ସ୍ତନ କର୍କଟ ଭଳି ଓଭାରିଆନ କ୍ୟାନ୍ସର ମହିଳାମାନଙ୍କ ପାଇଁ ବିପଦ ସୃଷ୍ଟି କରିଥାଏ।

menstruation of women

ଅଧିକ ପଢ଼ନ୍ତୁ: କାହିଁକି ହୋଇଥାଏ ଗର୍ଭାଶୟ ଟ୍ୟୁମର? ଜାଣନ୍ତୁ ଏହାର ଚିକିତ୍ସା

ଅନେକ ସମୟରେ ଶରୀରରେ ସୃଷ୍ଟି ହୋଇଥିବା ରୋଗ ବାବଦରେ ଆମେ ଜାଣିପାରୁନଥାଉ। ସେହିପରି ମହିଳାମାନଙ୍କ ଓଭାରିଆନ କ୍ୟାନ୍ସର ବାବଦରେ ପ୍ରଥମରୁ କିଛି ଜଣାପଡ଼େ ନାହିଁ। ମହିଳାମାନଙ୍କ ଓଭାରିରେ ହୋଇଥିବା ଟ୍ୟୁମରର ସଠିକ ଚିକିତ୍ସା ନ ଗଲେ ତାହା ଓଭରିଆନ କ୍ୟାନ୍ସରର ରୂପ ନେଇଥାଏ।

ଓଭାରିଆନ କ୍ୟାନ୍ସରର କାରଣ

ସ୍ତନ କର୍କଟ ଭଳି ଓଭାରିଆନ କ୍ୟାନ୍ସର ହେଉଛି ବଂଶାନୁକ୍ରମିକ। ପରିବାରର କୌଣସି ସଦସ୍ତଙ୍କୁ ଏହି ରୋଗ ହୋଇଥିଲେ ଆପଣଙ୍କୁ ଏହା ହେବାର ଆଶଙ୍କା ଅଧିକ ରହିଥାଏ।

ବଂଶଗତ ଓଭାରିଆନ କ୍ୟାନ୍ସର ରୋଗରେ ଲିଞ୍ଚ ଟାଇପ୧ ଏବଂ ଲିଞ୍ଚ ଟାଇପ ୨ ଜିନ ଥାଏ। ଏହା ଛଡ଼ା ଯେଉଁ ମହିଳାମାନଙ୍କ ବିଆରସିଏ ଜିନ ଥାଏ ସେମାନଙ୍କର ଓଭାରିଆନ କ୍ୟାନ୍ସର ହେବାର ଆଶଙ୍କା ଥାଏ।

ପ୍ରତି ମାସରେ ଋତୁସ୍ରାବ ସହ ଓଭ୍ୟୁଲେସନ ହେଲେ ଓଭାରିର ଉପର ଅଂଶରେ କ୍ଷତ ସୃଷ୍ଟି ହୋଇଥାଏ ଏବଂ କ୍ୟାନ୍ସର ସେଲ ସୃଷ୍ଟି ହୋଇଥାଏ।

ଅତ୍ୟଧିକ କଫି, ମଦ୍ୟପାନ ଏବଂ ଧୂମ୍ରପାନ ଓଭାରିଆନ କ୍ୟାନ୍ସରର କାରଣ ହୋଇଥାଏ।

ଅଧିକ ଛଣାଛଣି ଏବଂ ଜଙ୍କ ଫୁଡ ଖାଇବା ଯୋଗୁଁ ଏହି କ୍ୟାନ୍ସର ମଧ୍ୟ ହୋଇଥାଏ।

ମହିଳାମାନେ ବ୍ୟବହାର କରୁଥିବା ପ୍ରସାଧନ ସାମଗ୍ରୀ ଏବଂ ଉତ୍କଟ ରଙ୍ଗ ମଧ୍ୟ ଓଭାରିଆନ କ୍ୟାନ୍ସରର କାରଣ ହୋଇଥାଏ।

କେଉଁ ବୟସର ମହିଳାମାନଙ୍କୁ ହୋଇଥାଏ ଓଭାରିଆନ କ୍ୟାନ୍ସର?

ଏହି ରୋଗ ଯେକୌଣସି ବୟସର ମହିଳାମାନଙ୍କ ନିକଟରେ ଦେଖିବାକୁ ମିଳିଥାଏ। ତେବେ ବୟସ୍କା ମହିଳାଙ୍କ ନିକଟରେ ଅଧିକ ଦେଖିବାକୁ ମିଳିଥାଏ। ବନ୍ଧ୍ୟା ଦୋଷ ଥିବା ମହିଳାମାନେ ଏହି ରୋଗରେ ଅଧିକ ଶିକାର ହୋଇଥାନ୍ତି।

PARP Inhibitor Approvals Offer Ovarian Cancer Patients New Hope | Clearity  Foundation

ଅଧିକ ପଢ଼ନ୍ତୁ: କାହିଁକି ହୋଇଥାଏ ସ୍ତନ ସଂକ୍ରମଣ? ଜାଣନ୍ତୁ ଏହାର ଲକ୍ଷଣ ଏବଂ ଚିକିତ୍ସା

ଓଭାରିଆନ କ୍ୟାନ୍ସରର ଲକ୍ଷଣ

ପ୍ରଥମ ପର୍ଯ୍ୟାୟରେ ଏହି ରୋଗର କୌଣସି ଲକ୍ଷଣ ଦେଖିବାକୁ ମିଳେ ନାହିଁ।

ପେଟ ସାମାନ୍ୟ ଫୁଲି ଯାଏ।

ବଦହଜମି ଏବଂ ଅଜୀର୍ଣ୍ଣ ହୋଇଥାଏ।

ଖାଇବାକୁ ଇଚ୍ଛା ହୁଏ ନାହିଁ।

ପେଟ ଯନ୍ତ୍ରଣା ହୋଇଥାଏ।

ତଳି ପେଟରେ କଷ୍ଟ ହୋଇଥାଏ।

ଓଜନରେ ପରିବର୍ତ୍ତନ ଆସିଥାଏ।

ଛାତିରେ ଯନ୍ତ୍ରଣା ହେବା ସହ କଷ୍ଟ ହୋଇଥାଏ।

ମାସିକ ଋତୁସ୍ରାବରେ ଅନିୟମିତତା ଦେଖାଦେଇଥାଏ।

ovarian cancer

ଅଧିକ ପଢ଼ନ୍ତୁ: କେମିତି ଚିହ୍ନିବା ସ୍ତନ କର୍କଟ? ଜାଣନ୍ତୁ ଡାକ୍ତର କ’ଣ କହୁଛନ୍ତି

କିପରି ଓଭାରିଆନ କ୍ୟାନ୍ସରକୁ ଚିହ୍ନଟ କରାଯାଇଥାଏ?

ଓଭାରିଆନ କ୍ୟାନ୍ସର ଚିହ୍ନଟ କରିବା ପାଇଁ ବିଭିନ୍ନ ପରୀକ୍ଷା କରାଯାଇଥାଏ। କ୍ୟାନ୍ସରର ସ୍ଥିତି ଦେଖି ଅପରେସନ କରାଯାଇଥାଏ। ଅଲ୍ଟ୍ରାସାଉଣ୍ଡ, ସ୍କାନିଂ, ଛାତିରେ ଏକ୍ସ ରେ, ଡି ଏଣ୍ଡ ସି ପରୀକ୍ଷା ଦ୍ଵାରା କ୍ୟାନ୍ସର କେଉଁ ଅଙ୍ଗକୁ ପ୍ରଭାବିତ କରିଛି ଜଣାପଡ଼ିଥାଏ। ରକ୍ତରେ ଟ୍ୟୁମର ମାର୍କର ପରୀକ୍ଷା ଦ୍ଵାରା ଏହି କ୍ୟାନ୍ସର ବାବଦରେ ଜଣାପଡ଼ିଥାଏ। ଏମ ଆର ଆଇ ଏବଂ ସିଟିସ୍କାନ ମଧ୍ୟ କରାଯାଇ ରୋଗ ଚିହ୍ନଟ ହୋଇଥାଏ।

ଚିକିତ୍ସା

ଓଭାରିଆନ କ୍ୟାନ୍ସରରେ ଅପରେସନ କରି ଓଭାରିକୁ କାଢ଼ି ଦିଆଯାଇଥାଏ। ରୋଗୀକୁ ଇଷ୍ଟ୍ରୋଜେନ ଏବଂ ପ୍ରୋଜେଷ୍ଟିରନ ମିଶ୍ରିତ ଔଷଧ ଖାଇବାକୁ ପରାମର୍ଶ ଦିଆଯାଇଥାଏ।