ମହିଳାମାନଙ୍କ ପିସିଓଏସ ସମସ୍ୟା ସେମାନଙ୍କ ଗର୍ଭଧାରଣରେ ଅସୁବିଧା ସୃଷ୍ଟି କରିଥାଏ। ଏହା ଯୋଗୁଁ ସେମାନେ ଡାଏବେଟିସରେ ମଧ୍ୟ ଶିକାର ହେବାର ଆଶଙ୍କା ରହିଛି।

menstruation of women

ଅଧିକ ପଢ଼ନ୍ତୁ: ମହିଳାମାନଙ୍କୁ କାହିଁକି ହୋଇଥାଏ ଓଭାରିଆନ କ୍ୟାନ୍ସର?

ଆଜିକାଲି ଅନିୟନ୍ତ୍ରିତ ଜୀବନଶୈଳୀ ଯୋଗୁଁ ଅନେକ ସମସ୍ୟା ଦେଖାଦେଉଛି। ବିଶେଷ କରି ମହିଳାମାନଙ୍କ ନିକଟରେ ଅଧିକ ସମସ୍ୟା ଦେଖିବାକୁ ମିଳୁଛି। ମହିଳାମାନଙ୍କ ପିସିଓଏସ ସମସ୍ୟା ଏସବୁ ମଧ୍ୟରୁ ଗୋଟିଏ ବଡ଼ ସମସ୍ୟା।

ପିସିଓଏସ କ’ଣ? ( What is PCOS in odia)

ପିସିଓଏସ କହିଲେ ପଲି ସିଷ୍ଟିକ ଓଭାରିଆନ ସିଣ୍ଡ୍ରୋମକୁ ବୁଝାଇଥାଏ। ମହିଳାମାନଙ୍କ ଓଭାରି ବା ଅଣ୍ଡକୋଷରେ ଏକାଧିକ ସିଷ୍ଟ ହୋଇଯାଇଥାଏ। ଏହି ସିଷ୍ଟ ଗୋଲାକାର ମାଂସ ପିଣ୍ଡୁଳା ଏବଂ ଏଥିରେ ତରଳ ପଦାର୍ଥ ଭରି ରହିଥାଏ।

ପିସିଓଏସର ଲକ୍ଷଣ (Sympotoms of PCOS in odia)

ଋତୁସ୍ରାବରେ ଅନିୟମିତତା

ଓଜନ ବୃଦ୍ଧି

ମୁହଁ, ହାତରେ ଅନାବଶ୍ୟକ କେଶ ଉଠିବା

ମୁହଁରେ ବ୍ରଣ ବାହାରିବା

ଧୀରେ ଧୀରେ ସୌନ୍ଦର୍ଯ୍ୟ ହ୍ରାସ ପାଇବା

ଚର୍ମ କଳା ପଡ଼ିଯାଇଥାଏ

ବେକରେ ଏବଂ କାଖରେ କଳା ଦାଗ ଦେଖାଯାଏ

ଋତୁସ୍ରାବ ସମୟରେ କମ ରକ୍ତପାତ ହେବା

ବିଳମ୍ବରେ ଋତୁସ୍ରାବ ହେବା

The Ultimate Guide to Polycystic Ovary Syndrome | UEARS

ଅଧିକ ପଢ଼ନ୍ତୁ: ସ୍ତ୍ରୀ ବନ୍ଧ୍ୟାତ୍ୱ ଦୋଷର କାରଣ କ’ଣ?

ପିସିଓଏସର କାରଣ (Causes of PCOS in odia)

ଜୀବନଶୈଳୀରେ ପରିବର୍ତ୍ତନ

ଓଜନ ବୃଦ୍ଧି

ଅତ୍ୟଧିକ ଜଙ୍କ ଫୁଡ ଏବଂ ବାହାର ଖାଦ୍ୟ ଖାଇବା

ଶାରୀରିକ ପରିଶ୍ରମ ନ କରିବା

ଶରୀରରେ ହରମୋନର ଅସନ୍ତୁଳନ

ଇନସୁଲିନର ପରିବର୍ତ୍ତନ

Combination of omega-3 and vitamin D may benefit PCOS patients: Iranian RCT

କେଉଁମାନଙ୍କ ପାଖରେ ପିସିଓଏସ ଅଧିକ ହେବାର ଆଶଙ୍କା ରହିଛି? ( who is in high risk of PCOS in odia)

ପିସିଓଏସ ହେଉଛି ବଂଶାନୁକ୍ରମିକ। ଯଦି ପରିବାରର କୌଣସି ମହିଳା ସଦସ୍ୟଙ୍କୁ ଏହି ସମସ୍ୟା ହୋଇଥାଏ ତେବେ ଆପଣଙ୍କୁ ହେବାର ଆଶଙ୍କା ରହିଛି।

ଅଧିକ ଓଜନ ଥିବା ମହିଳା କିମ୍ବା ମେଦ ବହୁଳତାରେ ଶିକାର ମହିଳାଙ୍କ ନିକଟରେ ଏହି ସମସ୍ୟା ଦେଖାଯାଇଥାଏ।

ଶାରୀରିକ ପରିଶ୍ରମ କରୁନଥିବା ମହିଳାମାନଙ୍କୁ ପିସିଓଏସ ହୋଇଥାଏ।

କିପରି ଚିହ୍ନଟ କରିବା ପିସିଓଏସ ସମସ୍ୟା? (How to dignosed the PCOS problem in odia)

ପିସିଓଏସ ଜାଣିବା ପାଇଁ କେତୋଟି ହରମୋନ ପରୀକ୍ଷା କରାଯାଇଥାଏ। ସିରମ ଲ୍ୟୁଟିନାଇଜିଙ୍ଗ ହରମୋନ, ଟେଷ୍ଟୋଷ୍ଟିରନ, ପୋଲାକ୍ଟିନ ହରମୋନ, ଥାଇରଏଡ ହରମୋନ ପରୀକ୍ଷା କରାଯାଏ। ଏହି ସମସ୍ୟା ଚିହ୍ନଟ ପାଇଁ ସୁଗାର ଏବଂ ଲିପିଡ ପ୍ରୋଫାଇଲ ଟେଷ୍ଟ ମଧ୍ୟ କରାଯାଇଥାଏ। ଏହା ବ୍ୟତୀତ ପେଟର ତଳ ପାଖରେ ଅଲ୍ଟ୍ରାସାଉଣ୍ଡ ପେଲଭିକ କରାଯାଇ ଓଭାରିର ସିଷ୍ଟ ଗଣନା କରାଯାଇଥାଏ।

ପିସିଓଏସର ଜଟିଳତା (Complication of PCOS in odia)

ପିସିଓଏସ ସମସ୍ୟାରେ ପୀଡ଼ିତ ମହିଳାମାନଙ୍କ ଗର୍ଭଧାରଣରେ ଅସୁବିଧା ଦେଖାଦେଇଥାଏ।

ଏହା ବନ୍ଧ୍ୟାଦୋଷର ମଧ୍ୟ କାରଣ ହୋଇଥାଏ।

ଡାଏବେଟିସ ହେବାର ଆଶଙ୍କା ଥାଏ।

କୋଲେଷ୍ଟ୍ରୋଲ ଏବଂ ଥାଇରଏଡ ସମସ୍ୟା ଦେଖାଦେଇଥାଏ।

Is PCOS Preventable? – Health Essentials from Cleveland Clinic

ଅଧିକ ପଢ଼ନ୍ତୁ: ମହିଳା ବନ୍ଧ୍ୟାକରଣ କେତେ ମାତ୍ରାରେ ସୁରକ୍ଷିତ? ଜାଣନ୍ତୁ

ପିସିଓଏସର ଚିକିତ୍ସା (Treatment of PCOS in odia)

ପିସିଓଏସର ପ୍ରକୃତ କାରଣ ବାବଦରେ ଜାଣି ଡାକ୍ତର ଔଷଧ ଦେଇଥାନ୍ତି। ଋତୁସ୍ରାବରେ ଅନିୟମିତତା ଦେଖାଦେଉଥିଲେ ହରମୋନ ମେଡିସିନ ଖାଇବାକୁ ଦିଆଯାଇଥାଏ।

ଅନାବଶ୍ୟକ କେଶ ଉଠୁଥିଲେ କସମେଟିକ ଚିକିତ୍ସା କରାଯାଇଥାଏ।

ଓଜନ ଅଧିକ ଥିଲେ କମ କରିବା ପାଇଁ ଔଷଧ ଖାଇବାକୁ ଡାକ୍ତର ପରାମର୍ଶ ଦେଇଥାନ୍ତି।

ପ୍ରତିକାର (Prevention of PCOS in odia)

ଖାଦ୍ୟପେୟ ଉପରେ ଧ୍ୟାନ ଦିଅନ୍ତୁ।

ଜୀବନଶୈଳୀ ନିୟନ୍ତ୍ରଣ ରଖନ୍ତୁ।

ଓଜନ ହ୍ରାସ କରିବାକୁ ଚେଷ୍ଟା କରନ୍ତୁ।

ଛଣାଛଣି ଏବଂ ଜଙ୍କ ଫୁଡ ଖାଆନ୍ତୁ ନାହିଁ।

ପନିପରିବା ଏବଂ ଫଳମୂଳ ଖାଆନ୍ତୁ।

ଭାତ ଏବଂ ମିଠାଜାତୀୟ ଖାଦ୍ୟଠାରୁ ଦୂରରେ ରହନ୍ତୁ।

ପ୍ରତିଦିନ ବ୍ୟାୟାମ କରନ୍ତୁ।

ଏହି ସମସ୍ୟା ଥିଲେ ଡାକ୍ତରଙ୍କଠାରୁ ପରାମର୍ଶ ନିଅନ୍ତୁ।