ଓଜନ କମେଇବା ପାଇଁ ଜିମ ଯିବା ଏକମାତ୍ର ବିକଳ୍ପ ନୁହେଁ। ଏହା ବ୍ୟତୀତ ଆପଣ ଅନ୍ୟ ଉପାୟ ମାଧ୍ୟମରେ ମଧ୍ୟ ଓଜନ ହ୍ରାସ କରିପାରିବେ।

weight lose imageସୁସ୍ଥ ରହିବା ପାଇଁ ସଠିକ ଓଜନ ରହିବା ନିହାତି ଜରୁରୀ। ଆଜିକାଲି ଅନେକ କାରଣ ଯୋଗୁଁ ମେଦ ବହୁଳତା ଦେଖା ଦେଉଛି। ଏସବୁରୁ ମୁକ୍ତି ପାଇବା ପାଇଁ ଲୋକମାନେ ଜିମ ଯିବା ସହ ଅନେକ ଉପାୟ ଆପଣାଉଛନ୍ତି। କିନ୍ତୁ ଅଧିକ ସମୟ ଜିମର ବ୍ୟାୟାମ କରିବା ଫଳରେ ଅନେକ ସମସ୍ୟା ଦେଖା ଦେଉଛି। ତେବେ ଏପରି କିଛି ପ୍ରାକୃତିକ ଉପାୟ ରହିଛି ଯଦ୍ଵାରା ଆପଣ ଜିମ ନ ଯାଇ ମଧ୍ୟ ନିଜ ଓଜନ ହ୍ରାସ କରିପାରିବେ।

– ଆପଣ ଜିମ ନ ଯାଇ ୧-୨ ଘଣ୍ଟା ଘର ପୋଛନ୍ତୁ। ଏପରି କରିବା ଫଳରେ ଆପଣଙ୍କର କ୍ୟାଲୋରୀ ନଷ୍ଟ ହୋଇଥାଏ।

– ନିଜ ପୋଷାକ ପତ୍ର ନିଜେ ଧୁଅନ୍ତୁ। ସେ ସବୁ ଶୁଖିବା ପରେ ଇସ୍ତ୍ରୀ ଦେଇ ରଖନ୍ତୁ। ଏହା କାନକୁ ଶୁଣିବାକୁ ସହଜ ଲାଗୁଥିଲେ ମଧ୍ୟ ଶରୀରରୁ କିଛି କ୍ୟାଲୋରୀ ନଷ୍ଟ ହୋଇଥାଏ।

weight lose by gardening– ଓଜନ ହ୍ରାସ କରିବା ପାଇଁ ଆପଣ ଘରର ବଗିଚାରେ ପ୍ରତିଦିନ ସକାଳୁ ୧ ଘଣ୍ଟା ଏବଂ ଅପରାହ୍ନରେ ୨ ଘଣ୍ଟା କାମ କରିପାରିବେ।

– ଓଜନ କମେଇବା ପାଇଁ ଆପଣ ଘରର ଓ୍ଵାଶରୁମ ସଫା କରିପାରିବେ।

– ନିଜ ଓଜନରେ ନିୟନ୍ତ୍ରଣ ରଖିବା ପାଇଁ ଘରର ଜିନିଷ ପତ୍ର ସଫା କରନ୍ତୁ।

– ସକାଳର ସୂର୍ଯ୍ୟ କିରଣ ଶରୀରରୁ ଚର୍ବି କ୍ଷୟ ପ୍ରକ୍ରିୟାକୁ ତ୍ୱରିତ କରିଥାଏ। ତେଣୁ ପ୍ରତିଦିନ କିଛି ସମୟ ଖରାରେ ବୁଲାବୁଲି କରନ୍ତୁ।

– ପ୍ରତିଦିନ ସକାଳୁ ଅଧଘଣ୍ଟା ମର୍ଣିଂ ଓ୍ଵାକିଙ୍ଗ କରନ୍ତୁ। ଯାହା ଫଳରେ ଶରୀରର ଅନାବଶ୍ୟକ ଚର୍ବି ନଷ୍ଟ ହୋଇଥାଏ।

morning wake up– ଅଧିକ ସମୟ କିମ୍ବା ୮ ଘଣ୍ଟାରୁ ବେଶି ସମୟ ଶୋଇବା ଫଳରେ ଶରୀରରେ କର୍ଟିସୋଲ ହରମୋନ ତିଆରି ହୋଇଥାଏ। ଯାହାକି ଶରୀରରେ ଚର୍ବି ଜମା କରିଥାଏ। ତେଣୁ ରାତିରେ ଶୀଘ୍ର ଶୋଇ ସକାଳେ ଶୀଘ୍ର ଉଠିବା ପାଇଁ ଚେଷ୍ଟା କରନ୍ତୁ।

– ସକାଳୁ ଉଠିବା ପରେ ୨ରୁ ୩ ଗ୍ଲାସ ପାଣି ପିଅନ୍ତୁ। ଯାହା ଫଳରେ ଶରୀରରୁ ବିଷାକ୍ତ ପଦାର୍ଥ ବାହାରି ଯାଇଥାଏ।

– ସକାଳ ସମୟରେ ପେଟ ସମ୍ପୂର୍ଣ୍ଣ ଖାଲି ଥାଏ। ପିଜା ବର୍ଗର ଏବଂ ସ୍ନାକ ଖାଇବା ଫଳରେ ସେସବୁ ଚର୍ବିରେ ରୂପାନ୍ତରିତ ହୋଇ ଓଜନ ବୃଦ୍ଧି କରିଥାଏ। ତେଣୁ ସକାଳ ଖାଇବାରେ ପ୍ରୋଟିନ ଏବଂ କାର୍ବୋହାଇଡ୍ରେଟ୍ସ ଖାଦ୍ୟ ଖାଆନ୍ତୁ।