ମହିଳାମାନଙ୍କ ପିସିଓଏସ ସମସ୍ୟା ସାଧାରଣ ସମସ୍ୟା ଭାବେ ଗଣତି ହେଉଛି। ତେବେ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ଖାଦ୍ୟପେୟ।

High Fiber Food

ଅଧିକ ପଢ଼ନ୍ତୁ: କିପରି କରିବେ ପିସିଓଡି ସମସ୍ୟାର ଚିକିତ୍ସା?

ପିସିଓଏସ ସମସ୍ୟାରେ ଶିକାର ହୋଇଥିବା ମହିଳାମାନଙ୍କର ଗର୍ଭଧାରଣ କରିବାଠାରୁ ଆରମ୍ଭ କରି ମଧୁମେହ ପର୍ଯ୍ୟନ୍ତ ଅନେକ ସମସ୍ୟା ଦେଖାଦେଇଥାଏ। ଶରୀରରେ ହରମୋନ ଅସନ୍ତୁଳନ ଏବଂ ଇନସୁଲିନ ଅଭାବ ଯୋଗୁଁ ସେମାନେ ଦୁର୍ବଳ ହୋଇପଡ଼ନ୍ତି। ତେଣୁ ଶରୀରକୁ ସୁସ୍ଥ ରଖିବା ପାଇଁ ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦେବା ଆବଶ୍ୟକ। ପିସିଓଏସରେ ଶିକାର ହୋଇଥିବା ମହିଳାମାନଙ୍କ ଓଜନ ନିୟନ୍ତ୍ରଣ ରଖିବାରେ ଏବଂ ଇନସୁଲିନ ବୃଦ୍ଧି କରିବାରେ କିଛି ଖାଦ୍ୟ ସାହାଯ୍ୟ କରିଥାଏ।

କେଉଁ ଖାଦ୍ୟ ଖାଇବା ଉଚିତ?

ଏପରି କିଛି ଖାଦ୍ୟ ରହିଛି ଯାହା ପିସିଓଏସ ଜନିତ ଲକ୍ଷଣରୁ ଉପଶମ ଦେଇଥାଏ।

କମ ଗ୍ଲାଇସେମିକଯୁକ୍ତ ଖାଦ୍ୟ

କମ ଗ୍ଲାଇସେମିକଯୁକ୍ତ ଖାଦ୍ୟ ଖାଇବା ଦ୍ବାରା ଇନସୁଲିନ ସ୍ତର ଠିକ ରହିଥାଏ। ପିସିଓଏସରେ ଆକ୍ରାନ୍ତ ମହିଳାମାନେ ଫଳ, ବାଦାମ, ଷ୍ଟ୍ରାଚି ଫୁଡ, ଭାତ ଏବଂ ଲୋ କାର୍ବୋହାଇଡ୍ରେଟ୍ସ ଖାଦ୍ୟ ଖାଇପାରିବେ।

ଆଣ୍ଟି ଇନଫ୍ଲାମେଟୋରୀ ଖାଦ୍ୟ

ବେରୀ, ଫ୍ୟାଟି ଫିସ, ଓଲିଭ ଓଏଲ ଭଳି ଆଣ୍ଟି ଇନଫ୍ଲାମେଟୋରୀ ଖାଦ୍ୟ ପିସିଓଏସ ଜନିତ ଥକ୍କାପଣକୁ ଦୂର କରିଥାଏ।

food

ଅଧିକ ପଢ଼ନ୍ତୁ: ମହିଳାମାନଙ୍କ ପିସିଓଏସ ସମସ୍ୟା କ’ଣ? ଜାଣନ୍ତୁ ଏହାର କାରଣ

ଡ୍ୟାସ ଡାଏଟ

ଡ୍ୟାସ ଡାଏଟ କହିଲେ ଡାଏଟାରି ଆପ୍ରୋଚେସ ଟୁ ଷ୍ଟପ ହାଇପରଟେନସନ ବୁଝାଏ। ଏହି ଖାଦ୍ୟ ଖାଇବା ଦ୍ବାରା ହୃଦ ଜନିତ ସମସ୍ୟା ହେବାର ଆଶଙ୍କା କମ ଥାଏ। ଏହା ପିସିଓଏସ ସମସ୍ୟାରୁ ଆରାମ ଦେଇଥାଏ। ମାଛ, ମାଂସ, ପନିପରିବା ଏବଂ ଫଳମୂଳ ଭଳି ଡ୍ୟାସ ଡାଏଟ ଖାଇବା ଫଳରେ ପିସିଓଏସ ଲକ୍ଷଣ ଜନିତ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ।

ଏହା ବ୍ୟତୀତ ଅନ୍ୟ ଖାଦ୍ୟ ଯେପରିକି ଅକାଣ୍ଡିଆ ଚାଉଳ ଭଳି ରିଫାଇନ ହୋଇନଥିବା ଖାଦ୍ୟ, ଉଚ୍ଚ ଫାଇବର ଜାତୀୟ ଖାଦ୍ୟ, ଟୁନା ମାଛ, ବ୍ରୋକୋଲି, ବାଦାମ, ହଳଦୀ, ଆଭକାଡୋ, ନଡ଼ିଆ ତେଲ ଆଦି ଖାଦ୍ୟରେ ସାମିଲ କରିପାରିବେ।

କେଉଁ ଖାଦ୍ୟ ଖାଇବା ଉଚିତ ନୁହେଁ?

ପେଷ୍ଟ୍ରି ଏବଂ ଧଳା ପାଉଁରୁଟି ଭଳି ଲୋ କାର୍ବୋହାଇଡ୍ରେଟ୍ସ ଖାଦ୍ୟ ଖାଇବା ଉଚିତ ନୁହେଁ।

ଛଣାଛଣି ଏବଂ ଜଙ୍କ ଫୁଡ ଖାଆନ୍ତୁ ନାହିଁ।

ଏନର୍ଜି ଡ୍ରିଙ୍କ ଏବଂ ସୋଢା ପିଇବା ଉଚିତ ନୁହେଁ।

ଅଧିକ ମଟନ କିମ୍ବା ରେଡ ମିଟ ଖାଆନ୍ତୁ ନାହିଁ।

weight lose

ଅଧିକ ପଢ଼ନ୍ତୁ: ମହିଳାମାନଙ୍କୁ କାହିଁକି ହୋଇଥାଏ ଓଭାରିଆନ କ୍ୟାନ୍ସର?

ଅନ୍ୟାନ୍ୟ ଜୀବନଶୈଳୀ

ନିଜର ଓଜନରେ ନିୟନ୍ତ୍ରଣ ରଖନ୍ତୁ।

ଶରୀରରେ ଇନସୁଲିନ ବୃଦ୍ଧି ପାଇଁ ଚେଷ୍ଟା କରନ୍ତୁ।

କୋଲେଷ୍ଟ୍ରୋଲ ସ୍ତର କମ କରିବା ପାଇଁ ଚେଷ୍ଟା କରନ୍ତୁ।