ଆସନ୍ତୁ ଜାଣିବା ତ୍ୱଚା ଶୁଖିଲା ନ ହେବା ଏବଂ କୋମଳ ଦେଖାଯିବା ପାଇଁ କେଉଁ ସବୁ ଉପଚାର ଆପଣେଇ ପାରିବେ।

facepack for skin

ଅଧିକ ପଢ଼ନ୍ତୁ: ମୁହଁରେ ଗ୍ଲୋ ଆଣିବା ନିଶାରେ କରନ୍ତୁନି ଏହି ୧୩ଟି ଭୁଲ

ସୁନ୍ଦର ଦେଖାଯିବା ପାଇଁ କିଏ ବା ନ ଚାହେଁ। ଖରା ଦିନେ ଶୁଷ୍କ ତ୍ୱଚା ବହୁତ ସମ୍ବେଦନଶୀଳ ହୋଇଥାଏ। ସୂର୍ଯ୍ୟଙ୍କ ଅତି ବାଇଗଣୀ ରଶ୍ମି ଏ ପ୍ରକାର ତ୍ୱଚା ଉପରେ ପ୍ରଭାବ ପକାଇଥାଏ। ସେଥିରୁ ରକ୍ଷା ପାଇବା ପାଇଁ କେହି କେହି ସନ ସ୍କ୍ରିନର ସାହାରା ନେଇ ଥାଆନ୍ତି। କିନ୍ତୁ ଏହା ଦ୍ଵାରା ମୁହଁ ଅଧିକ କଳା ଦେଖାଯିବା ସହ ଶୁଷ୍କତା ସମସ୍ୟା ବଢ଼ିଯାଇଥାଏ। ଏମିତି ତ୍ୱଚା ଥିବା ମହିଳାମାନଙ୍କ ପାଇଁ ଏହି ଫେସ୍ ପ୍ୟାକ୍ ଲାଭଦାୟକ।

କଦଳୀ, ଆଭକାଡୋ ଏବଂ ମହୁ ପ୍ୟାକ୍

ଅତି ପାଚିଯାଇଥିବା କଦଳୀ, ପାଚିଲା ଆଭକାଡୋ ଏବଂ ମହୁ ମିଶାଇ ଏକ ବହଳିଆ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ ମୁହଁରେ ଭଲ ଭାବରେ ଲଗାଇ ଦିଅନ୍ତୁ। ଏକ ଘଣ୍ଟା ପରେ ଉଷୁମ ପାଣିରେ ମୁହଁ ଧୋଇ ଦିଅନ୍ତୁ। ମୁହଁର ତ୍ୱଚାକୁ ନରମ ରଖିବାରେ ଏହି ପ୍ୟାକ୍ ସାହାଯ୍ୟ କରିଥାଏ।

face pack

ଗୋଲାପ ଜଳ, ଅଣ୍ଡା ଏବଂ ଗ୍ଲିସେରିନ ପ୍ୟାକ୍

ଗୋଟିଏ ଅଣ୍ଡାର ଧଳା ଅଂଶ ନେଇ ସେଥିରେ ୨ଚାମଚ ଗୋଲାପ ଜଳ ଏବଂ ୧ଚାମଚ ଗ୍ଲିସେରିନ ମିଶାଇ ଗୋଲାଇ ଦିଅନ୍ତୁ। ଏହି ପେଷ୍ଟକୁ ମୁହଁରେ ଲଗାଇ ଅଧ ଘଣ୍ଟା ପର୍ଯ୍ୟନ୍ତ ରହନ୍ତୁ। ପରେ ଥଣ୍ଡା ପାଣିରେ ମୁହଁ ଭଲ ଭାବେ ଧୋଇଦିଅନ୍ତୁ। ଏହି ପ୍ୟାକ୍ ତ୍ୱଚାକୁ କୋମଳ ରଖିବା ସହ ମୁହଁରେ ଚମକ ଆଣିଥାଏ।

ମଇଦା, ଆଲମଣ୍ଡ ଏବଂ କ୍ଷୀର ପ୍ୟାକ୍

୩ଚାମଚ ମଇଦା ଏବଂ ୨ଟି ଆଲମଣ୍ଡର ଗୁଣ୍ଡ ସହ ୪ଚାମଚ କ୍ଷୀର ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ମୁହଁରେ ଏହାକୁ ୪୫ ମିନିଟ ପର୍ଯ୍ୟନ୍ତ ରଖନ୍ତୁ ଏବଂ ଉଷୁମ ପାଣିରେ ଏହାକୁ ଧୋଇ ଦିଅନ୍ତୁ।

face pack

ଅଧିକ ପଢ଼ନ୍ତୁ: ପ୍ରତିଦିନ ଦିଅନ୍ତୁ ୫ମିନିଟ, ଚମକି ଉଠିବ ମୁହଁ

ଦହି ଏବଂ ମହୁ ପ୍ୟାକ୍‌

ଦୁଇ ଚାମଚ ଦହିରେ ଏକ ଚାମଚ ମହୁ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ ମୁହଁରେ ଭଲ ଭାବରେ ଲଗାନ୍ତୁ। ପେଷ୍ଟ ଶୁଖିଯିବା ପରେ ଥଣ୍ଡା ପାଣିରେ ମୁହଁ ଧୋଇଦିଅନ୍ତୁ।

ଅମୃତଭଣ୍ଡା ପ୍ୟାକ୍‌

ପାଚିଲା ଅମୃତଭଣ୍ଡାକୁ ଛୋଟ ଛୋଟ ଖଣ୍ଡ କରି ତା’ର ପେଷ୍ଟ ତିଆରି କରନ୍ତୁ ଓ ନିଜ ମୁହଁରେ ଭଲ ଭାବରେ ଲଗାନ୍ତୁ। ଏହା ପରେ ନରମ ସୂତା କପଡ଼ାରେ ମୁହଁକୁ ଭଲ ଭାବରେ ଘୋଡ଼ାଇ ଦିଅନ୍ତୁ। ଏପରି କରିବା ଫଳରେ ପ୍ୟାକ୍‌ ଭଲ ଭାବରେ ମୁହଁରେ ଲାଗି ରହିବ। ୧୫ ମିନିଟ ଆଖି ବନ୍ଦ କରି ରହନ୍ତୁ। ଶୁଖିଯିବା ପରେ ଥଣ୍ଡା ପାଣିରେ ମୁହଁ ଧୋଇ ଦିଅନ୍ତୁ।

ବାଦାମ ଓ ଗୋଲାପ ଜଳ ପ୍ୟାକ୍‌

ଆଠ ଦଶଟି ବାଦାମକୁ ରାତିରେ ପାଣିରେ ପକାଇ ଦିଅନ୍ତୁ ଓ ସକାଳୁ ତାର ପେଷ୍ଟ ତିଆରି କରନ୍ତୁ। ସେଥିରେ ଗୋଲାପଜଳ ଦୁଇ ଚାରି ବୁନ୍ଦା ମିଶାଇ ମୁହଁରେ ଲଗାନ୍ତୁ ଓ ୧୫ ମିନିଟ ପରେ ମୁହଁକୁ ଧୋଇ ଦିଅନ୍ତୁ। ଏହି ପ୍ୟାକ୍‌ ଶୁଷ୍ମ ତ୍ୱଚାରେ ଶୀଘ୍ର ପ୍ରଭାବ ପକାଇଥାଏ।

face pack

ଅଧିକ ପଢ଼ନ୍ତୁ: ବ୍ରଣ ସମସ୍ୟା ଦୂର ପାଇଁ ଆପଣାନ୍ତୁ ଏହି ଘରୋଇ ଉପଚାର

ମଲାଇ ଓ କେଶର ପ୍ୟାକ୍‌

ଗୋଟଏ ଚାମଚ ବେସନ, ଏକ ଚାମଚ ମଲାଇ, ଅଳ୍ପ କେଶର ଓ ଏକ ଚାମଚ ଗୋଲାପ ଜଳକୁ ମିଶାଇ ପେଷ୍ଟ ତିଆରି କରନ୍ତୁ। ଏହି ପେଷ୍ଟକୁ ମୁହଁରେ ଲଗାଇ ଶୁଖିବା ପର୍ଯ୍ୟନ୍ତ ରଖନ୍ତୁ। ଏହା ପରେ ଧିରେ ଧିରେ ପାଣି ସାହାଯ୍ୟରେ ହାତରେ ସେହି ମିଶ୍ରଣ ମୁହଁରୁ କାଢ଼ନ୍ତୁ। ପରେ ଥଣ୍ଡା ପାଣିରେ ମୁହଁ ଧୋଇ ଦିଅନ୍ତୁ।