ଅନେକ ଲୋକ ଜିମରେ ୱାର୍କଆଉଟରେ ଏପରି କିଛି ଭୁଲ୍ କରନ୍ତି ଯାହାଦ୍ୱାରା ଓଜନ କମିନଥାଏ। ଯଦି ଆପଣ ପ୍ରତିଦିନ ଗୋଟିଏ ପ୍ରକାର ୱାର୍କଆଉଟ୍ କରିବେ ତା’ ହେଲେ କିଛି ସୁଫଳ ମିଳିବ ନାହିଁ। ତା’ ବଦଳରେ ଟ୍ରେଡ୍ ମିଲରେ ପୂରା ଦୌଡ଼ନ୍ତୁ, ଭାରୀ ଡମ୍ବଲ ଉଠାନ୍ତୁ, ଡିପ୍ ଲଗାନ୍ତୁ।

gaining weight after workout

ୱାର୍କଆଉଟ୍ ସମୟରେ ପ୍ରଚୁର ପାଣି ପିଅନ୍ତୁ, ଏହା ଶରୀରର ଚର୍ବିକୁ ଶକ୍ତିରେ ପରିଣତ କରିବ ଏବଂ ଭୋକ ମଧ୍ୟ ଅଧିକ ଲାଗିବ ନାହିଁ। ସାଧାରଣତଃ ଜିମ୍‌ରେ ବ୍ୟାୟାମ କରିବା ପରେ ଭୋକ ଅଧିକ ହୋଇଥାଏ। ଏପରିସ୍ଥଳେ ଲୋକମାନେ ମନଇଚ୍ଛା ଖାଦ୍ୟ ଖାଇଥାନ୍ତି। ତେଣୁ ଓଜନ କମିନଥାଏ।

orange juice

ସେହିପରି ଜିମ୍‌ରୁ ଫେରି ଅନେକ ଜୁସ୍ ଏବଂ ପ୍ରୋଟିନ୍ ସେକ୍ ପିଇଥାନ୍ତି। ଏହି ଦୁଇଟି ଜିନିଷ ଓଜନକୁ କମାଇବା ଦିଗରେ ବାଧକ ସାଜେ। ଓଜନ କମାଇବା ପାଇଁ ଖାଲି ଜିମ୍ ଗଲେ ହେବ ନାହିଁ। ଜୀବନଶୖଳୀରେ ବି ପରିବର୍ତ୍ତନ ଜରୁରୀ।

food healthy lunch

ଜିମ୍ ଯିବା ସତ୍ତ୍ୱେ ବହୁ ଲୋକ ବିଳମ୍ବିତ ରାତିରେ ଗରିଷ୍ଠ ଖାଦ୍ୟ ଖାଇଥାନ୍ତି। ଯାହାକି ସହଜରେ ହଜମ ହୁଏନାହିଁ, ଏବଂ ଦେହରେ ଚର୍ବି ମଧ୍ୟ ଲାଗିଥାଏ। ପ୍ରତିଦିନ କେତେ କ୍ୟାଲୋରୀର ଖାଦ୍ୟ ଖାଉଛନ୍ତି ସେଥିପ୍ରତି ଦୃଷ୍ଟି ଦିଅନ୍ତୁ। ଧୀରେ ଧୀରେ ଅଧିକ କ୍ୟାଲୋରୀଯୁକ୍ତ ଖାଦ୍ୟ ଖାଇବାର ଅଭ୍ୟାସକୁ ଛାଡ଼ନ୍ତୁ।