ଦାନ୍ତ ଜନିତ ସମସ୍ୟା ପାଇଁ ଅନେକ କାରଣ ଦାୟୀ ହୋଇଥାଏ। ତେବେ ଜାଣନ୍ତୁ ସେହି କାରଣ ବାବଦରେ।

teeth

ଅଧିକ ପଢ଼ନ୍ତୁ: କିପରି ନେବେ ଛୋଟ ପିଲାଙ୍କ ଦାନ୍ତର ଯତ୍ନ?

ଜଣେ ବ୍ୟକ୍ତି ସୁନ୍ଦର ଦେଖାଯିବା ପଛରେ ଦାନ୍ତର ଭୂମିକା ରହିଛି। ସୁନ୍ଦର ଦାନ୍ତ ମୁହଁକୁ ଅଧିକ ଆକର୍ଷଣୀୟ କରିଥାଏ। କିନ୍ତୁ ବେଳେ ବେଳେ ଛୋଟ ଛୋଟ ଭୁଲ ଦାନ୍ତ ଜନିତ ସମସ୍ୟାର କାରଣ ପାଲଟି ଥାଏ। ଦାନ୍ତ ସଫା କରିବାଠାରୁ ଆରମ୍ଭ କରି ଦାନ୍ତ ଯତ୍ନ ନେବା ପର୍ଯ୍ୟନ୍ତ ଆମେ ନେଉଥିବା ଛୋଟ ପଦକ୍ଷେପ ଆମ ପାଇଁ ବିପଦ ସୃଷ୍ଟି କରିପାରେ।

ଭଲ ଭାବେ ଦାନ୍ତ ନ ଘଷିବା ଫଳରେ ଦାନ୍ତ ମୂଳରେ ମଇଳା ଜମି ଅନେକ ସମସ୍ୟା ଦେଇଥାଏ।

ରାତିରେ ଖାଇ ସାରିବା ପରେ ଦାନ୍ତ ନ ଘଷିବା ଯୋଗୁଁ ଖାଦ୍ୟ ପଦାର୍ଥ ରାତି ସାରା ଦାନ୍ତରେ ଲାଗି ରହି ଦାନ୍ତ ନଷ୍ଟ କରିଦିଅନ୍ତି।

ଖାଇ ସାରିବା ପରେ ଦାନ୍ତରୁ ଖାଦ୍ୟର ଅଂଶ ବାହାର କରାଯାଉଥିବା କାଠି ପରେ ବିପଦ ସୃଷ୍ଟି କରିପାରେ।

ଅଧିକ ମିଠା ଜାତୀୟ ଖାଦ୍ୟ, ଚକୋଲେଟ ଏବଂ ଅଠାଳିଆ ଖାଦ୍ୟ ଦାନ୍ତରେ ଅଧିକ ସମୟ ଲାଗି ରହି ଦାନ୍ତ କ୍ୟାଭିଟି ହୋଇଥାଏ।

brush your teeth before bed

ଅଧିକ ପଢ଼ନ୍ତୁ: ଦାନ୍ତ ମାଢ଼ିରୁ ରକ୍ତ ବାହାରୁଛି କି? ଜାଣନ୍ତୁ ଏହାର ଚିକିତ୍ସା

ଭୁଲ ଟୁଥପେଷ୍ଟରେ ଘଷିବା ଯୋଗୁଁ ଦାନ୍ତ କଳା ଦେଖାଯାଇଥାଏ।

ପାଠ ପଢ଼ିବା ସମୟରେ ଦାନ୍ତରେ ପେନ କିମ୍ବା ପେନସିଲ ଚୋବାଇବା ଯୋଗୁଁ ଦାନ୍ତ ମୂଳ ଢ଼ିଲା ହୋଇଯାଏ।

ଅଧିକ ଥଣ୍ଡା କିମ୍ବା ଗରମ ଖାଦ୍ୟ ବା ବରଫ ଦାନ୍ତ ଜନିତ ସମସ୍ୟାର କାରଣ ହୋଇଥାଏ।

ଅନେକ ବ୍ୟକ୍ତି ଶୋଇବା ସମୟରେ ଉପର ଦାନ୍ତ ଏବଂ ତଳ ଦାନ୍ତ ରଗଡ଼ି ଥାଆନ୍ତି। ଯାହା ଫଳରେ ଟିଥ ଏନାମେଲ ହେବାର ଆଶଙ୍କା ରହିଛି।

ଅଧିକ ଦିନ ପର୍ଯ୍ୟନ୍ତ ଗୋଟିଏ ଟୁଥ ବ୍ରଶ ବ୍ୟବହାର କରିବା ଫଳରେ ଦାନ୍ତ ମୂଳରେ ବ୍ୟାକ୍ଟେରିଆ ସଂକ୍ରମଣ କରିବାର ଆଶଙ୍କା ରହିଥାଏ।

କିପରି ନେବେ ଦାନ୍ତର ଯତ୍ନ?

ଦାନ୍ତ ଉପରକୁ ସଫା ଦେଖାଯାଉଥିଲେ ମଧ୍ୟ ଭଲ ଭାବେ ପରିଷ୍କାର ହୋଇନଥାଏ। ତେଣୁ ପ୍ରତ୍ୟେକ ଦିନ ଦୁଇଥର ଭଲ ଭାବେ ଦାନ୍ତ ଘଷନ୍ତୁ।

ଅତିକମରେ ୨ ମିନିଟ ପାଇଁ ଦାନ୍ତ ଘଷନ୍ତୁ। ପ୍ରତି ପାଖ ୩୦ ସେକେଣ୍ଡ ପାଇଁ ଭଲ ଭାବେ ବ୍ରଶ କରନ୍ତୁ।

ଦାନ୍ତ ମଝିରେ କୌଣସି ସୂତା କିମ୍ବା କାଠି ପୁରାନ୍ତୁ ନାହିଁ।

ଦାନ୍ତରେ ଧାରୁଆ ସୂତା କିମ୍ବା ଅନ୍ୟାନ୍ୟ ଜିନିଷ କାଟନ୍ତୁ ନାହିଁ।

ଦାନ୍ତରେ କୌଣସି ପ୍ୟାକେଟ କିମ୍ବା ରବର ଚିରନ୍ତୁ ନାହିଁ।

ଫ୍ଲୋରାଇଡ ଯୁକ୍ତ ପେଷ୍ଟ ବ୍ୟବହାର କରନ୍ତୁ।

teeth

ଅଧିକ ପଢ଼ନ୍ତୁ: ହଳଦିଆ ଦାନ୍ତରୁ ମୁକ୍ତି ପାଇଁ ଆପଣାନ୍ତୁ ଏହି ଘରୋଇ ଉପାୟ

କୌଣସି ମିଠା ଜାତୀୟ ଖାଦ୍ୟ ଖାଇବା ପରେ ଦାନ୍ତ ଘଷନ୍ତୁ।

ପ୍ରତି ତିନି ମାସରେ ଥରେ ନିଜ ଟୁଥ ବ୍ରଶ ବଦଳାନ୍ତୁ। ସଫ୍ଟ ଏବଂ ଭଲ ଟୁଥ ବ୍ରଶ ବ୍ୟବହାର କରନ୍ତୁ।

ଦାନ୍ତ ମୂଳରେ ବାରମ୍ବାର ଟୁଥ ପିକ ପୁରାନ୍ତୁ ନାହିଁ।

ରାତିରେ ଶୋଇବା ପୂର୍ବରୁ ଦାନ୍ତ ଘଷି ଶୁଅନ୍ତୁ।

ରାତିରେ ଶୋଇବା ସମୟରେ ମାଉଥ ଗାର୍ଡ ବ୍ୟବହାର କରନ୍ତୁ।