ବ୍ରଣ ସମସ୍ୟାକୁ ନେଇ ପ୍ରାୟ ସମସ୍ତେ ଚିନ୍ତିତ ହୋଇପଡ଼ନ୍ତି। ତେବେ ଏହାର ଉପଚାର ପାଇଁ ଜାଣନ୍ତୁ କେତେକ ଘରୋଇ ଉପଚାର ବାବଦରେ।

pimple face

ଅଧିକ ପଢ଼ନ୍ତୁ: ପ୍ରତିଦିନ ଦିଅନ୍ତୁ ୫ମିନିଟ, ଚମକି ଉଠିବ ମୁହଁ

ମୁହଁରେ ବ୍ରଣ ହେବା ସାଧାରଣ କଥା। କିନ୍ତୁ ଏହା ମୁହଁର ସୁନ୍ଦରତାକୁ ନଷ୍ଟ କରିଦେଇଥାଏ। ବ୍ରଣ ହେବାର କାରଣ ବାବଦରେ ଜାଣିପାରିଲେ ତା’ର ସମାଧାନ କରିବା ସହଜ ହୋଇଥାଏ।

ବ୍ରଣ କାହିଁକି ହୋଇଥାଏ?

ଯୁବାବସ୍ଥାରେ ଆମ ଶରୀରରେ ଏଣ୍ଡ୍ରୋଜେନ ନାମକ ହରମୋନ କ୍ଷରିତ ହୋଇଥାଏ। ଏହି ହରମୋନ ଅଧିକ ମାତ୍ରାରେ କ୍ଷରଣ ହେବା ଯୋଗୁଁ ମୁହଁରେ ବ୍ରଣ ହୋଇଥାଏ। ଏହାଛଡ଼ା ଆମ ମୁହଁର ଚର୍ମରେ ଥିବା ପ୍ରୋପିନିବ୍ୟାକ୍ଟେରିୟମ କୌଣସି କାରଣରୁ ସଂକ୍ରମିତ ହୋଇଯାଏ। ଫଳରେ ବ୍ରଣ ଦେଖାଦିଏ।

eating food at night

ଅଧିକ ପଢ଼ନ୍ତୁ: ବ୍ରଣ ସମସ୍ୟାକୁ ନେଇ ଚିନ୍ତିତ କି? – ଜାଣନ୍ତୁ, ଡାକ୍ତରଙ୍କ ପରାମର୍ଶ

ଅଧିକ ଶର୍କରା ଜାତୀୟ ଖାଦ୍ୟ, କ୍ଷୀରଜାତୀୟ ଦ୍ରବ୍ୟ, ଜଙ୍କଫୁଡ୍‌, ଫାଷ୍ଟଫୁଡ ଏବଂ ଛଣାଛଣି ଖାଦ୍ୟ ଖାଇବା ଫଳରେ ଶରୀରରେ ଆଇଜିଏଫ ପରିମାଣ ବଢ଼ିଯାଏ। ଏଥିପାଇଁ ଆମ ଚର୍ମରେ ବ୍ରଣ ହୋଇଥାଏ।

ଏହାସହ କିଛି ଲୋକ ମୁହଁରେ ସାବୁନ ବ୍ୟବହାର କରିଥା’ନ୍ତି। ହେଲେ ସାବୁନର ପିଏଚ୍‌ ମୁହଁର ଚର୍ମର ପିଏଚ୍‌ ସହ ସମାନ ନୁହେଁ। ମୁହଁରେ ସାବୁନ ଲଗାଇବା ଯୋଗୁଁ ମୁହଁର ପିଏଚ୍‌ ସ୍ତର ଅସନ୍ତୁଳିତ ହୁଏ। ଫଳରେ ମୁହଁରେ ସଂକ୍ରମଣ ବଢ଼ି ବ୍ରଣ ଅଧିକ ହୋଇଥାଏ।

ଘରୋଇ ଉପଚାର

ଆପଣ ଗୋଟିଏ ଛୋଟ ପାତ୍ରରେ ଦୁଇ ଚାମୁଚ ଟମାଟୋ ରସ ନିଅନ୍ତୁ ଓ ପରେ ଏଥିରେ ଗୋଟିଏ ଚାମୁଚ ମହୁ ବା ଅଧ ଚାମୁଚ ବେକିଙ୍ଗ ସୋଡ଼ା ମିଶାଇ ଏହାର ଏକ ପେଷ୍ଟ ତିଆରି କରନ୍ତୁ

ଏହି ପେଷ୍ଟକୁ ମୁହଁରେ ବ୍ରଣ ହୋଇଥିବା ଜାଗାରେ ଲଗାଇ ଦିଅନ୍ତୁ। ଏହା ପରେ ୧୦ ମିନିଟ ରଖିବା ପରେ ଚେହେରାକୁ ମାଲିସ କରନ୍ତୁ ଓ ସଫା ପାଣିରେ ମୁହଁକୁ ଧୋଇ ଦିଅନ୍ତୁ।

face pack

ଟି ଟ୍ରି ଅଏଲରେ ଆଣ୍ଟିବ୍ୟାକ୍ଟେରିଆଲ ଓ ଆଣ୍ଟି ଫଙ୍ଗଲ ଗୁଣ ରହିଛି, ଯାହା କମ ସମୟ ମଧ୍ୟରେ ବ୍ରଣର ଚିକିତ୍ସା କରିଥାଏ।

ଅତି ପାଚି ଯାଇଥିବା କଦଳୀ ଖାଇବାରେ ଭଲ ଲାଗେ ନାହିଁ କିନ୍ତୁ ଏଥିରେ ଆପଣ ମଶ୍ଚରାଇଜିଙ୍ଗ ବା ଆଦ୍ରତା ଫେସ୍ ପ୍ୟାକ୍ ତିଆରି କରି ପାରିବେ। ଏହା ତ୍ୱଚାର ମୃତ କୋଷିକାଗୁଡ଼ିକୁ ବା ବ୍ରଣଗୁଡ଼ିକୁ ଦୂର କରିବାରେ ସାହାଯ୍ୟ କରିଥାଏ ଏବଂ ମୁହଁ ଚର୍ମ ଶୁଷ୍କ ରଖେ ନାହିଁ। କାକୁଡ଼ିର ବ୍ୟବହାର ଦ୍ୱାରା ମଧ୍ୟ ତ୍ୱଚା ସୁସ୍ଥ ରହିଥାଏ।

ବ୍ରଣରୁ ମୁକ୍ତି ପାଇବା ପାଇଁ ଆପଣ ତୁଳସୀ କିମ୍ବା ପୋଦିନା ପତ୍ରକୁ ସମାନ ମାତ୍ରାରେ ନେଇ ଗୁଣ୍ଡ କରନ୍ତୁ ଏବଂ ଏଥିରେ ଟିକିଏ ଲେମ୍ବୁ ରସ ମିଶାଇ ଚେହେରାରେ ଲଗାଇବା ଦ୍ୱାରା ମଧ୍ୟ ଆପଣଙ୍କୁ ବ୍ରଣରୁ ମୁକ୍ତି ମିଳିପାରିବ ।

face care

ଅଧିକ ପଢ଼ନ୍ତୁ: ସବୁ ତ୍ୱଚା ପାଇଁ ଉପକାରୀ ଏହି ୩ଟି ଫେସ୍ ପ୍ୟାକ୍

ଘରୋଇ ଉପଚାର କେତେ ସୁରକ୍ଷିତ?

ବ୍ରଣର ସମସ୍ୟାକୁ ଦୂର କରିବାକୁ ଆମେ ବିଭିନ୍ନ କ୍ରିମର ସାହାରା ନେଇଥାଉ। ମେଡିସିନ ଦୋକାନରୁ ବ୍ରଣ ପାଇଁ ମେଡିସିନ ଆଣି ଲଗାଇଥାଉ। ସାଙ୍ଗସାଥୀମାନଙ୍କ ପାଖରୁ ଶୁଣି ବିଭିନ୍ନ ଔଷଧ ଏବଂ ଘରୋଇ ଉପଚାର କରିଥାଉ। ଅନେକ ଲୋକ ଚନ୍ଦନ , ହଳଦୀ ପିଆଜରସ ଓ ଲେମ୍ବୁରସ ଭଳି ଘରୋଇ ଉପଚାର ବି ମୁହଁରେ ଲଗାଇଥା’ନ୍ତି। କିନ୍ତୁ, ଅତ୍ୟଧିକ ଲେମ୍ବୁରସ ମୁହଁକୁ ପୋଡ଼ିଦିଏ। ତେଣୁ ମୁହଁରେ ବ୍ରଣ ହେଲେ ଚର୍ମ ରୋଗ ବିଶେଷଜ୍ଞଙ୍କ ସହ ପରାମର୍ଶ କରିବା ପରେ ହିଁ ଔଷଧ ବ୍ୟବହାର କରନ୍ତୁ। କୌଣସି ଘରୋଇ ଉପଚାର ଚର୍ମର କୌଣସି ଜାଗାରେ ଅଳ୍ପ ମାତ୍ରାରେ ବ୍ୟବହାର କରନ୍ତୁ। ଯଦି କୌଣସି ପାର୍ଶ୍ୱପ୍ରତିକ୍ରିୟା ଦେଖାଉ ନାହିଁ ତେବେ ଲଗାତାର ବ୍ୟବହାର କରନ୍ତୁ।