ପ୍ରତିଦିନ ଅଧିକ ସମୟ ନୁହେଁ କେବଳ ନିଜ ମୁହଁ ପାଇଁ ୫ ମିନିଟ ସମୟ ଦିଅନ୍ତୁ। ଏହି ସମୟରେ କେତେକ ଘରୋଇ ଉପଚାର ଆପଣାନ୍ତୁ ଯାହା ଆପଣଙ୍କ ମୁହଁରେ ଚମକ ଆଣିଦେଇଥାଏ।

work from home

ଅଧିକ ପଢ଼ନ୍ତୁ: ମୁହଁରେ ଗ୍ଲୋ ଆଣିବା ନିଶାରେ କରନ୍ତୁନି ଏହି ୧୩ଟି ଭୁଲ

ଝିଅମାନେ ନିଜ ଖାଇବା ପିଇବା ଭୁଲି ଯାଆନ୍ତି ପଛକେ କିନ୍ତୁ ନିଜ ସୁନ୍ଦରତା ପ୍ରତି ବିଶେଷ ଯତ୍ନବାନ ଥାଆନ୍ତି। ଚେହେରାରେ ସତେଜ ଓ ଚମକ ଆଣିବା ପାଇଁ ଅନେକ ବିୟୁଟି ଟିପ୍ସ ଆପଣେଇ ଥାଆନ୍ତି। ବିୟୁଟି ପାର୍ଲର ଯାଇ ଟଙ୍କା ଖର୍ଚ୍ଚ କରିବା ଅପେକ୍ଷା ଘରେ ପ୍ରାକୃତିକ ଉପାୟ ଆପଣେଇବା ଉଚିତ।

କିଛି ଘରୋଇ ଉପଚାର ରହିଛି ଯାହା ଆପଣ ଚେହେରାରେ ଥିବା ବ୍ରଣ, କଳାଦାଗ, ବୟସ ଦାଗ, ଚର୍ମ କୁଞ୍ଜନ, ବ୍ଲାକ ହେଡସ ଓ ହ୍ୱାଇଟ ହେଡସ ଭଳି ସବୁ ସମସ୍ୟାକୁ ଦୁର କରିଥାଏ। ଏଥିପାଇଁ ଆପଣଙ୍କୁ ଅଧିକ ସମୟ ମଧ୍ୟ ଦେବାକୁ ପଡ଼ିବ ନାହିଁ

ଗୋଟିଏ ଚାମଚ ଚାଉଳ ଚୁନା ଓ ଗୋଟିଏ ଚାମଚ ମସୁର ଡାଲି ପାଉଡ଼ର, ଗୋଟିଏ ଚାମଚ ଆଲୋବେରା ଜେଲ ଓ ଗୋଟିଏ ଚାମଚ କଞ୍ଚା କ୍ଷୀର ନିଅନ୍ତୁ।

ଏହି ସବୁକୁ ଗୋଟିଏ ଜାଗାରେ ରଖି ପକାଇ ଭଲ ଭାବେ ଫେଣ୍ଟି ଦିଅନ୍ତୁ।

ସ୍କ୍ରବ ଭଳି ଏହାକୁ ଚେହେରାରେ ଲଗାଇ ୫-୧୦ ମିନିଟ ପର୍ଯ୍ୟନ୍ତ ଭଲ ଭାବେ ହାଲକା ମାଲିସ କରନ୍ତୁ।

ନାକର ଚାରିପଟେ ଏହାକୁ ଭଲ ଭାବେ ଲଗାନ୍ତୁ। ଫଳରେ ବ୍ଲାକ ହେଡସ ସମସ୍ୟା ରହିବ ନାହିଁ।

ପ୍ରତିଦିନ ମାତ୍ର ୫ ମିନିଟ ଏହାକୁ କରନ୍ତୁ ଏବଂ କିଛିଦିନ ପରେ ଆପଣ ନିଜେ ହିଁ ଫରକ ଜାଣିପାରିବେ।

୧ ଚାମଚ କଫିଗୁଣ୍ଡ, ୧ ଚାମଚ ଦହି ଓ ୧ ଚାମଚ ବେସନକୁ ଭଲ ଭାବେ ଫେଣ୍ଟି ଏକ ସ୍କ୍ରବ ଭଳି ପେଷ୍ଟ ପ୍ରସ୍ତୁତ କରନ୍ତୁ।

coffee face pack

ଅଧିକ ପଢ଼ନ୍ତୁ: ଆଖି ତଳ କଳା ଦାଗ ପାଇଁ ଚିନ୍ତିତ କି? ଆପଣାନ୍ତୁ ଏହି ଟିପ୍ସ

ଏହି ସ୍କ୍ରବକୁ ଏକ ବ୍ରସରେ ନେଇ ଚେହେରାରେ ଲଗାଇ ୫ ମିନିଟ ରଖନ୍ତୁ। ସ୍କ୍ରବ ଅଳ୍ପ ଶୁଖି ଆସିଲେ ଏହାକୁ ହାତରେ ମସାଜ କରନ୍ତୁ। ମନେ ରଖନ୍ତୁ ଏହି ପେଷ୍ଟ ବ୍ଲାକ ଓ ହ୍ୱାଇଟ ହେଡ ହୋଇଥିବା ସ୍ଥାନରେ ଅଧିକ ଲଗାନ୍ତୁ।

ମସାଜ କରିବା ପରେ ୨-୩ ମିନିଟ ଛାଡ଼ିଦିଅନ୍ତୁ। ଏହାପରେ ଥଣ୍ଡା ପାଣିରେ ଭଲ ଭାବେ ଧୋଇ ମଇଶ୍ଚରାଇଜର କ୍ରୀମ ଲଗାନ୍ତୁ।

ଚେହେରାରେ ମେକଅପ ଥିଲେ ଏହାକୁ ଲଗାନ୍ତୁ ନାହିଁ । କାରଣ ମେକଅପ ସହିତ କଫି ସ୍କ୍ରବ ଲଗାଇବା ଦ୍ୱାରା ଚେହେରା କଳା ପଡ଼ିଯିବାର ଅଧିକ ସମ୍ଭାବନା ରହିଛି। ତେଣୁ ମେକଅପ ବାହାର କରିବାର ପ୍ରାୟ ୧ ଘଣ୍ଟା କିମ୍ବା ଦେଢ଼ ଘଣ୍ଟା ପରେ ହିଁ କଫି ସ୍କ୍ରବକୁ ବ୍ୟବହାର କରନ୍ତୁ।

ଗୋଟିଏ ଗିନାରେ ଡାଲି, ହଳଦୀ, କ୍ଷୀର ଓ ନଡ଼ିଆ ତେଲକୁ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହି ମିଶ୍ରଣକୁ ମୁହଁରେ ୧୦ମିନିଟ ଯାଏଁ ଲଗାଇ ରଖନ୍ତୁ। ପରେ ଧିରେଧିରେ ମୁହଁରୁ ପେଷ୍ଟ ଛଡ଼ାନ୍ତୁ।

face pack

ଅଧିକ ପଢ଼ନ୍ତୁ: ଲଗାନ୍ତୁ ଏହି ୫ଟି ତେଲ, ଆଣନ୍ତୁ ମୁହଁ ସହ ଚର୍ମରେ ଚମକ

ଆପଣ ଚାହିଁଲେ ମସୁର ଡାଲିର ପେଷ୍ଟରେ ବେସନ ଏବଂ ମୁଲତାନୀ ମାଟି ଭଳି ପଦାର୍ଥ ମିଶାଇ ମୁହଁରେ ଲଗାଇପାରିବେ।

ନାକରେ ହେଉଥିବା ବ୍ଲାକ ହେଡସ ଓ ହ୍ୱାଇଟ ହେଡସକୁ ଦୂର କରିବା ପାଇଁ ଆପଣ ଚାହିଁଲେ ମସୁର ଡାଲିର ପାଉଡର ମଧ୍ୟ ବ୍ୟବହାର କରିପାରିବେ।

ଯଦି ଆପଣଙ୍କ ମୁହଁରେ କୌଣସି ପ୍ରକାରର ଆଲର୍ଜି ହେଉଥାଏ ତାହେଲେ ଏହି ପେଷ୍ଟକୁ ମୁହଁରେ ଲଗାନ୍ତୁ ନାହିଁ।

ମସୁର ଡାଲିର ପେଷ୍ଟ ତ୍ୱଚାକୁ ଶୁଷ୍କ କରାଇ ଦେଇଥାଏ। ସେଥିପାଇଁ ଏହାକୁ ତ୍ୱଚାରେ ଲଗାଇବା ପରେ ମଶ୍ଚରାଇଜର ଲଗାଇବାକୁ ଭୁଲନ୍ତୁ ନାହିଁ।

ଡାଲିକୁ ଭିଜା ଯାଇଥିବା ପାଣିକୁ ଫେସ ପ୍ୟାକ ଓ ମାସ୍କ ରୂପେ ମଧ୍ୟ ବ୍ୟବହାର କରିପାରିବେ।