ବର୍ତ୍ତମାନ କରୋନା ସମୟରେ ରୋଗ ପ୍ରତିରୋଧକ ଶକ୍ତି ହିଁ ଏକମାତ୍ର ସାହାରା। ଏଭଳି ପରିପ୍ରେକ୍ଷୀରେ ରୋଗ ପ୍ରତିରକ୍ଷା ପ୍ରଣାଳୀ ବୃଦ୍ଧି ପାଇଁ ଆୟୁଷ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା କେତୋଟି ଉପାୟ ବାବଦରେ ଆସନ୍ତୁ ଜାଣିବା।

Turmeric milk benefits | From boosting immunity to improving digestion,  list of health benefits of turmeric milk | Health Tips and News

ଅଧିକ ପଢ଼ନ୍ତୁ: ପିଅନ୍ତୁ ଉଷୁମ ମେଥି ପାଣି, ଜାଣନ୍ତୁ ଏହାର ଲାଭକାରୀ ଗୁଣ

ଆୟୁଷ କ୍ୱାଥ

ପ୍ରତିଦିନ ୧୫୦ ଏମଏଲ ବା କପେ ଆୟୁଷ କ୍ୱାଥ ସେବନ କରନ୍ତୁ। ଏଥିରେ ତୁଳସୀ ପତ୍ର ଓ ଡାଲଚିନି ଭଳି ଘରୋଇ ଜିନିଷ ରହିଛି ଯାହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ।

ସମଶାମନି ବଟି

ଯେକୌଣସି ଆୟୁର୍ବେଦିକ ମେଡିସିନ ଷ୍ଟୋରରେ ଆପଣଙ୍କୁ ଏହି ବଟିକା ମିଳିଯାଇପାରିବ। ଏହାକୁ ଦୁଇ ଥର ସେବନ କରିବା ଫଳରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ।

ଗିଲୋୟ ପାଉଡର

ଗିଲୋୟ ପାଉଡରରେ ଆଣ୍ଟି ଅକ୍ସିଡାଣ୍ଟ ଏବଂ ଇମ୍ୟୁନିଟି ବୁଷ୍ଟର ଭଳି ଗୁଣ ରହିଛି। ଏହାକୁ ୧୫ ଦିନ ପାଇଁ ଗରମ ପାଣିରେ ୧-୩ ଗ୍ରାମ ସେବନ କରନ୍ତୁ।

Ashwagandha: Health benefits and side effects

ଅଧିକ ପଢ଼ନ୍ତୁ: ଜାଣନ୍ତୁ, ଭୃସୁଙ୍ଗ ପତ୍ରର ଉପକାରୀ ଗୁଣ

ଅଶ୍ୱଗନ୍ଧା

ଇମ୍ୟୁନିଟି ସିଷ୍ଟମକୁ ଶକ୍ତ କରିବାରେ ଅଶ୍ୱଗନ୍ଧା କାମ କରିଥାଏ। ଏହାକୁ ଦିନକୁ ଦୁଇଥର ବା ୫୦୦ ମିଲିଗ୍ରାମ ସେବନ କରନ୍ତୁ।

ଅଁଳା

ଅଁଳାରେ ଭିଟାମିନ ସି ଭରପୁର ହୋଇ ରହିଛି। ପ୍ରତିଦିନ ୧-୩ ଗ୍ରାମ ଅଁଳା ଗୁଣ୍ଡ ଖାଇଲେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ।

ହଳଦୀ ମିଶା କ୍ଷୀର

କରୋନାର କୌଣସି ଲକ୍ଷଣ ପ୍ରକାଶ ପାଉଥିଲେ ମଧ୍ୟ ଦିନକୁ ଦୁଇ ଥର ହଳଦୀ ମିଶା ତା କ କ୍ଷୀର ପିଇବାକୁ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏହା ରୋଗ ପ୍ରତିରକ୍ଷା କ୍ଷମତା ବଢ଼ାଇବାରେ ସାହାଯ୍ୟ କରିଥାଏ।

Drink Haldi Or Turmeric Water Everyday To Flush Out All The Harmful Toxins  From Your Body

ଅଧିକ ପଢ଼ନ୍ତୁ: କଳା ଜୀରା- କରିଥାଏ ଅନେକ ରୋଗର ସମାଧାନ

ହଳଦୀ ଲୁଣ ପାଣି କୁଳି

ତଣ୍ଟି କୁଣ୍ଢାଇ ହେଉଥିଲେ କିମ୍ବା କାଶ ହେଉଥିଲେ ହଳଦୀ ଲୁଣ ମିଶା ପାଣି କୁଳି କରନ୍ତୁ। ଦିନକୁ ୫-୬ ଥର ଏପରି କଲେ ଆରାମ ମିଳିବ।

ଚ୍ୟବନ ପ୍ରାସ

ନିୟମିତ ଚ୍ୟବନ ପ୍ରାସ ଖାଇବା ଫଳରେ କମ ରୋଗ ହୋଇଥାଏ। ଏହା ଶରୀରକୁ ମଜଭୁତ ରଖିବା ସହ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ।