ସମସ୍ତେ ନିଜ ସୁନ୍ଦରତାକୁ ନେଇ ବେଶ ସଚେତନ ଥାଆନ୍ତି। କିନ୍ତୁ କିଛି ସାମାନ୍ୟ ଭୁଲ ଆମ ସୁନ୍ଦରତାକୁ ନଷ୍ଟ କରିଦେଇଥାଏ।

ଅଧିକ ପଢ଼ନ୍ତୁ: ଆଖି ତଳ କଳା ଦାଗ ପାଇଁ ଚିନ୍ତିତ କି? ଆପଣାନ୍ତୁ ଏହି ଟିପ୍ସ

ଆଜିକାଲି ସମସ୍ତେ ନିଜ ସୁନ୍ଦର ଦେଖାଯିବା ପାଇଁ ଚାହାଁନ୍ତି। ବିଶେଷ କରି ଝିଅମାନେ ନିଜ ମୁହଁରେ ଅନେକ କ୍ରିମ ଏବଂ ଘରୋଇ ଉପଚାର ବ୍ୟବହାର କରିଥାନ୍ତି। କିନ୍ତୁ ଅନେକ ସମୟରେ ଏସବୁ ଆମ ଉପରେ ଓଲଟା ପ୍ରଭାବ ପକାଇଥାଏ। ସୁନ୍ଦର ଦେଖାଯିବା ନିଶାରେ ଆମେ ପ୍ରତିଦିନ ଏଭଳି କିଛି ଛୋଟ ଛୋଟ ଭୁଲ କରିଥାଉ ଯାହା ଚେହେରାର ସୁନ୍ଦରତାକୁ ନଷ୍ଟ କରିବା ସହ ତ୍ୱଚା ସମ୍ବନ୍ଧୀୟ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି କରିଥାଏ। ତେଣୁ ସେହି ସବୁ ଛୋଟ ଛୋଟ ଭୁଲ ପ୍ରତି ଧ୍ୟାନ ଦେବା ନିହାତି ଆବଶ୍ୟକ।

ବାହାରୁ ଆସିବା ପରେ ମୁହଁକୁ ସଫା କରିବା ପାଇଁ ଅନେକ ଫେସ କ୍ଲିନଜର ଲିକ୍ୟୁଡ ବା କ୍ରିମ ବ୍ୟବହାର କରିଥାନ୍ତି। କିନ୍ତୁ ଏହାର ଅଧିକ ବ୍ୟବହାର ତ୍ୱଚାର କୋମଳତାକୁ ନଷ୍ଟ କରିବା ସହିତ ଖୁବ ଶୀଘ୍ର ଚେହେରାରେ କୁଞ୍ଚନ ଆଣିଥାଏ।

ନିଜ ମେକଅପ ପାଣି ଏବଂ ଫେସ ୱାସ ନ ଛଡ଼ାଇ ନଡ଼ିଆ ତେଲରେ ଛଡ଼ାଇ ପାରିବେ।

ଅଧିକ ତେଲିଆ ଖାଦ୍ୟ ଖାଇବା ଦ୍ୱାରା ଚେହେରାର ସୁନ୍ଦରତା ନଷ୍ଟ ହୋଇଥାଏ। ଏହା ଦ୍ଵାରା ମୁହଁରେ ବ୍ରଣ ବାହାରି ମୁହଁକୁ ଅସୁନ୍ଦର କରିଦେଇଥାଏ।

ଅଧିକ ପଢ଼ନ୍ତୁ: ଲଗାନ୍ତୁ ଏହି ୫ଟି ତେଲ, ଆଣନ୍ତୁ ମୁହଁ ସହ ଚର୍ମରେ ଚମକ

ମୁହଁକୁ ସଫା କରିବା ସମୟରେ ଟାୱଲରେ ରଗଡ଼ି ସଫା କରନ୍ତୁ ନାହିଁ। ହାଲକା ଫେସ ୱାସ ନେଇ ଚେହେରାରେ ଲଗାନ୍ତୁ ଓ ଧୀରେ ଧୀରେ ସଫା କରନ୍ତୁ।

କମ ଦାମର ବିୟୁଟି ପ୍ରଡକ୍ଟ ଆଦୌ ବ୍ୟବହାର କରନ୍ତୁ ନାହିଁ।

ସପ୍ତାହରେ ୨ ଥର ନିଶ୍ଚିତ ଭାବେ ମୁହଁ ସ୍କ୍ରବିଂ କରନ୍ତୁ।

ମେକଅପକୁ ଅତି ବେଶୀରେ ୫ରୁ ୬ ଘଣ୍ଟା ମୁହଁରେ ରଖନ୍ତୁ। ଯଦି ଏହାଠାରୁ ଅଧିକ ସମୟ ଆବଶ୍ୟକ ଥାଏ, ତାହେଲେ ମେକଅପକୁ ସଫା କରି ପୁଣିଥରେ ମେକଅପ ନିଅନ୍ତୁ।

ଅଫିସରୁ ଫେରିବା ପରେ ରିଲାକ୍ସ ହେବା ପାଇଁ ମହିଳାମାନେ ଷ୍ଟିମ ବାଥ ନେଇଥାନ୍ତି। କିନ୍ତୁ ଏପରି ପ୍ରତିଦିନ କରନ୍ତୁ ନାହିଁ।

ସନସ୍କ୍ରୀନ କ୍ରିମ ଲଗାଇଥିଲେ ମଧ୍ୟ ବାହାରକୁ ଯିବା ସମୟରେ ଫୁଲ ହାତ ଥିବା ଡ୍ରେସ ଓ ମୁହଁରେ କପଡ଼ା ବାନ୍ଧି ଯାଆନ୍ତୁ।

ଅଧିକ ଗାଢ଼ ମେକଅପ ନିଅନ୍ତୁ ନାହିଁ।

facepack for skin

ଅଧିକ ପଢ଼ନ୍ତୁ: ବ୍ରଣ ସମସ୍ୟାକୁ ନେଇ ଚିନ୍ତିତ କି? – ଜାଣନ୍ତୁ, ଡାକ୍ତରଙ୍କ ପରାମର୍ଶ

ବଜାରରେ ମିଳୁଥିବା ବିୟୁଟି ପ୍ରଡକ୍ଟ ବଦଳରେ ନିଜ ଘରେ ପ୍ରସ୍ତୁତ ହୋଇପାରୁଥିବା କିଛି ବିୟୁଟି ପ୍ରଡକ୍ଟକୁ ପ୍ରାଧାନ୍ୟ ଦିଅନ୍ତୁ।

ନିଜ ବିୟୁଟି ପ୍ରଡକ୍ଟକୁ ବାରମ୍ବାର ବଦଳାନ୍ତୁ ନାହିଁ। ବିଭିନ୍ନ ପ୍ରଡକ୍ଟରେ ଥିବା କେମିକାଲ ମୁହଁର ଚମକକୁ ନଷ୍ଟ କରିଦେଇଥାଏ।

ଅନେକ ସମୟରେ ଆମେ ମୁହଁ ଉପରେ ଏକାଥରେ ବହୁ ପ୍ରକାର ପ୍ରଡକ୍ଟ ବ୍ୟବହାର କରିଥାନ୍ତି। ଆପଣ ଦିନେ ଛାଡ଼ି ଦିନେ ଏସବୁ ବ୍ୟବହାର କରିପାରିବେ।

ପ୍ରଚୁର ମାତ୍ରାରେ ପାଣି ପିଅନ୍ତୁ। ଯାହା ଫଳରେ ଆପଣଙ୍କ ତ୍ୱଚା ଗ୍ଲୋ କରିବା ସହ କୌଣସି ଦାଗ ହେବ ନାହିଁ।