ଛୋଟ ପିଲାଙ୍କ ଦାନ୍ତର ସଠିକ ଭାବେ ଯତ୍ନ ନ ନେଲେ ଦାନ୍ତ ପୋକ ଖାଇବାଠାରୁ ଆରମ୍ଭ କରି ପାଇରିଆ ଭଳି ସମସ୍ୟା ଦେଖାଦିଏ।

ଅଧିକ ପଢ଼ନ୍ତୁ: ଦାନ୍ତ ମାଢ଼ିରୁ ରକ୍ତ ବାହାରୁଛି କି? ଜାଣନ୍ତୁ ଏହାର ଚିକିତ୍ସା

ଛୋଟ ବେଳେ ପିଲାମାନେ ନିଜ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତି ନାହିଁ। ଏପରି ସ୍ଥଳେ ଦାନ୍ତର ଯତ୍ନ ନେବା ଦୂରର କଥା। ତେଣୁ ବାପାମା’ ପିଲାଙ୍କ ଦାନ୍ତର ସଠିକ ଯତ୍ନ ନେବା ଜରୁରୀ। ପ୍ରତି ୩ ମାସକୁ ଥରେ ସେମାନଙ୍କ ଦାନ୍ତ ପରୀକ୍ଷା କରାଇବା ସହ ଘରେ ଭଲ ଭାବେ ଦାନ୍ତ ସଫା କରିବା ଆବଶ୍ୟକ।

ପିଲାମାନଙ୍କ ଦାନ୍ତ ଜନିତ ସମସ୍ୟା କାହିଁକି ଦେଖାଯାଏ?

କୁପୋଷଣ

ବିଭିନ୍ନ ସଂକ୍ରମଣ

ପାଟି ଭିତରେ ବା ମାଢ଼ିରେ ସମସ୍ୟା

ଅପରିଷ୍କାର ଦାନ୍ତ

କିପରି ନେବେ ପିଲାଙ୍କ ଦାନ୍ତର ଯତ୍ନ?

ଗୋଟିଏ ଦିନରେ ଦୁଇ ଥର ପିଲାଙ୍କ ଦାନ୍ତ ବ୍ରଶ ଦ୍ବାରା ସଫା କରନ୍ତୁ। ଶୋଇବାକୁ ଯିବା ପୂର୍ବରୁ ଦାନ୍ତ ଘଷି ଶୋଇବାକୁ କୁହନ୍ତୁ।

ପିଲାମାନେ ନିଜ ଦାନ୍ତ ଘଷି ସାରିବା ପରେ ମଧ୍ୟ ଆପଣ ଆଉ ଥରେ ଭଲ ଭାବେ ସେମାନଙ୍କ ଦାନ୍ତ ସଫା କରନ୍ତୁ। କାରଣ ପିଲାମାନେ ସଠିକ ଭାବେ ଦାନ୍ତ ବ୍ରଶ କରିନଥାନ୍ତି।

ସାଧାରଣତଃ ୩ ବର୍ଷ ମଧ୍ୟରେ ପିଲାର ଦାନ୍ତ ଉଠିଯାଇଥାଏ ଏବଂ ୬ ବର୍ଷ ହେବାବେଳକୁ ଦାନ୍ତ ପଡ଼ିବା ଆରମ୍ଭ ହୁଏ। ତା’ ସ୍ଥାନରେ ସ୍ଥାୟୀ ଦାନ୍ତ ଆସିଯାଏ। ୧୩ ବର୍ଷ ବୟସ ବେଳକୁ ପିଲାର ସ୍ଥାୟୀ ଦାନ୍ତ ଆସିଯାଇଥାଏ। ଏଭଳିସ୍ଥଳେ ଦିନରେ ଦୁଇଥର ତାକୁ ଫ୍ଲୋରାଇଡ ଯୁକ୍ତ ଟୁଥପେଷ୍ଟରେ ଦାନ୍ତ ଘଷିବାକୁ ବାଧ୍ୟ କରନ୍ତୁ।

baby brushing teeth

ଅଧିକ ପଢ଼ନ୍ତୁ: ହଳଦିଆ ଦାନ୍ତରୁ ମୁକ୍ତି ପାଇଁ ଆପଣାନ୍ତୁ ଏହି ଘରୋଇ ଉପାୟ

ପ୍ରତି ୩ ମାସ କିମ୍ବା ୬ମାସ ବ୍ୟବଧାନରେ ପିଲାଙ୍କୁ ଡାକ୍ତରଙ୍କ ପାଖକୁ ନେଇ ଦାନ୍ତ ପରୀକ୍ଷା କରାଇଦିଅନ୍ତୁ।

ଦାନ୍ତ ଭାଙ୍ଗିବା ପୂର୍ବରୁ ଏବଂ ପରେ କିପରି ଯତ୍ନ ନିଆଯିବା ଉଚିତ ସେ ବାବଦରେ ପିଲାଙ୍କୁ ବୁଝାନ୍ତୁ। ଦାନ୍ତ ଭାଙ୍ଗିବା ସମସ୍ୟା ଅବହେଳା ଯୋଗୁଁ ବଙ୍କା ଦାନ୍ତ ମଧ୍ୟ ଉଠିପାରେ।

ପିଲାଙ୍କୁ ଅଧିକ ମିଠା ଏବଂ ଚିନି ଖାଇବାକୁ ଦିଅନ୍ତୁ ନାହିଁ। ସଠିକ ଭାବେ ଦାନ୍ତ ନ ଘଷିବା କାରଣରୁ ଖାଦ୍ୟପଦାର୍ଥ ଦାନ୍ତରେ ଅଧିକ ସମୟ ଜମି ରହି ବିଭିନ୍ନ ସଂକ୍ରମଣ କରାଇଥାଏ।

ଚକୋଲେଟ ଭଳି ଅଠାଳିଆ ଖାଦ୍ୟ ପିଲାଙ୍କଠାରୁ ଦୂରେଇ ରଖନ୍ତୁ। ଏହା ଦାନ୍ତ ମୂଳରେ ରହି ବିଭିନ୍ନ ଦାନ୍ତ ଜନିତ ସମସ୍ୟାର କାରଣ ହୋଇଥାଏ।

ପିଲାଙ୍କ ଖାଦ୍ୟରେ କ୍ୟାଲସିୟମ, ମ୍ୟାଗ୍ନେସିୟମ, ଭିଟାମିନ ଡି ଯୁକ୍ତ ଖାଦ୍ୟ ଭରପୁର ମାତ୍ରାରେ ଦିଅନ୍ତୁ।

ଅଧିକ ପଢ଼ନ୍ତୁ: ଏହି ୧୦ଟି ଟିପ୍ସ ରଖିବ ଆପଣଙ୍କ ଦାନ୍ତକୁ ସୁସ୍ଥ ଏବଂ ମଜଭୁତ