ପ୍ରାଥମିକ ଅବସ୍ଥାରେ ପିସିଓଡିର ଚିକିତ୍ସା ନ କରାଗଲେ ଭବିଷ୍ୟତରେ ହାର୍ଟ, ଡାଏବେଟିସ ଭଳି ରୋଗ ହେବାର ଆଶଙ୍କା ରହିଛି।

ଅଧିକ ପଢ଼ନ୍ତୁ: ମହିଳାମାନଙ୍କ ପିସିଓଏସ ସମସ୍ୟା କ’ଣ? ଜାଣନ୍ତୁ ଏହାର କାରଣ

ଆଜିକାଲି ସବୁ ବୟସର ମହିଳାମାନଙ୍କଠାରେ ପିସିଓଡି ସମସ୍ୟା ଦେଖିବାକୁ ମିଳୁଛି। ଏହା ମହିଳାମାନଙ୍କର ସାଧାରଣ ରୋଗ ଭାବେ ଗଣନା ମଧ୍ୟ ହେଉଛି। ପିସିଓଡି ସମସ୍ୟାରେ ଶିକାର ହେଉଥିବା ମହିଳାମାନଙ୍କର ଋତୁସ୍ରାବରେ ଅନିୟମିତତା ଦେଖାଯିବା ସହ ଓଜନରେ ମଧ୍ୟ ନିୟନ୍ତ୍ରଣ ରହେ ନାହିଁ।

ପିସିଓଡି କ’ଣ?

ପିସିଓଡି ଏକ ହରମୋନ ଜନିତ ଅସନ୍ତୁଳନ ଯାହା ଦ୍ବାରା ଗର୍ଭାଶୟର ଭିନ୍ନ ଭିନ୍ନ ସ୍ଥାନରେ ସିଷ୍ଟ ସୃଷ୍ଟି ହୋଇଥାଏ। ଅଣ୍ଡକୋଷ ବା ଓଭାରିରେ ଛୋଟ ଛୋଟ ଗୋଲାକାର ମାଂସ ପିଣ୍ଡୁଳା ଦେଖାଯାଇଥାଏ।
ପିସିଓଡିକୁ ପଲି ସିଷ୍ଟିକ ଓଭାରିଆନ ଡିଜିଜ ବୋଲି କୁହାଯାଇଥାଏ।

ପିସିଓଡିର ଲକ୍ଷଣ

ଋତୁସ୍ରାବରେ ଅନିୟମିତତା

ବିଳମ୍ବରେ ଋତୁସ୍ରାବ ହେବା

ମାସ ମାସ ଧରି ଋତୁସ୍ରାବ ଲାଗିରହିବା

ଓଜନ ବୃଦ୍ଧି ହେବା

ମୁହଁରେ ଅଧିକ ବ୍ରଣ ହେବା

ମୁହଁରେ ଅନାବଶ୍ୟକ କେଶ ଉଠିବା

ଶରୀରର ବିଭିନ୍ନ ସ୍ଥାନରେ କେଶ ଉଠିବା

ଗର୍ଭଧାରଣରେ ବିଳମ୍ବ ହେବା

Gynecologist in Bellandur and Sarjapur Road - PCOD/PCOS

ଅଧିକ ପଢ଼ନ୍ତୁ: ମହିଳାମାନଙ୍କୁ କାହିଁକି ହୋଇଥାଏ ଓଭାରିଆନ କ୍ୟାନ୍ସର?

ପିସିଓଡିର ଚିହ୍ନଟ

ଅଲ୍ଟ୍ରାସାଉଣ୍ଡ ପରୀକ୍ଷା

ରକ୍ତ ପରୀକ୍ଷା

ହରମୋନ ପରୀକ୍ଷା

ପିସିଓଡି ରୋଗର ଚିକିତ୍ସା

ପିସିଓଡି ବାବଦରେ ଜାଣିବା ପରେ ଡାକ୍ତର ଔଷଧ ଦେଇଥାନ୍ତି। ଔଷଧ ଖାଇବା ଫଳରେ ହରମୋନ ସନ୍ତୁଳନ ରହିବା ସହ ପିରିୟଡ଼ରେ କୌଣସି ସମସ୍ୟା ଦେଖାଦେଇନଥାଏ। ଏହି ରୋଗରେ କାରଣ ଜାଣି ରୋଗୀର ଚିକିତ୍ସା କରା ଯାଇଥାଏ। ପ୍ରାଥମିକ ଅବସ୍ଥାରେ ଚିକିତ୍ସା କରାଗଲେ ଭବିଷ୍ୟତରେ ଉଚ୍ଚ ରକ୍ତଚାପ, କୋଲେଷ୍ଟ୍ରୋଲ, ଏବଂ ହୃତପିଣ୍ଡ ଜନିତ ସମସ୍ୟା ହେବାର ଆଶଙ୍କା କମ ଥାଏ।

ପ୍ରତିକାର

ଖାଦ୍ୟପେୟ ଉପରେ ଧ୍ୟାନ ଦିଅନ୍ତୁ।

ପ୍ରତିଦିନ କିଛି ସମୟ ବ୍ୟାୟାମ କରନ୍ତୁ।

ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

ଅଧିକ ପଢ଼ନ୍ତୁ: କାହିଁକି ହୋଇଥାଏ ଗର୍ଭାଶୟ ଟ୍ୟୁମର? ଜାଣନ୍ତୁ ଏହାର ଚିକିତ୍ସା