ହାର୍ଟ ଏବଂ ଲିଭର ଜନିତ ସମସ୍ୟା ଦୂର କରିବାରେ ଭୃସୁଙ୍ଗ ପତ୍ର ସାହାଯ୍ୟ କରିଥାଏ। ତେବେ ଆସନ୍ତୁ ଜାଣିବା ଭୃସୁଙ୍ଗ ପତ୍ରର ଆଉ କ’ଣ ଉପକାରୀ ଗୁଣ ରହିଛି।

curry leaves

ଅଧିକ ପଢ଼ନ୍ତୁ: ଗିଲୋୟକୁ କିଭଳି ଖାଇବେ?

ଆପଣମାନଙ୍କ ବାଡ଼ିରେ ଅନେକ ଔଷଧୀୟ ଗଛ ରହିଛି ଯାହା ବାବଦରେ ଆପଣ ଜାଣିନଥିବେ। ସେସବୁ ଗଛ ମଧ୍ୟରୁ ଭୃସୁଙ୍ଗ ଗଛ ହେଉଛି ଗୋଟିଏ ଗଛ। ସାଧାରଣତଃ ଏହାର ପତ୍ରକୁ ଉପମା,ପକୁଡ଼ି ଏବଂ ଅନ୍ୟାନ୍ୟ ତରକାରୀରେ ବ୍ୟବହାର କରାଯାଇଥାଏ। କିନ୍ତୁ ଏହି ପତ୍ରର ଉପକାରିତା ବାବଦରେ ଖୁବ ଅଳ୍ପ ଲୋକ ଜାଣିଛନ୍ତି।

ଭୃସୁଙ୍ଗ ପତ୍ରରେ ପ୍ରଚୁର ମାତ୍ରାରେ ଭିଟାମିନ ବି୧,ବି୩, ବି୯ ଏବଂ ଭିଟାମିନ ସି ରହିଥାଏ। ଏହାଛଡ଼ା ଏଥିରେ କ୍ୟାଲସିୟମ, ଫସଫରସ ଏବଂ ଆଇରନ ମଧ୍ୟ ରହିଛି।

ଭୃସୁଙ୍ଗ ଗଛର ପତ୍ର ସ୍ୱାସ୍ଥ୍ୟ ପାଇଁ ଲାଭକାରୀ ହୋଇଥାଏ। ନିୟମିତ ଅଧ କପ ଏହାର ପତ୍ର ରସ ପିଇଲେ ଲିଭର ସଂକ୍ରମଣ ଜନିତ ସମସ୍ୟା ଦୂର ହୋଇଥାଏ। ଲିଭର ମଧ୍ୟ ସ୍ୱାଭାବିକ ଭାବେ କାର୍ଯ୍ୟ କରିଥାଏ।

ଅଧିକ ପଢ଼ନ୍ତୁ: ପିଅନ୍ତୁ ଉଷୁମ ମେଥି ପାଣି, ଜାଣନ୍ତୁ ଏହାର ଲାଭକାରୀ ଗୁଣ

ମଧୁମେହ ରୋଗୀଙ୍କ ପାଇଁ ଭୃସୁଙ୍ଗ ପତ୍ର ବେଶ ଉପାଦେୟ। ପ୍ରତିଦିନ ଏହାର ପତ୍ରରୁ ରସ ପ୍ରସ୍ତୁତ କରି ପିଇବା ଫଳରେ ଡାଏବେଟିସ ରୋଗ ଭଲ ହୋଇଥାଏ।

ଏହା ରକ୍ତରେ କୋଲେଷ୍ଟ୍ରୋଲ ସ୍ତର ମଧ୍ୟ ନିୟନ୍ତ୍ରଣ କରିଥାଏ।

ମେଦ ବହୁଳତାରେ ଶିକାର ବ୍ୟକ୍ତିମାନେ ପ୍ରତି ଦିନ ଭୃସୁଙ୍ଗ ପତ୍ରକୁ ଚୋବାଇ ଖାଇବା ଫଳରେ ଏହି ସମସ୍ୟାରୁ ଉପଶମ ମିଳିଥାଏ।

ଦୀର୍ଘ ଦିନ ଲାଗି ରହିଥିବା କାଶ ଭଲ କରିବା ପାଇଁ ଏକ ଚାମଚ ମହୁ ସହ ଭୃସଙ୍ଗ ପତ୍ର ମିଶାଇ ପିଇଲେ କାଶ ଭଲ ହୋଇଥାଏ।

ଭୃସୁଙ୍ଗ ପତ୍ରକୁ ନିୟମିତ ପିଇବା ଫଳରେ ହାର୍ଟ ଜନିତ ସମସ୍ୟା ଦୂର ହୋଇଥାଏ।

ଅଧିକ ପଢ଼ନ୍ତୁ: ୱାର୍କଆଉଟ ସହ ଖାଆନ୍ତୁ ଏହି ୫ଟି ଡ୍ରାଏ ଫ୍ରୁଟ, ଫ୍ୟାଟରୁ ରହିବେ ଫିଟ