ଅଫିସ ଯାଉଥିବା କର୍ମଜୀବୀମାନେ ନିଜ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଯତ୍ନବାନ ହେବା ଉଚିତ। ତେଣୁ କାମ କରୁଥିବା ସମୟରେ ଏହି ୫ଟି କଥା ଆଦୌ ଭୁଲନ୍ତୁ ନାହିଁ।

office

ଅଧିକ ପଢ଼ନ୍ତୁ: ଅଫିସରେ ଚାପରୁ ମୁକ୍ତି ଆପଣାନ୍ତୁ ଏହି ଟିପ୍ସ

ଅଧିକାଂଶ କର୍ମଜୀବୀମାନେ ସମୟ ଅଭାବ କାରଣରୁ ନିଜ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେଇପାରନ୍ତି ନାହିଁ। ଦିନ ସାରା କାମ ବ୍ୟସ୍ତ ଏବଂ ବିଳମ୍ବ ରାତି ପର୍ଯ୍ୟନ୍ତ କାମ କରିବା ଯୋଗୁଁ ସେମାନେ ଥକି ପଡ଼ନ୍ତି। ଫଳରେ ଜିମ ଯିବାକୁ ସେମାନଙ୍କୁ ଇଚ୍ଛା ହୁଏ ନାହିଁ। ଯାହା ବି ହେଉ କାମ କ୍ଷେତ୍ରରେ ବା ଅଫିସରେ ନିଜକୁ ସୁସ୍ଥ ରଖିବା ପାଇଁ କେତେକ ଉପାୟ ଆପଣେଇବାକୁ ପଡ଼ିବ।

ପ୍ରଚୁର ପାଣି ପିଅନ୍ତୁ

ନିଜ ପାଖରେ ସବୁବେଳେ ପାଣି ବୋତଲ ରଖନ୍ତୁ। ବାହାରକୁ ଯିବା ସମୟରେ ବୋତଲକୁ ସାଙ୍ଗରେ ନେଇ ଯାଆନ୍ତୁ। ଶରୀରର ଆବଶ୍ୟକୀୟ ଜଳୀୟ ଅଂଶ ପୂରଣ ପାଇଁ ପାଣି ପିଇବା ନିହାତି ଜରୁରୀ। ପାଣି ପିଇବା ଫଳରେ ଶରୀର ସୁସ୍ଥ ରହିବା ସହ ମନ ମଧ୍ୟ ଭଲ ରହିଥାଏ।

ସାଥିରେ ଲଞ୍ଚ ବକ୍ସ ନିଅନ୍ତୁ

ଘର ତିଆରି ଖାଦ୍ୟ ଖାଇଲେ ଦେହ ଭଲ ରହିଥାଏ। ବାହାର ଖାଦ୍ୟରେ ଅନେକ ରୋଗ ଜୀବାଣୁ ମିଶିଥାନ୍ତି। ତେଣୁ ଅଫିସ ଯିବା ପୂର୍ବରୁ ଘରେ ଲଞ୍ଚ ତିଆରି କରି ନିଅନ୍ତୁ। ଆପଣ ଅଫିସକୁ ବାଦାମ, କାଜୁ ଭଳି ଡ୍ରାଏ ଫ୍ରୁଟ ନେଇପାରିବେ। ଅଫିସରେ ଠିକ ସମୟରେ ଖାଇବା ଫଳରେ ଆପଣ ସୁସ୍ଥ ରହିପାରିବେ।

office

ଅଧିକ ପଢ଼ନ୍ତୁ: ଅଫିସ ଯାଉଥିବା ମହିଳାମାନେ ଜାଣି ରଖନ୍ତୁ ଏହି ଟିପ୍ସ

ପ୍ରତି ଏକ ଘଣ୍ଟାରେ ଥରେ ବିରତି ନିଅନ୍ତୁ

କମ୍ପ୍ୟୁଟର ସାମ୍ନାରେ ଅଧିକ ସମୟ ବସିବା ଯୋଗୁଁ ଅଣ୍ଟା ଏବଂ ଆଖି ଉପରେ ପ୍ରଭାବ ପଡ଼ିଥାଏ। ତେଣୁ କାମ କରୁଥିବା ସମୟରେ ପ୍ରତି ଏକ ଘଣ୍ଟାକୁ ଥରେ ବ୍ରେକ ନିଅନ୍ତୁ। ଏହା ଫଳରେ ଆପଣଙ୍କ ଆଖି ଏବଂ ମେରୁଦଣ୍ଡ ଜନିତ ସମସ୍ୟା ଦୂର ହୋଇଥାଏ। ଏପରି କରିବା ଫଳରେ କାମ ପ୍ରତି ଅଧିକ ଆଗ୍ରହ ବଢ଼ିଥାଏ।

ଅଫିସରେ ଷ୍ଟ୍ରେଚିଂ ଏବଂ ଯୋଗ କରନ୍ତୁ

ଅଫିସରେ କାମ ମଝିରେ ମଝିରେ ଆପଣ ବିଭିନ୍ନ ଷ୍ଟ୍ରେଚିଂ ଏକ୍ସରସାଇଜ କରିପାରିବେ। ବେକ, ଗୋଡ଼, ହାତ ଏବଂ ଫେସ ଷ୍ଟ୍ରେଚିଂ କରିବା ଫଳରେ ଆପଣଙ୍କୁ ଆରାମ ମିଳିପାରିବ ଏବଂ କାମ କରିବାକୁ ଇଚ୍ଛା ହୋଇଥାଏ। ବସିବା ସମୟରେ ଯେଉଁ ସବୁ ଯୋଗ କିମ୍ବା ଆସନ କରିବା ସମ୍ଭବ ସେସବୁ ଆପଣ କରିପାରିବେ। ଏହା ଦ୍ବାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହେବା ସହ ବ୍ୟକ୍ତି ଚାପମୁକ୍ତ ହୋଇଥାଏ।

office

ଅଧିକ ପଢ଼ନ୍ତୁ: ଅଫିସରେ ନିଦ ଆସୁଛି କି? ଆପଣାନ୍ତୁ ଏହି ଟିପ୍ସ

କିଛି ସମୟ ଠିଆ ହୁଅନ୍ତୁ ଏବଂ ଚାଲନ୍ତୁ

କାମ କରୁଥିବା ସମୟରେ କିଛି ସମୟ ଠିଆ ହୋଇ କାମ କରିବା ଭଲ। ଏହା ଦ୍ୱାରା ସଠିକ ରକ୍ତ ସଞ୍ଚାଳନ ହେବା ସହ ମାଂସପେଶୀ ଯନ୍ତ୍ରଣା ଦୂର ହୋଇଥାଏ। ନିଜ ଆବଶ୍ୟକୀୟ ଜିନିଷ ଯେପରି କି ପ୍ରିଣ୍ଟର, ଜେରକ୍ସ ମେସିନ ହାତଠାରୁ ଦୂରରେ ରଖନ୍ତୁ। କାମ ବାହାନାରେ ଆପଣ କିଛି ସମୟ ଚାଲିପାରିବେ।