ଅଫିସରେ ଅଧିକ କାମ ଭାର ହେତୁ ବ୍ୟକ୍ତି ଚାପଗ୍ରସ୍ତ ହୋଇପଡ଼େ। ତେବେ ଜାଣନ୍ତୁ କେତୋଟି ଟିପ୍ସ ଯଦ୍ଵାରା ବ୍ୟକ୍ତି ନିଜକୁ ଚାପମୁକ୍ତ ରଖିପାରିବ।

office stressଅନେକ ସମୟରେ ଘରର ଦାୟିତ୍ୱ ଏବଂ ଅଫିସରେ କାମର ଚାପ ହେତୁ ବ୍ୟକ୍ତି ଏକ ପ୍ରକାର ଚାପଗ୍ରସ୍ତ ହୋଇପଡ଼େ। ଅଧିକ ଚାପରେ ଶିକାର ହେବା ଯୋଗୁଁ କୌଣସି କାମ ଠିକ ଭାବେ କରିପାରେ ନାହିଁ। ଫଳରେ ଅଫିସରେ ଅନେକ ସମସ୍ୟା ଦେଖାଦେଇଥାଏ। ତେଣୁ ଅଫିସରେ ସବୁ ସମୟରେ ଚାପମୁକ୍ତ ରହିବାକୁ ଚେଷ୍ଟା କରନ୍ତୁ।

ଚାପମୁକ୍ତ ରହିବା ପାଇଁ କ’ଣ କରିବେ?

ଅଫିସରେ ସମସ୍ତ କାମକୁ ଠିକ ଭାବରେ ପ୍ରଥମେ ବୁଝନ୍ତୁ। ଯଦି ବୁଝିପାରୁନାହାନ୍ତି ତେବେ ବାରମ୍ବାର ପଚାରି ବୁଝିବାକୁ ଚେଷ୍ଟା କରନ୍ତୁ।

ନିଜ ଟେବୁଲ ଉପରେ ସମସ୍ତ ଜିନିଷ ସଜାଡ଼ି ରଖନ୍ତୁ। ଏହା ଦ୍ଵାରା ଆପଣଙ୍କୁ କାମ କରିବା ପ୍ରତି ଆଗ୍ରହ ସୃଷ୍ଟି ହୋଇଥାଏ।

ଅନେକ ସମୟରେ ବସିବା ଚେୟାର ଯୋଗୁଁ ଆପଣ ଶାରୀରିକ ଭାବେ କାମ କରିବାକୁ ସକ୍ଷମ ହୋଇପାରନ୍ତି ନାହିଁ। ତେଣୁ ଅଫିସରେ ବସିବା ପାଇଁ ଆପଣ ଫ୍ଲେକ୍ସିବଲ ଚେୟାରର ବ୍ୟବହାର କରିପାରିବେ।

ଅଫିସରେ ଥିବା ସମୟରେ ପ୍ରଚୁର ମାତ୍ରାରେ ପାଣି ପିଅନ୍ତୁ। ଯାହା ଫଳରେ ଆପଣଙ୍କ ଶରୀର ଏବଂ ମସ୍ତିଷ୍କ ସୁସ୍ଥ ରହିଥାଏ ଏବଂ ଆପଣଙ୍କୁ କାମ କରିବାକୁ ଇଚ୍ଛା ହୋଇଥାଏ।

ଅଫିସରେ ଲଞ୍ଚ ସମୟରେ ସୁସ୍ଥ ଖାଦ୍ୟ ଖାଆନ୍ତୁ। ଏହା ଦ୍ଵାରା ଆପଣଙ୍କୁ ନିଦ ଆସିନଥାଏ ଏବଂ କାମର କୌଣସି ଚାପ ଆପଣଙ୍କ ଉପରେ ପ୍ରଭାବ ପକାଇ ପାରେ ନାହିଁ।

Why employees aren't completing your employee experience survey ...ନିଜ ଟେବୁଲ ଉପରେ ଆପଣ ବିଭିନ୍ନ କ୍ରୋଟନ ଗଛ ରଖିପାରିବେ। ଏହା ଦ୍ବାରା ଆପଣଙ୍କୁ ଏକ ପ୍ରକାର ମାନସିକ ଶାନ୍ତି ମିଳିଥାଏ।

ଅଫିସରେ କାମରୁ କିଛି ସମୟ ବିରତି ନେଇ ଆପଣ ବାହାରକୁ ବୁଲାବୁଲି କରିବାକୁ ଯାଇପାରିବେ।

ଆପଣ ବ୍ୟବହାର କରୁଥିବା କମ୍ପ୍ୟୁଟର ସ୍କ୍ରିନ ସହ ଆଖି ସମାନ ଭାବେ ରହିବା ଆବଶ୍ୟକ। ଏପରି ନ ହେଲେ ଆଖି ଯନ୍ତ୍ରଣା ହୋଇଥାଏ ଏବଂ କାମ କରିବାକୁ ଇଚ୍ଛା ହୁଏ ନାହିଁ।

ଅଫିସରେ ପ୍ରିଣ୍ଟର, ଜେରକ୍ସ ମେସିନକୁ ନିଜ ହାତ ପାଖରୁ ଦୂରରେ ରଖନ୍ତୁ। ଏହା ଦ୍ଵାରା ଆପଣ କିଛି ସମୟ ଚାଲିପାରିବେ।

ଅଫିସରେ ଅଧିକ ଚା’ ଏବଂ କଫି ପିଅନ୍ତୁ ନାହିଁ। ଯଦ୍ୱାରା ଆପଣଙ୍କ ମସ୍ତିଷ୍କ ଉପରେ ଚାପ ପଡ଼ିଥାଏ।

ସବୁ ସମୟରେ ସକାରାତ୍ମକ ଚିନ୍ତାଧାରା ରଖନ୍ତୁ।

ଅଫିସରେ ଅଧିକ ରାତି ପର୍ଯ୍ୟନ୍ତ ରହି କାମ କରିବାର କୌଣସି ଆବଶ୍ୟକତା ନାହିଁ। କାରଣ ରାତିରେ ସଠିକ ଭାବେ ନ ଶୋଇବା ଯୋଗୁଁ ପରଦିନ ସକାଳେ କାମ କାମ କରିବାକୁ ଇଚ୍ଛା ହୋଇନଥାଏ।

ଅଫିସରେ ଅଧିକ ସମୟ ବସି ରହିବା କାରଣରୁ ଅଣ୍ଟା ବ୍ୟଥା ହୋଇଥାଏ। ଏଥିପାଇଁ ଆପଣ ଟ୍ରେଡମିଲର ସାହାଯ୍ୟ ନେଇପାରିବେ।