କଳା ଜୀରା ଖାଇବା ଫଳରେ ଅନେକ ରୋଗ ଭଲ ହୋଇଥାଏ। ଏହାର ତେଲ ମଧ୍ୟ ସ୍ୱାସ୍ଥ୍ୟ ପକ୍ଷେ ହିତକର।

kalonji

ଅଧିକ ପଢ଼ନ୍ତୁ: ପିଅନ୍ତୁ ଉଷୁମ ମେଥି ପାଣି, ଜାଣନ୍ତୁ ଏହାର ଲାଭକାରୀ ଗୁଣ

ପ୍ରତିଦିନ ବ୍ୟବହାରରେ ଆମେ ଜୀରା ବ୍ୟବହାର କରିଥାଉ। ହେଲେ ପ୍ରାୟ ସମସ୍ତଙ୍କ ଘରେ କଳା ଜୀରା ରହିଥାଏ। ଏହି ଜୀରାର ରଙ୍ଗ କଳା ହୋଇଥିବାରୁ ଏହାକୁ କଳା ଜୀରା କୁହାଯାଏ। କଳା ଜୀରା ଶରୀରରେ ଅନେକ ରୋଗକୁ ଭଲ କରିଥାଏ। ତେବେ ଆନ୍ତୁ ଜାଣିବା କଳା ଜୀରାରୁ ସ୍ୱାସ୍ଥ୍ୟଜନିତ କେଉଁ କେଉଁ ରୋଗ ଭଲ ହୋଇଥାଏ।

ଟାଇପ-୨ ଡାଇବେଟିସରେ ପୀଡ଼ିତ ବ୍ୟକ୍ତି ପ୍ରତିଦିନ କଳା ଜୀରା ଖାଇବା ଉଚିତ। ଏହା ଦ୍ୱାରା ଶରୀରରେ ତିଆରି ହେଉଥିବା ଗ୍ଲୁକୋଜ କମ ହୋଇଥାଏ ଏବଂ ଇନସୁଲିନ ତିଆରି ହେବା କ୍ଷମତା ବୃଦ୍ଧି ହୋଇଥାଏ। ଆହୁରି ମଧ୍ୟ ଏହା ଶରୀରରେ ଥିବା ବିଟା ସେଲର କାର୍ଯ୍ୟ ଦକ୍ଷତା ବୃଦ୍ଧି ପାଇଥାଏ।

ସପ୍ତାହକୁ ଦୁଇଥର କଳା ଜୀରା ଖାଇଲେ ହାଇପରଟେନସନରୁ ମୁକ୍ତି ମିଳିବା ସହିତ ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ।

କଳା ଜୀରାକୁ ପାଣିରେ ଫୁଟାଇ ବାତ ରୋଗୀଙ୍କୁ ଏହାର ପାଣି ପିଇବାକୁ ଦିଅନ୍ତୁ। କିଛି ଦିନ ପରେ ବାତ ରୋଗ ଭଲ ହୋଇଥାଏ।

କଫ ସମସ୍ୟା ଥିଲେ କଳା ଜୀରା ତେଲ ଖାଆନ୍ତୁ। ଏହାର ତେଲ ଖାଲି ପେଟରେ ଖାଇଲେ ଅନେକ ରୋଗ ଭଲ ହୋଇଥାଏ।

କଳା ଜୀରା ତ୍ୱଚା ସମ୍ୱନ୍ଧୀୟ ସମସ୍ୟା ଠିକ କରିଥାଏ। ଏହାକୁ ଖାଇଲେ ତ୍ୱଚା କୋମଳ ଓ ଉଜ୍ଜ୍ୱଳ ହୋଇଥାଏ।

25 Wondrous Ways to Benefit From Black Seed or Kalonji Oil | KashmirBox.com

ଅଧିକ ପଢ଼ନ୍ତୁ: ଖାଆନ୍ତୁ ନିରାମିଷ ଖାଦ୍ୟ, ବଢ଼ାନ୍ତୁ ରୋଗ ପ୍ରତିରୋଧକ ଶକ୍ତି

କଳା ଜୀରା ତେଲ କେଶରେ ଲଗାଇଲେ କେଶ କଳା ହୋଇଥାଏ।

ଯେଉଁମାନଙ୍କର ଦାନ୍ତ ସମସ୍ୟା ରହିଛି କିମ୍ୱା ଦାନ୍ତ ପୋକ ଖାଉଛି, ସେମାନେ ରାତିରେ ଶୋଇବା ପୂର୍ବରୁ ତୁଳାରେ କଳା ଜୀରା ତେଲ ଲଗାଇ ଦାନ୍ତ ମୂଳରେ ଲଗାଇ ଶୁଅନ୍ତୁ। ଦାନ୍ତରେ ଥିବା ବ୍ୟାକ୍ଟେରିଆ ନଷ୍ଟ ହୋଇଥାଏ।

ସର୍ଦ୍ଦି, କାଶ, କଫ ଦୂର କରିବା ପାଇଁ କଳା ଜୀରା ବହୁତ ଲାଭଦାୟକ ହୋଇଥାଏ। ଯଦି ଆପଣଙ୍କୁ ବହୁ ଦିନ ଧରି ସର୍ଦ୍ଦି, କାଶ ଲାଗି ରହୁଛି ତେବେ କିଛି କଳା ଜୀରାକୁ ଅଳ୍ପ ଭାଜି ସେଗୁଡ଼ିକୁ ଛୋଟ କପଡ଼ାରେ ବାନ୍ଧି ଏହାକୁ ଶୁଙ୍ଘନ୍ତୁ। ଏହା ଦ୍ୱାରା ଆପଣଙ୍କୁ ବହୁ ଦିନ ଧରି ଲାଗି ରହୁଥିବା ସର୍ଦ୍ଦି, କାଶ ସମସ୍ୟାରୁ ମୁକ୍ତି ମିଳିଥାଏ।

5 Power Packed Benefits of Kalonji Oil or Black Seed Oil For Hair And Skin

ଅଧିକ ପଢ଼ନ୍ତୁ: ଫଳ ଜୁସ୍ ନ ପିଇ, ଚୋବାଇ ଖାଇବା ଭଲ

କଳା ଜୀରା ଏବଂ ମହୁ ମିଶାଇ ଖାଇବା ଫଳରେ ସ୍ମୃତି ଶକ୍ତି ବୃଦ୍ଧି ହୋଇଥାଏ।

କଳା ଜୀରା ଖାଇବା ଫଳରେ ମୁଣ୍ଡ ବିନ୍ଧା କମ ହୋଇଥାଏ।

ପ୍ରତିଦିନ ଉଷୁମ ପାଣି, ମହୁ, ଲେମ୍ବୁ ଏବଂ କଳା ଜୀରା ମିଶାଇ ପିଅନ୍ତୁ। ଅଦରକାରୀ ଚର୍ବି ନଷ୍ଟ ହୋଇଥାଏ।

କଳା ଜୀରା ତେଲ ଲଗାଇବା ଫଳରେ ଗଣ୍ଠିବାତ ସମସ୍ୟା ଦୂର ହୋଇଥାଏ।

ଅଧ ଚାମଚ କଳା ଜୀରା ତେଲ, ଦୁଇ ଚାମଚ ମହୁ ଏବଂ ଉଷୁମ ପାଣି ପିଇବା ଦ୍ଵାରା କିଡନୀ ରୋଗ ଭଲ ହୋଇଥାଏ।