କେତେକ ଝିଅଙ୍କର ମୁହଁରେ ଛୋଟ ଛୋଟ ଚୁଟି ଉଠି ଅସୁନ୍ଦର ଦେଖାଯାଏ। କେତେକ ଘରୋଇ ଉପଚାର ମାଧ୍ୟମରେ ଆପଣ ଏହି ଚୁଟି ଉଠାଇପାରିବେ।

face care

ଅଧିକ ପଢ଼ନ୍ତୁ: ପ୍ରତିଦିନ ଦିଅନ୍ତୁ ୫ମିନିଟ, ଚମକି ଉଠିବ ମୁହଁ

ଆଜିକାଲି ହରମୋନ ପରିବର୍ତ୍ତନ ଯୋଗୁଁ କେତେକ ଝିଅଙ୍କ ମୁହଁରେ ଛୋଟ ଛୋଟ ରୁମ ଉଠୁଥିବାର ଦେଖିବାକୁ ମିଳୁଛି। ଏଥିପାଇଁ ଝିଅମାନେ ପାର୍ଲର ଯାଇ ବିଭିନ୍ନ ଫେସ କେୟାର କରୁଛନ୍ତି। କିନ୍ତୁ ଏପରି କରିବା ଫଳରେ ହୁଏତ ସେମାନଙ୍କ ସମସ୍ୟା ଆହୁରି ବଢ଼ି ଯାଉଛି। ମହିଳାମାନଙ୍କ ଶରୀରରେ ଅତ୍ୟଧିକ ଆଣ୍ଡ୍ରଜେନ ଏବଂ ଟେଷ୍ଟୋଷ୍ଟିରନ ହରମୋନ ଯୋଗୁଁ ମୁହଁରେ ଛୋଟ ଛୋଟ ଚୁଟି ଉଠିଥାଏ। ଏହି ସମସ୍ୟା ଦୂର କରିବା ପାଇଁ କେତେକ ଘରୋଇ ଉପଚାର ବାବଦରେ ଜାଣନ୍ତୁ।

ଅଣ୍ଡା ମାସ୍କ

ଅଣ୍ଡା ଆପଣଙ୍କ ମୁହଁର ଛୋଟ ଚୁଟି ଉଠାଇବାରେ ସାହାଯ୍ୟ କରିଥାଏ। କେବଳ ସେତିକି ନୁହେଁ ଏହା ତ୍ୱଚାକୁ କୋମଳ ମଧ୍ୟ ରଖିଥାଏ। ଗୋଟିଏ ଅଣ୍ଡା ନେଇ ସେଥିରୁ କେବଳ ଧଳା ଅଂଶ ସଂଗ୍ରହ କରନ୍ତୁ। ସେଥିରେ ଗୋଟେ ଚାମଚ ଚିନି ଏବଂ କର୍ଣ୍ଣ ଫ୍ଲୋର ବା ମକା ଗୁଣ୍ଡ ଭଲ ଭାବେ ମିଶାଇ ଦିଅନ୍ତୁ। ଏହି ପେଷ୍ଟକୁ ମୁହଁରେ ଲଗାଇ ସାରି ୧୦-୨୦ମିନିଟ ପର୍ଯ୍ୟନ୍ତ ଏପରି ରୁହନ୍ତୁ। ପେଷ୍ଟ ଟାଣ ହୋଇ ଆସିଲେ ତାକୁ ତୁରନ୍ତ ମୁହଁରୁ ବାହାର କରନ୍ତୁ। ପରେ ଥଣ୍ଡା ପାଣିରେ ମୁହଁ ଧୋଇ ଦିଅନ୍ତୁ। ସପ୍ତାହକୁ ଏପରି ୨ ଥର କରିବା ଫଳରେ ଛୋଟ ଛୋଟ ଚୁଟି ନଷ୍ଟ ହୋଇଯିବା ସହ ମୁହଁରୁ ଦାଗ ମଧ୍ୟ ଦୂର ହୋଇଥାଏ।

face pack

ଅଧିକ ପଢ଼ନ୍ତୁ: ଖାଆନ୍ତୁ ଏହି ୫ଟି ଭିଟାମିନଯୁକ୍ତ ଖାଦ୍ୟ, ଦୂର ହେବ ଆଖି ତଳ କଳା ଦାଗ

ଲେମ୍ବୁ ଏବଂ ଚିନି ମାସ୍କ

ଦୁଇ ଚାମଚ ଚିନି ନେଇ ସେଥିରେ ଦୁଇ ଚାମଚ ଲେମ୍ବୁ ରସ ମିଶାନ୍ତୁ। ଚିନି ସମ୍ପୂର୍ଣ୍ଣ ମିଳେଇ ଯିବା ପର୍ଯ୍ୟନ୍ତ ଏହାକୁ ଭଲ ଭାବେ ଗୋଳାନ୍ତୁ। ଏହି ମିଶ୍ରଣକୁ ସାମାନ୍ୟ ଗରମ କରିଦିଅନ୍ତୁ। ଉଷୁମ ଥିବା ବେଳେ ମୁହଁରେ ଲଗାନ୍ତୁ।

ମହୁ ଏବଂ ଲେମ୍ବୁ ମାସ୍କ

ଗୋଟିଏ ପାତ୍ରରେ ୨ ଚାମଚ ଚିନି ଏବଂ ୨ ଚାମଚ ମହୁ ନିଅନ୍ତୁ। ଏହି ମିଶ୍ରଣକୁ ଭଲ ଭାବରେ ଫେଣ୍ଟି ଦିଅନ୍ତୁ। ପେଷ୍ଟ ଭଳି ପ୍ରସ୍ତୁତ ହେବା ଯାଏଁ ଏହାକୁ ଗରମ କରନ୍ତୁ। ଏହାକୁ ଅଠାଳିଆ କରିବା ପାଇଁ ଆପଣ ଅଳ୍ପ ପାଣି ମଧ୍ୟ ମିଶାଇ ପାରିବେ। ଏହି ପେଷ୍ଟକୁ ଥଣ୍ଡା ହେବା ପାଇଁ ଛାଡ଼ି ଦିଅନ୍ତୁ। ପରେ ମୁହଁରେ ଚୁଟି ଥିବା ଜାଗାରେ ଏହାକୁ ଲଗାନ୍ତୁ। ମୁହଁରେ ଭଲ ଭାବରେ ଲାଗି ସାରିବା ପରେ ଏହାକୁ ସିଧା ନ ଉଠାଇ ବିପରୀତ ଆଡ଼କୁ ଟାଣି କରି ବାହାର କରନ୍ତୁ।

ଆଳୁ ଏବଂ ମସୁର ଡାଲି ମାସ୍କ

ଏହି ମାସ୍କ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ଗୋଟିଏ ରାତି ମସୁର ଡାଲିକୁ ପାଣିରେ ଭିଜାଇବାକୁ ପଡ଼ିବ। ସକାଳେ ଆପଣ ଭିଜା ମସୁର ଡାଲି ସହ ଗୋଟିଏ ଆଳୁ ରସ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏଥିରେ ଏକ ଚାମଚ ମହୁ ଏବଂ ଲେମ୍ବୁ ରସ ମିଶାଇ ଅଠାଳିଆ ମିଶ୍ରଣ ତିଆରି କରନ୍ତୁ। ଏହି ପେଷ୍ଟକୁ ମୁହଁରେ ଲଗାନ୍ତୁ। ସମ୍ପୂର୍ଣ୍ଣ ଭାବେ ଶୁଖିଯିବା ପରେ ମୁହଁରୁ ଏହି ମାସ୍କ କାଢ଼ି ଦିଅନ୍ତୁ। ପରେ ଥଣ୍ଡା ପାଣିରେ ମୁହଁ ଧୋଇ ଦିଅନ୍ତୁ।

face pack

ଅଧିକ ପଢ଼ନ୍ତୁ: ବ୍ରଣ ସମସ୍ୟା ଦୂର ପାଇଁ ଆପଣାନ୍ତୁ ଏହି ଘରୋଇ ଉପଚାର

ଅମୃତଭଣ୍ଡା ଏବଂ ହଳଦୀ ମାସ୍କ

କଞ୍ଚା ଅମୃତଭଣ୍ଡାକୁ ଛୋଟ ଛୋଟ କାଟି ଗ୍ରାଇଣ୍ଡି କରି ଦିଅନ୍ତୁ। ଏହି ପେଷ୍ଟରେ ଏକ ଚାମଚ ହଳଦୀ ଗୁଣ୍ଡ ମିଶାନ୍ତୁ। ୨୦ମିନିଟ ଧରି ଏହି ପେଷ୍ଟକୁ ମୁହଁରେ ମାଲିସ କରନ୍ତୁ।

ଆପଣ ଏହି ସବୁ ମାସ୍କ ପ୍ରଥମେ ଦେହର ଅନ୍ୟ ସ୍ଥାନରେ ଲଗାଇ ପରୀକ୍ଷା କରନ୍ତୁ। ଯଦି ସଫଳ ମିଳୁଛି ତେବେ ମୁହଁରେ ବ୍ୟବହାର କରନ୍ତୁ। କେତେକଙ୍କର କଞ୍ଚା ଆଳୁ ଚର୍ମରେ ଆଲର୍ଜି ସୃଷ୍ଟି କରିପାରେ। ତେଣୁ ଏହି ସମସ୍ୟା ସମାଧାନ ପାଇଁ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ।