ୨୪ ଘଣ୍ଟା ମନିଟର କରାଯାଏ।

କେଉଁ ରୋଗୀଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଏ? (How long is the treatment going on in ICU in Odia)

ବ୍ରେନ୍‌ ଷ୍ଟ୍ରୋକ୍‌ ହେଲେ, ହୃଦ୍‌ରୋଗୀ, ନିଶ୍ୱାସପ୍ରଶ୍ୱାସ ନେବାରେ ଅସୁବିଧା ହେଲେ, ସିଭିୟର ନିମୋନିଆ ରୋଗୀ, ଯେଉଁ ରୋଗୀମାନଙ୍କୁ ଭେଣ୍ଟିଲେଟରରେ ରଖିବାକୁ ପଡ଼େ ଅର୍ଥାତ୍‌ ଯେଉଁମାନେ ଗୁରୁତର ରୋଗୀ, ସେମାନଙ୍କୁ ଆଇସିୟୁରେ ଭର୍ତ୍ତି କରିବାକୁ ପଡ଼ିଥାଏ।

କେତେ ଦିନ ଧରି ଆଇସିୟୁରେ ଚିକିତ୍ସା ହୁଏ? (How long is the treatment going on in ICU in Odia)

ରୋଗୀଙ୍କ ଅବସ୍ଥାକୁ ଦେଖି ସେମାନଙ୍କର ଚିକିତ୍ସା କରାଯାଇଥାଏ। ସେମାନଙ୍କୁ ସପ୍ତାହ କିମ୍ବା ଦୁଇ ସପ୍ତାହ ଉପରେ ବି ଆଇସିୟୁରେ ରଖିବାକୁ ପଡ଼ିଥାଏ। ଯେଉଁମାନେ କୋମାରେ ଅଛନ୍ତି, ସେମାନଙ୍କୁ ମାସ ମାସ ଧରି ରଖିବାକୁ ପଡ଼ିପାରେ। ତେଣୁ, ଆଇସିୟୁରେ ଲମ୍ବା ସମୟ ଧରି ଚିକିତ୍ସା କରାଯାଇଥାଏ, କାରଣ ଗୁରୁତର ରୋଗୀଙ୍କୁ ହିଁ ଆଇସିୟୁରେ ଭର୍ତ୍ତି କରିବାକୁ ପଡ଼ିଥାଏ।

ଆଇସିୟୁରେ କ’ଣ କ’ଣ ଥେରାପି ଦିଆଯାଏ? (Therapy Utilization in ICU in Odia)

ନିମୋନିଆ ରୋଗୀଙ୍କୁ ଆଇସିୟୁରେ ଚିକିତ୍ସା କରାଯାଇଥାଏ। କିଡ୍‌ନି ଡାଏଲିସିସ୍‌ କରୁଥିବା ବ୍ୟକ୍ତିଙ୍କୁ ଆଇସିୟୁରେ ସିଆର୍‌ଆର୍‌ଟି ଦିଆଯାଇଥାଏ। ହୃଦ୍‌ରୋଗୀଙ୍କୁ ଆଇସିୟୁରେ ରଖି ଚିକିତ୍ସା କରାଯାଏ।

ଆଇସିୟୁରେ ସଂକ୍ରମଣ ହେବାର ଆଶଙ୍କା ଅଧିକ। ତେଣୁ, ଆଇସିୟୁରେ ଅଧିକ ଯତ୍ନବାନ ହେବା ଆବଶ୍ୟକ। ଆଇସିୟୁ ଭିତରକୁ ଯିବା ପୂର୍ବରୁ ମାସ୍କ, ସାନିଟାଇଜର, ହେଡ୍‌ ମାସ୍କ ପିନ୍ଧିବା ଆବଶ୍ୟକ। ଆଇସିୟୁରେ ସଂକ୍ରମଣକୁ ରୋକିବା ବହୁତ ଜରୁରୀ।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ଗୁଣଧର ପାଢ଼ିଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: This information on ICU, in Odia language, is based on an extensive interview with Dr Gunadhar Padhi, a Critical Care Specialist.