ଶରୀରରେ କେତେକ ପୋଷକ ତତ୍ତ୍ୱ ଅଭାବରୁ ଆଖି ତଳ କଳା ପଡ଼ିଥାଏ। ଆସନ୍ତୁ ଜାଣିବା କ’ଣ ଖାଇଲେ ପୋଷକ ତତ୍ତ୍ୱର ପରିମାଣ ଠିକ ରହିଥାଏ।

dark circles

ଅଧିକ ପଢ଼ନ୍ତୁ: ଆଖି ତଳ କଳା ଦାଗ ପାଇଁ ଚିନ୍ତିତ କି? ଆପଣାନ୍ତୁ ଏହି ଟିପ୍ସ

ସାଧାରଣତଃ ଝିଅମାନେ ତ୍ୱଚାକୁ ସୁନ୍ଦର ଏବଂ କୋମଳ ତ୍ୱଚା ରଖିବାକୁ ପସନ୍ଦ କରନ୍ତି। ମାତ୍ର ଆଖି ତଳେ କଳା ପଡ଼ିଯିବା ଫଳରେ ମୁହଁରୁ ସୁନ୍ଦରତା କମିଯାଏ। ଏହି ସମସ୍ୟା ଚିନ୍ତା, ସଠିକ ଭାବେ ନିଦ ନହେବା, କମ୍ପ୍ୟୁଟରରେ ଲଗାତାର ବ୍ୟବହାର ଯୋଗୁଁ ହୋଇଥାଏ। ତେଣୁ କମ ବୟସରେ ମଧ୍ୟ ଆଖି ତଳେ କଳା ଦାଗ ହୋଇଯାଏ। ଶରୀରରେ କିଛି ପୋଷକ ତତ୍ତ୍ୱର ମାତ୍ରା କମ ହେବା ଫଳରେ ଏପରି ହୋଇଥାଏ।

ଆଇରନର ଅଭାଵ

ଶରୀରରେ ଆଇରନର ପରିମାଣ କମ ହେଲେ ସଠିକ ଅମ୍ଳଜାନ ମିଳି ପାରେ ନାହିଁ। ଆନେମିଆର ଶିକାର ହେଉଥିବା ମହିଳାଙ୍କ କ୍ଷେତ୍ରରେ ଆଇରନର ପରିମାଣ କମ ହେତୁ ଆଖି ତଳ କଳା ପଡ଼ିଥାଏ। ତେଣୁ ପ୍ରତିଦିନ ଖାଦ୍ୟରେ ପାଳଙ୍ଗ,ବିନ୍ସ, ଡ଼ାଲି, ବ୍ରାଉନ ରାଇସ, ଗହମ, ଡ଼୍ରାଏ ଫ୍ରୁଟକୁ ସାମିଲ କରନ୍ତୁ।

ଭିଟାମିନ ସି

ତ୍ୱଚାକୁ ସୁସ୍ଥ ରଖିବାରେ ଭିଟାମିନ ସି ସାହାଯ୍ୟ କରିଥାଏ। ଶରୀରରେ ଭିଟାମିନ ସିର ମାତ୍ରା କମ ହେଲେ ଆଖି ତଳେ କଳା ଦାଗ ପଡ଼ିବା ସହ ତ୍ୱଚା ମଧ୍ୟ କଳା ପଡ଼ିଯାଇଥାଏ। ତେଣୁ ଶରୀରରେ ଭିଟାମିନ ସିର ଅଭାଵ ପୂରଣ କରିବାକୁ ନିଜ ଖାଦ୍ୟରେ ଲେମ୍ବୁ, ଆଳୁ, ଟମାଟୋ ପାଳଙ୍ଗ ଓ ଫୁଲକୋବି ଖାଆନ୍ତୁ।

Vitamin A Foods: What They Are, and Why You Should Eat Them | Openfit

ଅଧିକ ପଢ଼ନ୍ତୁ: ଶୁଷ୍କ ତ୍ୱଚାରେ ଲଗାନ୍ତୁ ଏହି ୭ଟି ଫେସ୍ ପ୍ୟାକ୍‌, ରହିବ ତ୍ୱଚା ସୁସ୍ଥ ଏବଂ କୋମଳ

ଭିଟାମିନ ଏ

ସବୁ ପ୍ରକାର ତ୍ୱଚା ପାଇଁ ଭିଟାମିନ ଏ ଏକ ଆଣ୍ଟିଅକ୍ସିଡାଣ୍ଟ ଭଳି କାମ କରିଥାଏ। ଶରୀରରେ ଭିଟାମିନ ଏ ର ମାତ୍ରା କମ ହେଲେ ଆଖି ତଳେ କଳା ଦାଗ ହୋଇଥାଏ। ଭିଟାମିନ ଏ ଆଣ୍ଟିଏଜିଙ୍ଗ ଏଜେଣ୍ଟ ଭଳି ମଧ୍ୟ କାର୍ଯ୍ୟ କରିଥାଏ। ତେଣୁ ଖାଦ୍ୟରେ ଲହୁଣୀ, ଅମୃତଭଣ୍ଡା, ତରଭୁଜ, ଆମ୍ବ ଆଦି ଖାଦ୍ୟକୁ ନିଜ ଦୈନନ୍ଦିନ ଜୀବନରେ ସାମିଲ କରନ୍ତୁ।

ଭିଟାମିନ କେ

ମୁହଁର କଳା ଦାଗ ଜନିତ ସମସ୍ୟା ଦୂର କରିବାରେ ଭିଟାମିନ କେ ର ଭୂମିକା ରହିଛି। ଶରୀରରେ ଭିଟାମିନ କେର ଅଭାଵ ଆଖି ତଳ କଳା ଦେଖାଯିବାର କାରଣ ହୋଇଥାଏ। ପାଳଙ୍ଗ, ଫୁଲକୋବି, ବନ୍ଧାକୋବି, ବ୍ରୋକଲି, ମାଛ, ମାଂସ ଆଦି ଖାଇବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ।

dark circles

ଅଧିକ ପଢ଼ନ୍ତୁ: ମୁହଁରେ ଗ୍ଲୋ ଆଣିବା ନିଶାରେ କରନ୍ତୁନି ଏହି ୧୩ଟି ଭୁଲ

ଭିଟାମିନ ଇ

ଶରୀରରେ ଭିଟାମିନ ଇର ମାତ୍ରା କମ ହେଲେ ତ୍ୱଚାରେ ସତେଜତା ଏବଂ ଚମକ ରହେ ନାହିଁ। ମୁହଁରେ କଳା ଦାଗ ମଧ୍ୟ ଦେଖାଯାଇଥାଏ। ପାଳଙ୍ଗ, ବ୍ରୋକଲି, ବାଦାମ, ସୂର୍ଯ୍ୟମୁଖୀ ତେଲ ଆଦି ଶରୀରରେ ଭିଟାମିନ ଇ ର ଅଭାବକୁ ପୂରଣ କରିଥାନ୍ତି।