ସାଧାରଣତଃ ବାହାଘର ପରେ ମହିଳାମାନଙ୍କ ଓଜନ ବୃଦ୍ଧି ହୋଇଥାଏ। ଏପରି କାହିଁକି ହୋଇଥାଏ ଜାଣି ରଖନ୍ତୁ।

weight loose

ଅଧିକ ପଢ଼ନ୍ତୁ: ଓଜନ ହ୍ରାସ କରିପାରେ ଇଣ୍ଟରମିଟେଣ୍ଟ ଫାଷ୍ଟିଂ

ନିଦ ପୁରା ନହେବା

ବିବାହ ପରେ ଅନେକ ମହିଳାଙ୍କ କ୍ଷେତ୍ରରେ ଶୋଇବା ଏବଂ କାମ କରିବାର ସମୟସୀମା ବଦଳି ଯାଇଥାଏ। ଫଳରେ ସେମାନେ ସଠିକ ନିଦରେ ଶୋଇ ପାରନ୍ତି ନାହିଁ। ଦିନରେ ଅତି କମରେ ୭ ଘଣ୍ଟା ନ ଶୋଇବା ଓଜନ ବୃଦ୍ଧିର ଏକ ପ୍ରମୁଖ କାରଣ।

ହରମୋନ ପରିବର୍ତ୍ତନ

ବିବାହ ପରେ ଜୀବନଶୈଳୀରେ ଅନିୟମିତତା ଯୋଗୁଁ ମହିଳାମାନଙ୍କର ଶରୀରରେ ବିଗିନ୍ନ ପ୍ରକାରର ହରମୋନ ପରିବର୍ତ୍ତନ ଦେଖା ଦେଇଥାଏ, ଯାହାକି ଓଜନ ବୃଦ୍ଧିର କାରଣ ହୋଇଥାଏ।

ବୟସ ଜନିତ ପ୍ରଭାବ

ବିବାହ ପରେ ବଢ଼ୁଥିବା ବୟସ ସହ ମହିଳା ମାନଙ୍କର ଖାଦ୍ୟ ହଜମ ପ୍ରକ୍ରିୟା ଧୀର ହୋଇଯାଇଥାଏ। ଯାହା ଦ୍ୱାରା ଶରୀରର ମୋଟାପଣ ହ୍ରାସ ପାଇନଥାଏ। ଫଳରେ ଓଜନ ବୃଦ୍ଧି ହୋଇଥାଏ।

ଅଧିକ ପଢ଼ନ୍ତୁ: ଜିମ ନ ଯାଇ କମାନ୍ତୁ ନିଜ ଶରୀରର ଓଜନ

ଚିନ୍ତା ବଢ଼ିବା

ବିବାହ ପରେ ମହିଳାମାନଙ୍କ ଉପରେ କାମ ଚାପ ଏବଂ ଦାୟିତ୍ୱ ପଡ଼ିବା ଯୋଗୁଁ ସେମାନଙ୍କ ଚିନ୍ତା ବଢ଼ିଥାଏ। ଯାହା ଫଳରେ ଓଜନ ବୃଦ୍ଧି ପାଇଥାଏ।

ଖାଦ୍ୟପେୟ ପରିବର୍ତ୍ତନ

ବିବାହ ପରେ ମହିଳାମାନଙ୍କ ଖାଦ୍ୟପେୟରେ ପରିବର୍ତ୍ତନ ଆସିଥାଏ। କୌଣସି କାରଣ ଯୋଗୁଁ ସେମାନେ ତାଙ୍କ ମନ ପସନ୍ଦ ଖାଦ୍ୟ ଖାଇ ପାରନ୍ତି ନାହିଁ। ନୂଆ ଜଗାରେ ଖାଦ୍ୟପେୟ ସହ ଖାପ ଖୁଆଇବାକୁ ତାଙ୍କୁ କିଛି ଦିନ ସମୟ ଲାଗିଥାଏ।

gaining weight after workout

ଅଧିକ ପଢ଼ନ୍ତୁ: ୱାର୍କଆଉଟ୍ ପରେ ବି ଓଜନ କମୁନି କି? ଜାଣି ରଖନ୍ତୁ

ଏକ୍ସରସାଇଜ ନ କରିବା

ବହୁ କ୍ଷେତ୍ରରେ ଝିଅମାନେ ବିବାହ ପରେ ବ୍ୟାୟାମ କରିପାରନ୍ତି ନାହିଁ। ତେଣୁ ସହଜରେ ମୋଟାପଣର ଶିକାର ହୁଅନ୍ତି।