ମେନୋପୋଜ ବା ପିରିୟଡ଼ସ ବନ୍ଦ ହେବା ପରେ ମହିଳାମାନେ ନିଜ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତି ନାହିଁ। ଏହା ଫଳରେ ଓଜନ ବଢ଼ିବା ସହ ଅନେକ ସମସ୍ୟା ଦେଖାଦେଇଥାଏ।

menopause

ଅଧିକ ପଢ଼ନ୍ତୁ: ମେନୋପଜ ପରେ ଓଜନ ହ୍ରାସ କରିବେ କେମିତି?

ଏକ ନିର୍ଦ୍ଦିଷ୍ଟ ବୟସ ପରେ ମହିଳାମାନଙ୍କର ଗର୍ଭାଶୟରେ ଇଷ୍ଟ୍ରୋଜେନ ଏବଂ ଲାକ୍ଟୋଜେନ ପ୍ରସ୍ତୁତି ହେବା ବନ୍ଦ ହୋଇଯାଏ। ଏହାକୁ ମେନୋପୋଜ କୁହାଯାଏ। ସାଧାରଣତଃ ଏହି ସ୍ଥିତି ୪୨-୫୨ ବୟସ ମଧ୍ୟରେ ଦେଖାଯାଇଥାଏ।

ମେନୋପୋଜ ହେବାର ପୂର୍ବ ଲକ୍ଷଣ

ମାସିକ ଋତୁସ୍ରାବରେ ଅନିୟମିତତା

ଶରୀର ଗରମ ଲାଗିବା

ଝାଳ ବାହାରିବା

କାମ କରିବାକୁ ଇଚ୍ଛା ହୁଏ ନାହିଁ

ମାନସିକ ପରିବର୍ତ୍ତନ ହୋଇଥାଏ

ବ୍ୟବହାରରେ ପରିବର୍ତ୍ତନ ଦେଖାଯାଇଥାଏ।

ଓଜନରେ ନିୟନ୍ତ୍ରଣ ରହେ ନାହିଁ

ରାତିରେ ଭଲ ଭାବେ ନିଦ ହୁଏ ନାହିଁ

ଅଧିକ ପଢ଼ନ୍ତୁ: ଜାଣନ୍ତୁ, ମହିଳାମାନଙ୍କ ଋତୁସ୍ରାବର ପ୍ରକାର ଭେଦ ବାବଦରେ

ଚିକିତ୍ସା

ଅଧିକାଂଶ ମହିଳାମାନଙ୍କ ମେନୋପୋଜ ହୋଇସାରିବା ପରେ ମଧ୍ୟ ଲକ୍ଷଣ ଜନିତ ସମସ୍ୟା ଦେଖାଦେଇଥାଏ। ତେଣୁ ଏହାର ଚିକିତ୍ସା ପାଇଁ ସିଲେକ୍ଟିଭ ଇଷ୍ଟ୍ରୋଜେନ ରିସେପ୍ଟର ମଡୁଲେଟର ଏବଂ ଭର୍ମୀଲକ୍ସିଭିନ ଭଳି ଔଷଧ ମହିଲମାନଙ୍କୁ ଦିଆଯାଇଥାଏ। ଏହି ଔଷଧଗୁଡ଼ିକ ହାଡ଼ର ଡେନସିଟି ରକ୍ଷା କରିବା ସହ ମେନୋପୋଜର ଲକ୍ଷଣ କମ କରିଥାଏ।

ପ୍ରାଥମିକ ଅବସ୍ଥାରେ ମେନୋପୋଜ ଲକ୍ଷଣ ବନ୍ଦ ନ ହେଲେ ହରମୋନ ରିପ୍ଲେସମେଣ୍ଟ ଥେରାପି କରାଯାଇଥାଏ। ଏହି ଥେରାପି ସାହାଯ୍ୟରେ ଶରୀରରେ ଇଷ୍ଟ୍ରୋଜେନ ପ୍ରବେଶ କରାଯାଇଥାଏ। କିନ୍ତୁ ମେନୋପୋଜ ପରେ ଇଷ୍ଟ୍ରୋଜେନ ନେବା ଫଳରେ କେତେକ ପାର୍ଶ୍ୱପ୍ରତିକ୍ରିୟା ଦେଖାଦେଇଥାଏ। ୟୁଟ୍ରେସରୁ ରକ୍ତପାତ ହେବା ସହ ପୂର୍ଵ ଭଳି ଅନିୟମିତତା ଋତୁସ୍ରାବ ଦେଖାଦେଇଥାଏ। ଖାଲି ସେତିକି ନୁହେଁ କ୍ୟାନ୍ସର ହେବାର ମଧ୍ୟ ଆଶଙ୍କା ରହିଛି।

menopause

ଅଧିକ ପଢ଼ନ୍ତୁ: ବୟସ୍କା ମହିଳାମାନେ କିପରି ନେବେ ନିଜ ସ୍ୱାସ୍ଥ୍ୟର ଯତ୍ନ, ଜାଣନ୍ତୁ

ମେନୋପୋଜ ପରେ କିପରି ନେବେ ନିଜ ଯତ୍ନ?

ମହିଳାମାନଙ୍କ ଶରୀରରେ ଥିବା ଇଷ୍ଟ୍ରୋଜେନ ହରମୋନ ହାଡ଼ରେ ଥିବା କ୍ୟାଲସିୟମ ମଧ୍ୟରେ ସନ୍ତୁଳନ ରକ୍ଷା କରିଥାଏ। ମାତ୍ର ମେନୋପୋଜ ଯୋଗୁଁ ଇଷ୍ଟ୍ରୋଜେନର ମାତ୍ରା କମିଯିବା ଯୋଗୁଁ ହାଡ଼ ପାଇଁ କ୍ୟାଲସିୟମ ବଟିକା ଖାଇବା ଆବଶ୍ୟକ। ଭିଟାମିନଯୁକ୍ତ ଖାଦ୍ୟ ଖାଇବା ଫଳରେ ମେନୋପୋଜ ଜନିତ ଲକ୍ଷଣ କିମ୍ବା ସମସ୍ୟା ଦୂର ହୋଇଥାଏ।

ବିଭିନ୍ନ କାମରେ ନିଜକୁ ନିୟୋଜିତ ରଖନ୍ତୁ।

ଥଣ୍ଡା ପାନୀୟ ପିଅନ୍ତୁ।

ନିୟମିତ ବ୍ୟାୟାମ କରନ୍ତୁ। ଅତି କମରେ ଅଧା ଘଣ୍ଟା ଚାଲିପାରିବେ। ନହେଲେ ୨୦ ମିନିଟ ଧରି ଜଗିଂ କରନ୍ତୁ।

ଅଧିକ କ୍ୟାଲୋରୀଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ।

ମାନସିକ ଚାପକୁ ନିଅନ୍ତୁ ନାହିଁ।

ପର୍ଯ୍ୟାପ୍ତ ପରିମାଣରେ ଶୁଅନ୍ତୁ।

ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ।