ଟୁଥ ବ୍ରଶକୁ ଅଧିକ ଦିନ ବ୍ୟବହାର କରିବା ଫଳରେ ସେଥିରୁ ଦୁର୍ଗନ୍ଧ ବାହାରିଥାଏ ଏବଂ ଜୀବାଣୁ ମଧ୍ୟ ସୃଷ୍ଟି ହୋଇଥାଆନ୍ତି। ତେଣୁ ଟୁଥ ବ୍ରଶ କେତେ ଦିନରେ ବଦଳାଇବା ଉଚିତ ଆସନ୍ତୁ ଜାଣିବା।

କୌଣସି ଖାଦ୍ୟ ଖାଇବା ପୂର୍ବରୁ ଆମେ ଟୁଥ ବ୍ରଶରେ ଦାନ୍ତ ସଫା କରିଥାଉ। କିନ୍ତୁ ଏହି ଟୁଥ ବ୍ରଶ କେତେ ଦିନ ବ୍ୟବହାର କରିବା ଉଚିତ ସେ ବାବଦରେ ଅଧିକାଂଶ ଲୋକ ଜାଣିନାହାନ୍ତି।

ଅନେକ ଲୋକ ମାସ ମାସ ଧରି ଗୋଟିଏ ବ୍ରଶ ବ୍ୟବହାର କରିଥାନ୍ତି। ବ୍ରଶ ଉପରକୁ ସଫା ଦେଖାଯାଉଥିଲେ ମଧ୍ୟ ସେଥିରେ ଅନେକ ଜୀବାଣୁ ଲାଗି ରହିଥାନ୍ତି। ଯାହାକି ଖାଲି ଆଖିକୁ ଦେଖାଯାଏ ନାହିଁ। ଏହି ଜୀବାଣୁ ଦାନ୍ତ ଏବଂ ପାଟିରେ ଅନେକ ସମସ୍ୟା ହୋଇଥାଏ। ଅନେକ ଦିନ ଧରି ଏହି ବ୍ରଶ ବ୍ୟବହାର କରିବା ଦ୍ୱାରା ପାଇରିଆ ଏବଂ ପାଟି ସଂକ୍ରମିତ ହେବାର ଆଶଙ୍କା ଥାଏ। ତେଣୁ ବ୍ରଶକୁ ଅଧିକ ଦିନ ବ୍ୟବହାର ନ କରି ବଦଳାଇ ଦେବା ଜରୁରୀ।

କାହିଁକି ବଦଳିବେ ଟୁଥ ବ୍ରଶ?

ବ୍ରଶକୁ ଧରିବା ପାଇଁ ସେଥିରେ ଏକ ହ୍ୟାଣ୍ଡେଲ ଲାଗିଥାଏ। ଏହି ହ୍ୟାଣ୍ଡେଲ ପ୍ଲାଷ୍ଟିକରେ ହୋଇଥିବା କାରଣରୁ ସେଥିରେ ଅଧିକ ସମୟ ପର୍ଯ୍ୟନ୍ତ ଜୀବାଣୁ ଲାଗି ରହିଥାଆନ୍ତି। ଏହି ଜୀବାଣୁ ଦାନ୍ତ ସଂସ୍ପର୍ଶରେ ଆସି ଦାନ୍ତ କ୍ଷୟ କରିପାରନ୍ତି।

ଅଧିକାଂଶ ଲୋକ ଦିନକୁ ଦୁଇ ଥର ଦାନ୍ତ ଘଷିଥାଆନ୍ତି। ଟୁଥ ବ୍ରଶରେ ଓଦା ରହୁଥିବାରୁ ଏଥିରେ ଜୀବାଣୁ ସହଜରେ ଜନ୍ମ ନେଇପାରନ୍ତି।

ଆମେ ଖାଉଥିବା ଅନେକ ଖାଦ୍ୟ ଶର୍କରାଯୁକ୍ତ ହୋଇଥାଏ। ଦାନ୍ତ ଘଷିବା ସମୟରେ ଏହି ଶର୍କରା ବ୍ରଶରେ ଲାଗି ରହିଯାଏ। ଯାହା ଦାନ୍ତକୁ କମ ଦିନରେ ନଷ୍ଟ କରିଦେଇଥାଏ।

ଅଧିକ ଦିନ ବ୍ରଶକୁ ବ୍ୟବହାର କରିବା ଯୋଗୁଁ ସେଥିରେ ଲାଗିଥିବା ପ୍ଲାଷ୍ଟିକ କଣ୍ଟାଗୁଡ଼ିକ ଖରାପ ହୋଇଯାଇ ସେଥିରୁ ଦୁର୍ଗନ୍ଧ ବାହାରିଥାଏ। କଣ୍ଟାଗୁଡ଼ିକ ନରମ ହୋଇଯିବା ପରେ ଦାନ୍ତ ମଧ୍ୟ ସଠିକ ଭାବରେ ସଫା ହୋଇପାରିନଥାଏ।

ତିନି ମାସରେ ବ୍ରଶ ବଦଳାନ୍ତୁ

ଗୋଟିଏ ବ୍ରଶ ତିନି ମାସ ବ୍ୟବହାର ପରେ ବଦଳାଇ ଦିଅନ୍ତୁ। ତିନି ମାସ ପରେ ବ୍ରିଶଲ ବା ବ୍ରଶର ଲୋମ ନଷ୍ଟ ହୋଇଯାଇଥାଏ। ଟୁଥ ବ୍ରଶର ଦୁର୍ଗନ୍ଧ ଏବଂ ଦାନ୍ତର ଜୀବାଣୁ ଶରୀର ଉପରେ ଖରାପ ପ୍ରଭାବ ପଡ଼ିଥାଏ।

ବ୍ରଶକୁ ଅଧିକ ଧୁଅନ୍ତୁ ନାହିଁ

କେହି କେହି ବ୍ରଶ କରିବା ପରେ ବ୍ରଶକୁ ପାଣିରେ କିଛି ସମୟ ଭିଜାଇ ରଖିଥାଆନ୍ତି। ଏପରି କରିବା ଫଳରେ ବ୍ରଶ ଜଲଦି ଖରାପ ଏବଂ ଦାନ୍ତ ଭଲ ଭାବରେ ସଫା ହୋଇନଥାଏ।

ବ୍ରିଶଲକୁ ଘୋଡ଼େଇ ରଖନ୍ତୁ

ବ୍ରଶ କରିବା ପରେ ବ୍ରିଶଲକୁ କଭର କରିଦିଅନ୍ତୁ। ବ୍ରଶରୁ ସମ୍ପୂର୍ଣ୍ଣ ପାଣି ଗଡ଼ିବା ଖୋଲା ରଖନ୍ତୁ। ପରେ ବ୍ରିଶଲ ବକ୍ସ ଦ୍ୱାରା ଏହାକୁ କଭର କରନ୍ତୁ। ବ୍ରିଶଲ ଓଦା ରହିଲେ ସେଥିରେ କୀଟାଣୁ ବଢ଼ିଥାଆନ୍ତି।

ବାଥ ରୁମରେ ବ୍ରଶ ରଖନ୍ତୁ ନାହିଁ

ଅନେକ ଲୋକ ବାଥ ରୁମରେ ବ୍ରଶ ରଖିଥାଆନ୍ତି। ବାଥ ରୁମରେ ଅନେକ ରୋଗ ଜୀବାଣୁ ଥାଆନ୍ତି। ସେସବୁ ଜୀବାଣୁ ବ୍ରଶରେ ଲାଗି ଉଭୟ ଶରୀର ଏବଂ ଦାନ୍ତକୁ ନଷ୍ଟ କରିଦେଇଥାଏ।

କିପରି ଟୁଥ ବ୍ରଶର ଯତ୍ନ ନେବେ?

ଆପଣ ବ୍ୟବହାର କରୁଥିବା ଟୁଥ ବ୍ରଶ ଅନ୍ୟ କାହା ସହିତ ସେୟାର କରନ୍ତୁ ନାହିଁ। ପରିବାରର ଅନ୍ୟ ସଦସ୍ୟଙ୍କ ବ୍ରଶ ପାଖରେ ନିଜର ବ୍ରଶ ରଖନ୍ତୁ ନାହିଁ। ଆପଣଙ୍କ ବ୍ରଶର ମୁଣ୍ଡ ଅନ୍ୟ କାହାର ବ୍ରଶର ମୁଣ୍ଡ ସହ ଯେପରି ନ ବାଜିବ ସେ ପ୍ରତି ଧ୍ୟାନ ଦିଅନ୍ତୁ।

ବ୍ରଶ କରିବା ପରେ ଟୁଥ ବ୍ରଶକୁ ଟ୍ୟାପ ପାଣିରେ ସମ୍ପୂର୍ଣ୍ଣ ଭାବେ ଧୋଇଦିଅନ୍ତୁ। ମନେରଖନ୍ତୁ ଗରମ ପାଣି କିମ୍ବା କୌଣସି ଔଷଧ ଦ୍ୱାରା ବ୍ରଶକୁ ଧୁଅନ୍ତୁ ନାହିଁ।