ଇଣ୍ଟରମିଟେଣ୍ଟ ଫାଷ୍ଟିଂ ମାଧ୍ୟମରେ ଶରୀରରୁ ଓଜନ ହ୍ରାସ ପାଇଥାଏ। କେବଳ ସେତିକି ନୁହେଁ ଏପରି କରିବା ଦ୍ୱାରା ରକ୍ତରୁ ଶର୍କରାର ମାତ୍ର ମଧ୍ୟ କମ ହୋଇଥାଏ।

healthy foodଅନେକ ସମୟରେ ଆମେ ଓଜନ ହ୍ରାସ କରିବା ପାଇଁ ବିଭିନ୍ନ ଉପାୟ ଆପଣେଇ ଥାଉ। କିଏ ଡାଏଟ୍‌ ତ କିଏ କଠିନ ଶାରୀରିକ ପରିଶ୍ରମ କରିଥା’ନ୍ତି। ସେହିପରି ମଧ୍ୟବର୍ତ୍ତୀ ଉପାସ ବା ଇଣ୍ଟରମିଟେଣ୍ଟ ଫାଷ୍ଟିଂ ଏକ ଡାଏଟିଙ୍ଗ ପ୍ରକ୍ରିୟା ଯେଉଁଥିରେ ଗୋଟିଏ ଦିନର ଅଧା ସମୟ ଆପଣ ଉପବାସ କରିପାରିବେ। ଏପରି କରିବା ଫଳରେ ଆପଣଙ୍କ ଶରୀର ସୁସ୍ଥ ରହିବା ସଙ୍ଗେ ସଙ୍ଗେ ଓଜନରେ ମଧ୍ୟ ନିୟନ୍ତ୍ରଣ ଆସିଥାଏ।

ଆଜିକାଲି ଏହି ମଧ୍ୟବର୍ତ୍ତୀ ଉପବାସ ବେଶ ଲୋକପ୍ରିୟ ହୋଇଗଲାଣି। ଇଣ୍ଟରମିଟେଣ୍ଟ ଫାଷ୍ଟିଂ ଦ୍ୱାରା କେବଳ ଓଜନ ହ୍ରାସ ପାଇ ନଥାଏ, ଏହା ଦ୍ୱାରା ରକ୍ତରୁ ସୁଗାର ମଧ୍ୟ କମ ହୋଇଥାଏ। ଏହି ଫାଷ୍ଟିଂ ଯୋଗୁଁ ହୃଦରୋଗ ହେବାର ଆଶଙ୍କା କମ ହୋଇଥାଏ। ଶରୀରର କ୍ୟାଲୋରୀ ହ୍ରାସ କରିବା ପାଇଁ ଖାଦ୍ୟ କମାଇବା କିମ୍ବା ଭୋଜନରେ ପରିବର୍ତ୍ତନ ଆଣିବା ସବୁଠାରୁ ଭଲ ଏବଂ ପ୍ରଭାବଶାଳୀ ଉପାୟ।

ଇଣ୍ଟରମିଟେଣ୍ଟ ଫାଷ୍ଟିଂ ଡାଏଟ କ’ଣ?

ଇଣ୍ଟରମିଟେଣ୍ଟ ଫାଷ୍ଟିଂ ଡାଏଟରେ ଦିନର ନିର୍ଦ୍ଦିଷ୍ଟ ସମୟରେ ଖାଦ୍ୟ ଖାଇ ବାକି ସମୟ ଉପବାସ ରହିବାକୁ ପଡ଼ିଥାଏ। ମନେକର ଆପଣ ୧୨ ଘଣ୍ଟା ପାଇଁ ଖାଇ ଅବଶିଷ୍ଟ ୧୨ ଘଣ୍ଟା ପାଇଁ ଉପବାସ କରିପାରିବେ। ଆପଣ ୮ ଘଣ୍ଟିଆ ଅବଧିରେ ଖାଦ୍ୟ ଖାଇପାରନ୍ତି ଏବଂ ଦିନର ଅବଶିଷ୍ଟ ୧୬ ଘଣ୍ଟା ପାଇଁ ଉପବାସ କରିପାରିବେ। କିନ୍ତୁ ସବୁଠାରୁ ଭଲ ଉପାୟ ହେଉଛି ୫:୨ ପଦ୍ଧତି, ଯେଉଁଥିରେ ଆପଣ ସପ୍ତାହର ୫ ଦିନ ମନ ମୁତାବକ ଖାଦ୍ୟ ଗ୍ରହଣ କରନ୍ତୁ ଏବଂ ବାକି ୨ ଦିନ କ୍ୟାଲୋରୀଯୁକ୍ତ ଖାଦ୍ୟଠାରୁ ନିଜକୁ ଦୂରରେ ରଖନ୍ତୁ। ଏହି ଅବଶିଷ୍ଟ ୨ଦିନରେ ପୁରୁଷମାନେ ୬୦୦ ଗ୍ରାମ ଏବଂ ମହିଳାମାନେ ୫୦୦ ଗ୍ରାମ କ୍ୟାଲୋରୀ ଖାଇପାରିବେ। ଏପରି ଖାଇବା ଫଳରେ ଖୁବ ଶୀଘ୍ର ଆପଣଙ୍କ ଓଜନ ହ୍ରାସ ହୋଇଯିବାର ସମ୍ଭାବନା ରହିଥାଏ।

ଇଣ୍ଟରମିଟେଣ୍ଟ ଫାଷ୍ଟିଂରେ କ’ଣ ଖାଇବା ଉଚିତ?

ମାଛ

ମାଛରେ ପ୍ରଚୁର ପରିମାଣର ଭିଟାମିନ ଡି ସହିତ ସୁସ୍ଥ ଚର୍ବି ଏବଂ ପ୍ରୋଟିନ୍ ଥାଏ। ଏହା ଏକ କମ କ୍ୟାଲୋରୀଯୁକ୍ତ ଖାଦ୍ୟ ଯାହା ଆପଣଙ୍କ ଶରୀରକୁ ଆବଶ୍ୟକୀୟ ପୁଷ୍ଟିକର ଯୋଗାଇଥାଏ। ଇଣ୍ଟରମିଟେଣ୍ଟ ଫାଷ୍ଟିଂରେ ମାଛ ଖାଇବା ଦ୍ୱାରା ଅଧିକ ଭୋକ ଲାଗିନଥାଏ।

Broccoli helps to purify your blood in body

ପନିପରିବା

ଖାଦ୍ୟ ସଠିକ ଭାବେ ହଜମ ହେବା ପାଇଁ ଫାଇବର ଗୁରୁତ୍ୱପୂର୍ଣ୍ଣ। ଶରୀରରେ ହଜମ ପ୍ରକ୍ରିୟା ଭଲ ଭାବେ ହୋଇପାରିଲେ ଶୀଘ୍ର ଓଜନ ହ୍ରାସ ହୋଇଥାଏ। ତେଣୁ ବ୍ରୋକୋଲି ଏବଂ ଫୁଲକୋବି ପରି ପନିପରିବା ଖାଆନ୍ତୁ। ଏଗୁଡ଼ିକ ଫାଇବରରେ ଭରପୂର ଏବଂ ଏହା ଶୀଘ୍ର ହଜମ ହୋଇଥାଏ। ଯଦ୍ୱାରା ଓଜନରେ ନିୟନ୍ତ୍ରଣ ଆସିଥାଏ।

ଆଳୁ

ଅନେକ ଲୋକ ଆଳୁ ଖାଇବାକୁ ପସନ୍ଦ କରିଥାନ୍ତି। କେହି କେହି ଅଧିକ ଆଳୁ ଖାଇଲେ ଓଜନ ବୃଦ୍ଧି ହୋଇଥାଏ ବୋଲି କହନ୍ତି। କିନ୍ତୁ ଆଳୁରେ ଖଣିଜ ପଦାର୍ଥ ଏବଂ ଭିଟାମିନ ରହିଛି ଯାହା ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ।

ପ୍ରୋବାୟୋଟିକ୍ସ

ପ୍ରୋବାୟୋଟିକ୍ସ ଖାଦ୍ୟ ଶରୀରର ଅନ୍ତନଳୀକୁ ସୁସ୍ଥ ରଖିବା ସହ କୋଷ୍ଠକାଠିନ୍ୟ ଭଳି ସମସ୍ୟାକ ଦୂର କରିଥାଏ। ଖାଦ୍ୟରେ ଦହି ଏବଂ କଦଳୀ ପରି ପ୍ରୋବୋଟିକ ଖାଦ୍ୟ ଖାଇବା ଉଚିତ।

ଅଣ୍ଡା

ଗୋଟିଏ ଅଣ୍ଡାରୁ ଛଅ ଗ୍ରାମ ପ୍ରୋଟିନ ମିଳିଥାଏ ଯାହା ମାଂସପେଶୀ ଗଠନ ପାଇଁ ଗୁରୁତ୍ୱପୂର୍ଣ୍ଣ। ସକାଳ ସମୟରେ ଗୋଟିଏ ଅଣ୍ଡା ଖାଆନ୍ତୁ। ଏହା ଦ୍ୱାରା ଆପଣଙ୍କ ପେଟ ଫୁଲ ରହିବା ପରି ମନେ ହେବ ଏବଂ ଅଧିକ ଖାଇବା ପାଇଁ ଇଚ୍ଛା ହୋଇନଥାଏ। ଏପରି କରିବା ଫଳରେ ଶରୀରର ଓଜନ ହ୍ରାସ ପାଇ ପାରିବ।