ଅଫିସରେ ଅଧିକ କାମ ଭାର ହେତୁ ବ୍ୟକ୍ତି ଚାପଗ୍ରସ୍ତ ହୋଇପଡ଼େ। ତେବେ ଜାଣନ୍ତୁ କେତୋଟି ଟିପ୍ସ ଯଦ୍ଵାରା ବ୍ୟକ୍ତି ନିଜକୁ ଚାପମୁକ୍ତ ରଖିପାରିବ।

office work

ଅଧିକ ପଢ଼ନ୍ତୁ: ଅଫିସରେ କାମ କରୁଥିବା ସମୟରେ ଭୁଲନ୍ତୁନି ଏହି ୫ଟି କଥା

ଅନେକ ସମୟରେ ଘରର ଦାୟିତ୍ୱ ଏବଂ ଅଫିସରେ କାମର ଚାପ ହେତୁ ବ୍ୟକ୍ତି ଏକ ପ୍ରକାର ଚାପଗ୍ରସ୍ତ ହୋଇପଡ଼େ। ଅଧିକ ଚାପରେ ଶିକାର ହେବା ଯୋଗୁଁ କୌଣସି କାମ ଠିକ ଭାବେ କରିପାରେ ନାହିଁ। ଫଳରେ ଅଫିସରେ ଅନେକ ସମସ୍ୟା ଦେଖାଦେଇଥାଏ। ତେଣୁ ଅଫିସରେ ସବୁ ସମୟରେ ଚାପମୁକ୍ତ ରହିବାକୁ ଚେଷ୍ଟା କରନ୍ତୁ।

ଚିନ୍ତାର କାରଣ ଜାଣିବାକୁ ଚେଷ୍ଟା କରନ୍ତୁ

ଅଫିସରେ କେଉଁ କାରଣରୁ ଆପଣ ଚାପଗ୍ରସ୍ତ ହେଉଛନ୍ତି ସେ ବାବଦରେ ଜାଣନ୍ତୁ। କୌଣସି ବାହ୍ୟ କାରଣ ଯଦି ହୋଇଥିବ ତେବେ ତା’ର ନିରାକରଣ ଉପାୟ ଆପଣାନ୍ତୁ। ଅଫିସ ଭିତରେ କିଛି ବିଷୟ ଆପଣଙ୍କ ଚିନ୍ତାର କାରଣ ହୋଇଥିଲେ ସହଯୋଗୀ ଏବଂ ଅନ୍ୟମାନଙ୍କ ସହ କଥା ହୋଇ ତା’ର ସମାଧାନ କରନ୍ତୁ।

ବେଳେ ବେଳେ ଅଧିକ ସମୟ ଗୋଟିଏ ଜାଗାରେ ବସି କାମ କରିବା ଯୋଗୁଁ ଚିଡ଼ଚିଡ଼ା ଲାଗିଥାଏ। ସେପରି ହେଉଥିଲେ ଆପଣ କିଛି ସମୟ କାମରୁ ବିରତି ନେଇ ଅଫିସରେ ବୁଲାବୁଲି କରିପାରିବେ। ଯଦି ଆପଣଙ୍କ ଚେୟାରକୁ ନେଇ କୌଣସି ସମସ୍ୟା ରହୁଥାଏ ତେବେ ଆପଣ ଚେୟାର ବଦଳାଇ ଦିଅନ୍ତୁ। କମ୍ପ୍ୟୁଟର ଉଚ୍ଚତା ଆଖି ସହ ସମାନ ରହିବା ଆବଶ୍ୟକ। ନଚେତ ମୁଣ୍ଡ ବିନ୍ଧିପାରେ।

office

ଅଧିକ ପଢ଼ନ୍ତୁ: ଅଫିସରେ ଚାପରୁ ମୁକ୍ତି ଆପଣାନ୍ତୁ ଏହି ଟିପ୍ସ

ସ୍ୱାସ୍ଥ୍ୟକର ଖାଦ୍ୟ ଖାଆନ୍ତୁ

ସ୍ୱାସ୍ଥ୍ୟକର ଖାଦ୍ୟ ଆପଣଙ୍କ ଶରୀର ଏବଂ ମନକୁ ସୁସ୍ଥ ରଖିବା ସହ ସତେଜ ରଖିଥାଏ। ଘରୁ ଯିବା ପୂର୍ବରୁ ପୁଷ୍ଟିକର ଖାଦ୍ୟ ଖାଇ ଅଫିସ ଯାଆନ୍ତୁ। ସାଥିରେ ଲଞ୍ଚ ବକ୍ସ ନେବା ପାଇଁ ଆଦୌ ଭୁଲନ୍ତୁ ନାହିଁ। ବାହାର ଖାଦ୍ୟ, ତେଲିଆ ଏବଂ ଛଣାଛଣି ଖାଦ୍ୟଠାରୁ ଦୂରରେ ରହନ୍ତୁ। ଅଫିସରେ ଲଞ୍ଚ ସମୟରେ ସି ଫୁଡ ଏବଂ ଅଧିକ ଉତ୍ତେଜକ ଖାଦ୍ୟ ଖାଆନ୍ତୁ ନାହିଁ। ଏହା ଦ୍ୱାରା ଆପଣଙ୍କୁ ଅଳସୁଆ ଲାଗିପାରେ ଏବଂ କାମ କରିବାକୁ ମନ ଲାଗିନଥାଏ। ତେଣୁ ସଠିକ ଖାଦ୍ୟ ଆପଣଙ୍କୁ ମାନସିକ ଶାନ୍ତି ମଧ୍ୟ ଦେଇଥାଏ।

ପ୍ରଚୁର ପାଣି ପିଅନ୍ତୁ

ନିଜ ପାଖରେ ସବୁବେଳେ ପାଣି ବୋତଲ ରଖନ୍ତୁ। ବାହାରକୁ ଯିବା ସମୟରେ ବୋତଲକୁ ସାଙ୍ଗରେ ନେଇ ଯାଆନ୍ତୁ। ଶରୀରର ଆବଶ୍ୟକୀୟ ଜଳୀୟ ଅଂଶ ପୂରଣ ପାଇଁ ପାଣି ପିଇବା ନିହାତି ଜରୁରୀ। ପାଣି ପିଇବା ଫଳରେ ଶରୀର ସୁସ୍ଥ ରହିବା ସହ ମନ ମଧ୍ୟ ଭଲ ରହିଥାଏ।

back pain

ଅଫିସରେ ଷ୍ଟ୍ରେଚିଂ ଏବଂ ଯୋଗ କରନ୍ତୁ

ଅଫିସରେ କାମ ମଝିରେ ମଝିରେ ଆପଣ ବିଭିନ୍ନ ଷ୍ଟ୍ରେଚିଂ ଏକ୍ସରସାଇଜ କରିପାରିବେ। ବେକ, ଗୋଡ଼, ହାତ ଏବଂ ଫେସ ଷ୍ଟ୍ରେଚିଂ କରିବା ଫଳରେ ଆପଣଙ୍କୁ ଆରାମ ମିଳିପାରିବ ଏବଂ କାମ କରିବାକୁ ଇଚ୍ଛା ହୋଇଥାଏ। ବସିବା ସମୟରେ ଯେଉଁ ସବୁ ଯୋଗ କିମ୍ବା ଆସନ କରିବା ସମ୍ଭବ ସେସବୁ ଆପଣ କରିପାରିବେ। ଏହା ଦ୍ବାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହେବା ସହ ବ୍ୟକ୍ତି ଚାପମୁକ୍ତ ହୋଇଥାଏ।

ସମସ୍ତଙ୍କ ସହ ମିଳିମିଶି କାମ କରିବାକୁ ଚେଷ୍ଟା କରନ୍ତୁ

ଅଫିସରେ ବିଭିନ୍ନ ଲୋକ ବିଭିନ୍ନ ଦାୟିତ୍ୱରେ ଥାଆନ୍ତି। ତେଣୁ ସବୁ ସମୟରେ ସମସ୍ତଙ୍କ ମାନସିକ ସ୍ଥିତି ଠିକ ନଥାଏ। ସମସ୍ତଙ୍କ ସହ ମିଶି ଟିମ ଭଳି କାମ କରିବା ଭଲ। ଆପଣ କୌଣସି କାମ କରିବା ପୂର୍ବରୁ ସିନିୟରଙ୍କ ସାହାଯ୍ୟ ନେଇପାରିବେ। ଏପରି କରିବା ଫଳରେ ଆପଣଙ୍କ କାମ ସହଜ ହୋଇଯିବା ସହ ସମସ୍ତଙ୍କ ସହ ଭଲ ସମ୍ପର୍କ ଗଢ଼ି ଉଠିଥାଏ।

office

ଅଧିକ ପଢ଼ନ୍ତୁ: ଅଫିସ ଯାଉଥିବା ମହିଳାମାନେ ଜାଣି ରଖନ୍ତୁ ଏହି ଟିପ୍ସ

ନିଜ କ୍ୟାବିନ ସଫା ସୁତୁରା ରଖନ୍ତୁ

ଅଫିସରେ ସମସ୍ତଙ୍କର ସ୍ୱତନ୍ତ୍ର କ୍ୟାବିନ ରହିଥାଏ। କାମ ସରିବା ପରେ ସବୁ ଜିନିଷ ସଜାଡ଼ି ରଖିବା ଉଚିତ। ଏହା ଦ୍ବାରା ପରଦିନ ସକାଳେ ଆପଣ ଯେତେବେଳେ କ୍ୟାବିନ ଭିତରକୁ ପ୍ରବେଶ କରିବେ, ଆପଣଙ୍କୁ ଖୁସି ଲାଗିବ। ବ୍ୟବହାର କରୁଥିବା ପ୍ରିଣ୍ଟର, ଜେରକ୍ସ ମେସିନ ଏବଂ ଅନ୍ୟ ମେସିନକୁ ସଫା ରଖନ୍ତୁ। ନିଜ କ୍ୟାବିନ ନିଜ ଟେବୁଲ ଉପରେ ଆପଣ ବିଭିନ୍ନ କ୍ରୋଟନ ଗଛ ରଖିପାରିବେ। ଏହା ଦ୍ବାରା ଆପଣଙ୍କୁ ଏକ ପ୍ରକାର ମାନସିକ ଶାନ୍ତି ମିଳିଥାଏ।