ମେଥି ଖାଇବା ଫଳରେ ମଧୁମେହ ଭଳି ଗୁରୁତର ରୋଗ ଭଲ ହୋଇଥାଏ। ଜାଣନ୍ତୁ ମେଥି ପାଣିର କେତେକ ଉପକାରିତା ବାବଦରେ।

ଅଧିକ ପଢ଼ନ୍ତୁ: ଖାଲି ପେଟରେ ଏହି ଖାଦ୍ୟ ଖାଆନ୍ତୁ ନାହିଁ

ସାଧାରଣତଃ ମେଥିକୁ ମସଲା ଭାବେ ବ୍ୟବହାର କରାଯାଇଥାଏ। ଆପଣ ଜାଣିଛନ୍ତି କି ମେଥି ଶରୀରର ଅନେକ ସମସ୍ୟା ଦୂର କରିଥାଏ। ପ୍ରତିଦିନ ସକାଳୁ ମେଥି ପାଣି ପିଇବା ଫଳରେ ମଧୁମେହ ଭଳି ରୋଗରୁ ଉପଶମ ମିଳିଥାଏ।

ମେଥି ପାଣି ପିଇବା ଫଳରେ ଶରୀରରେ ମେଟାବଲିଜିମ ପ୍ରକ୍ରିୟାରେ ସୁଧାର ଆସିଥାଏ।

ମେଥି ପାଣି ସେବନ କରିବା ଦ୍ଵାରା ଓଜନରେ ନିୟନ୍ତ୍ରଣ ଆସିଥାଏ। ମେଥି ପାଣି ସେବନ ଦ୍ଵାରା ଆପଣଙ୍କୁ ଭୋକ ଲାଗିନଥାଏ। ଏହା ଛଡ଼ା ମେଥି ପାଣି ଚର୍ବି କମ କରିଥାଏ।

ମେଥିରେ ଆଣ୍ଟି ଆକ୍ସିଡାଣ୍ଟ ଓ ଆଣ୍ଟି ଇନଫ୍ଲାମେଟାରୀ ରହିଛି ଯାହା ଶରୀରର ହାଡ଼ ଏବଂ ଗଣ୍ଠି ଜନିତ ସମସ୍ୟାକୁ ଦୂର କରିଥାଏ।

ଶରୀରରୁ ଅନାବଶ୍ୟକ କୋଲେଷ୍ଟ୍ରୋଲ ବାହାର କରିବାରେ ମେଥି ପାଣି ସାହାଯ୍ୟ କରିଥାଏ।

fenugreek

ଅଧିକ ପଢ଼ନ୍ତୁ: ସକାଳ ବ୍ୟାୟାମ ପରେ ଖାଆନ୍ତୁ ଏହି ୬ଟି ଖାଦ୍ୟ

ନିୟମିତ ମେଥି ପାଣି ସେବନ ଦ୍ଵାରା ହାର୍ଟ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ। ଯେଉଁ ଲୋକଙ୍କୁ ଉଚ୍ଚ ରକ୍ତ ଚାପ ସମସ୍ୟା ଅଛି ସେମାନେ ପ୍ରତିଦିନ ମେଥି ପାଣି ଓ ମେଥି ସେବନ କରିବା ଉଚିତ। ମେଥି ପାଣି ପିଇବା ଫଳରେ ଶରୀରରେ ରକ୍ତ ଚାପ ନିୟନ୍ତ୍ରଣ ରହିଥାଏ। ମେଥିରେ ଥିବା ପୋଟାସିୟମ ରକ୍ତ ଚାପ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ।

ମେଥିରେ ଫାଇବର ଥିବା ଫାଇବର ହାଡ଼ ଏବଂ ମାଂସପେଶୀକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ।

ମଧୁମେହ ରୋଗୀଙ୍କ ପାଇଁ ମେଥି ବେଶ ଲାଭଦାୟକ। ନିୟମିତ ମେଥି ପାଣି ପିଇବା ଫଳରେ ରକ୍ତରେ ସୁଗାର ମାତ୍ରା ନିୟନ୍ତ୍ରଣରେ ରହିଥାଏ।

ଆପଣଙ୍କର କୌଣସି ଚର୍ମ ଜନିତ ସମସ୍ୟା ରହିଥିଲେ ମେଥି ପାଣି ପିଇବା ନିହାତି ଜରୁରୀ। ଏହା ଫଳରେ ଆପଣଙ୍କ ଚର୍ମ ସମସ୍ୟା ଦୂର ହୋଇଥାଏ।

ଗର୍ଭବତୀ ମହିଳାଙ୍କ ପାଇଁ ମେଥି ଦାନା ଔଷଧ ଭଳି କାମ କରିଥାଏ। ମେଥି ପାଣି ସେବନ ଫଳରେ ଶିଶୁ ଜନ୍ମ ପରେ ମା’ ପାଖରେ ଦେଖାଯାଉଥିବା ସମସ୍ତ ସମସ୍ୟା ଦୂର ହୋଇଥାଏ।

କିପରି ପ୍ରସ୍ତୁତ କରିବେ ମେଥି ପାଣି?

ରାତିରେ ଗୋଟେ ଗ୍ଳାସ ପାଣିରେ ୨ ଚାମଚ ମେଥି ପକାଇ ଏହାକୁ ରାତି ସାରା ଛାଡ଼ି ଦିଅନ୍ତୁ।

ସକାଳେ ଉଠି ଏହାକୁ ୧୦ ମିନିଟ ଫୁଟାଇ ଏହି ପାଣି ଛାଣି ଦିଅନ୍ତୁ।

ଏହା ପରେ ସେହି ମେଥି ପାଣିରେ ଦୁଇ ଚାମଚ ମହୁ ମିଶେଇ ଚା’ ଭଳି ପିଅନ୍ତୁ।

fenugreek water

ଅଧିକ ପଢ଼ନ୍ତୁ: ଖାଆନ୍ତୁ ନିରାମିଷ ଖାଦ୍ୟ, ବଢ଼ାନ୍ତୁ ରୋଗ ପ୍ରତିରୋଧକ ଶକ୍ତି

ସତର୍କତା

ମେଥି ପ୍ରକୃତିରେ ଗରମ ହୋଇଥିବାରୁ ଏହାକୁ ଅଧିକ ଖାଇବା ଫଳରେ ପେଟ ଜନିତ ସମସ୍ୟା ଦେଖା ଦେଇଥାଏ।

ଇଣ୍ଟେଷ୍ଟାଇନ ଅଲସରରେ ପୀଡ଼ିତ ବ୍ୟକ୍ତି ମେଥି ପାଣି ପିଇବା ଉଚିତ ନୁହେଁ।

ସକାଳୁ ଖାଲି ପେଟରେ ଏହି ପାଣି ପିଇବା ପୂର୍ବରୁ ସାମାନ୍ୟ ଉଷୁମ କରି ପିଇବା ଉଚିତ।

ଅଧିକ ମେଥି ସେବନ ଚର୍ମ ଜଳାପୋଡ଼ାର କାରଣ ହୋଇଥାଏ।