ଦାନ୍ତ ମାଢ଼ିରୁ ରକ୍ତ ବାହାରିବା ସାଧାରଣ ସମସ୍ୟା। ତେବେ ଜାଣନ୍ତୁ କେମିତି ଦୂର କରିବେ ଏହି ସମସ୍ୟା।

teeth pain

ଅଧିକ ପଢ଼ନ୍ତୁ: ଏହି ୧୦ଟି ଟିପ୍ସ ରଖିବ ଆପଣଙ୍କ ଦାନ୍ତକୁ ସୁସ୍ଥ ଏବଂ ମଜଭୁତ

ପ୍ରାୟ ଲୋକଙ୍କ ଦାନ୍ତ ମାଢ଼ିରୁ ରକ୍ତ ବାହାରି ଥାଏ। କିଛି ଲୋକ ବ୍ରଶ କରୁଥିବା ସମୟରେ ସେମାନଙ୍କ ମାଢ଼ିରୁ ରକ୍ତ ବାହାରିଥାଏ। ମାଢ଼ି ଦୁର୍ବଳ ଥିଲେ ହିଁ ଏପରି ସମସ୍ୟା ଉପୁଜିଥାଏ। କୌଣସି ଖାଦ୍ୟ କିମ୍ବା ଶକ୍ତ ଫଳ ଖାଇବା ଫଳରେ ଏପରି ସମସ୍ୟା ସୃଷ୍ଟି ହୋଇଥାଏ।

ଏହି ସମସ୍ୟା ନିୟମିତ ଭାବେ ଲାଗି ରହିଲେ ବ୍ୟକ୍ତି ଭଲରେ କିଛି ଖାଇପାରନ୍ତି ନା କିଛି ଥଣ୍ଡା କିମ୍ବା ଗରମ ପାନୀୟ ପିଇପାରନ୍ତି। ମାଢ଼ିରେ ଥଣ୍ଡା କିମ୍ବା ଗରମ ଖାଦ୍ୟ ବାଜିଲେ ଦାନ୍ତରେ ଏକ ପ୍ରକାର କଷ୍ଟ ଅନୁଭବ ହୋଇଥାଏ। ଅନେକଙ୍କର କୌଣସି ଶକ୍ତ ଫଳ ଖାଉଥିବା ସମୟରେ ଦାନ୍ତ ମାଢ଼ିରୁ ରକ୍ତ ବାହାରିଥାଏ।

ଦାନ୍ତ ମାଢ଼ିରୁ ରକ୍ତ ବାହାରିବାର କାରଣ

ଶରୀରରେ ଭିଟାମିନ ସିର ଅଭାବ ହେଲେ ଦାନ୍ତ ମାଢ଼ି ଦୁର୍ବଳ ହୋଇ ରକ୍ତ ବାହାରିଥାଏ।

ରାତିରେ ଶୋଇବା ପୂର୍ବରୁ ମିଠା ଖାଉଥିଲେ ବା ଦାନ୍ତ ସଫା କରି ନ ଶୋଉଥିଲେ ଏପରି ସମସ୍ୟା ଦେଖାଦେଇଥାଏ।

brush your teeth before bed

ଅଧିକ ପଢ଼ନ୍ତୁ: ଦାନ୍ତରେ କ୍ଲିପ ଲଗାଇବା କେତେ ସୁରକ୍ଷିତ? ଜାଣନ୍ତୁ

ଖୁବ ଜୋରରେ ବ୍ରଶ କିମ୍ଵା ଟାଣ ବ୍ରଶରେ ଦାନ୍ତ ଘଷିବା ଫଳରେ ମାଢ଼ିରୁ ରକ୍ତ ବାହାରିଥାଏ।

ପୂର୍ବରୁ ପରିବାରର କୌଣସି ସଦସ୍ୟ ଏପରି ସମସ୍ୟାର ଶିକାର ହୋଇଥିଲେ ଆପଣଙ୍କ ନିକଟରେ ଏହି ସମସ୍ୟା ଦେଖାଯିବାର ଆଶଙ୍କା ରହିଛି।

ଅତ୍ୟଧିକ ଚକୋଲେଟ କିମ୍ଵା ଆଇସକ୍ରିମ ଖାଉଥିଲେ ଦାନ୍ତ ମାଢ଼ିରୁ ରକ୍ତ ବାହାରିଥାଏ।

କିପରି ଦୂର କରିବେ ଏହି ସମସ୍ୟା?

ସବୁ ସମୟରେ ଦାନ୍ତ ସଫା ରଖିବାକୁ ଚେଷ୍ଟା କରନ୍ତୁ। ଖାଇ ସାରିବା ପରେ ଦାନ୍ତ ଘଷନ୍ତୁ। ଗୋଟିଏ ଦିନର ୨ ଥର ଦାନ୍ତ ଘଷିବା ଭଲ।

ଦାନ୍ତ ଘଷିବା ପରେ ହାଇଡ୍ରୋଜେନ ପେରକ୍ସୋଇଡରେ ମୁହଁ ଧୁଅନ୍ତୁ। ଫ୍ଲୋରାଇଡ ଥିବା ପେଷ୍ଟରେ ଦାନ୍ତ ଘଷିବା ଫଳରେ ମାଢ଼ି ସହ ଦାନ୍ତ ସୁସ୍ଥ ରହିଥାଏ।

ଧୂମ୍ରପାନ କରିବା ଫଳରେ ଦାନ୍ତକୁ କ୍ଷତି ପହଞ୍ଚାଉଥିବା ବ୍ୟାକ୍ଟେରିଆ ବୃଦ୍ଧି ହୋଇଥାନ୍ତି। ତେଣୁ ଯେତେ ସମ୍ଭବ ସିଗାରେଟ, ବିଡ଼ି ଏବଂ ଅନ୍ୟାନ୍ୟ ନିଶାଦ୍ରବ୍ୟଠାରୁ ଦୂରେଇ ରହନ୍ତୁ।

teeth

ଅଧିକ ପଢ଼ନ୍ତୁ: ହଳଦିଆ ଦାନ୍ତରୁ ମୁକ୍ତି ପାଇଁ ଆପଣାନ୍ତୁ ଏହି ଘରୋଇ ଉପାୟ

ଦାନ୍ତକୁ ଶକ୍ତ ଏବଂ ଦାନ୍ତ ଜନିତ ସମସ୍ୟା ପାଇଁ ଦୂର କରିବା ପ୍ରଚୁର ମାତ୍ରାରେ ଭିଟାମିନ ସି ଜାତୀୟ ଖାଦ୍ୟ ଖାଆନ୍ତୁ।

ଭିଟାମିନ କେ ମଧ୍ୟ ଦାନ୍ତକୁ ମଜଭୁତ ଏବଂ ମାଢ଼ିକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ।

ନିୟମିତ ସକାଳୁ ଗ୍ରୀନ ଟି ପିଇବା ଫଳରେ ଦାନ୍ତ ମାଢ଼ିରୁ ରକ୍ତ ବାହାରିବା ବନ୍ଦ ହୋଇଥାଏ।

ଲୁଣ ପାଣି ପାଟିରେ ରଖି କୁଳି କରନ୍ତୁ। ଏପରି କରିବା ଫଳରେ ଦାନ୍ତ ଜନିତ ସମସ୍ୟା ଦୂର ହୋଇଥାଏ।

ସପ୍ତାହକୁ ଥରେ ବା ଦୁଇଥର ସୈନ୍ଧବ ଲବଣରେ ଦାନ୍ତ ଘଷନ୍ତୁ। ଏପରି କରିବା ଫଳରେ ମାଢ଼ି ସମ୍ବନ୍ଧୀୟ ସମସ୍ତ ସମସ୍ୟାରୁ ମୁକ୍ତି ମିଳିଥାଏ।