ବୟସ ଅଧିକ ହୋଇଗଲେ ଶରୀରରେ ଅନେକ ରୋଗ ଏବଂ ସମସ୍ୟା ଦେଖା ଦେଇଥାଏ। ଏପରି ସ୍ଥଳେ ବୟସ୍କା ମହିଳାମାନେ ନିଜ ସ୍ୱାସ୍ଥ୍ୟର ଯତ୍ନ କିପରି ନେବେ ଜାଣନ୍ତୁ।

women

ଅଧିକ ପଢ଼ନ୍ତୁ: କାହିଁକି ହୋଇଥାଏ ସ୍ତନ ସଂକ୍ରମଣ? ଜାଣନ୍ତୁ ଏହାର ଲକ୍ଷଣ ଏବଂ ଚିକିତ୍ସା

ଅଧିକ ବୟସ ହୋଇଗଲେ ମହିଳାମାନଙ୍କ ନିକଟରେ ଅନେକ ଶାରୀରିକ ଏବଂ ମାନସିକ ସମ୍ଭନ୍ଧୀୟ ସମସ୍ୟା ଦେଖାଦେଇଥାଏ। ଆର୍ଥ୍ରାରାଇଟିସ, ଉଚ୍ଚ ରକ୍ତଚାପ, ଅଷ୍ଟ୍ରିଓପରୋସିସ ଭଳି ଗୁରୁତର ରୋଗ ସେମାନଙ୍କୁ ଆକ୍ରାନ୍ତ କରିଥାଏ। ତେବେ ଅଧିକ ବୟସରେ ମହିଳାମାନେ ନିଜ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ।

ଆପଣ ଶାରୀରିକ କିମ୍ବା ମାନସିକ ଭାବେ ଯେତେ ବି ସୁସ୍ଥ ରହିଲେ ମଧ୍ୟ ପ୍ରତି ୬ ମାସକୁ ଥରେ ଡାକ୍ତରୀ ପରୀକ୍ଷା କରିବା ଜରୁରୀ।

ଉପଯୁକ୍ତ ଖାଦ୍ୟ ଖାଆନ୍ତୁ

ଅଧିକ ବୟସରେ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ଆବଶ୍ୟକ। କିନ୍ତୁ ମନେ ରଖନ୍ତୁ ଏହି ଖାଦ୍ୟ କମ କ୍ୟାଲୋରୀଯୁକ୍ତ ହୋଇଥାଏ ଉଚିତ।

ସବୁଜ ପନିପରିବା ଏବଂ ଫଳ ସବୁବେଳେ ଖାଇବା ଦରକାର। ଏଥିରୁ ଉପଯୁକ୍ତ ଭିଟାମିନ ସହ ଶରୀରକୁ ଶକ୍ତି ମିଳିଥାଏ।

women

ଉଚ୍ଚ ଫାଇବରଯୁକ୍ତ ଖାଦ୍ୟ ଶରୀରର ହାଡ଼ ଏବଂ ମାଂସପେଶୀକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ତେଣୁ ଅଧିକ ବୟସର ମହିଳାମାନେ ବ୍ରେଡ, ଭାତ, ପାସ୍ତା, କ୍ଷୀର ଖାଇବା ଉଚିତ।

ସପ୍ତାହକୁ ଦୁଇ ଥର ସାଲମନ ଏବଂ ଟୁନା ଭଳି ମାଛ ଖାଆନ୍ତୁ।

ଦିନର ଦୁଇ ଥର କ୍ୟାଲସିୟମ ଏବଂ ଭିଟାମିନ ଡିଯୁକ୍ତ ଖାଦ୍ୟ ଖାଆନ୍ତୁ। ଏହା ଫଳରେ ଆପଣଙ୍କ ହାଡ଼ ଶକ୍ତ ଏବଂ ମଜଭୁତ ରହିଥାଏ।

ଖାଦ୍ୟ ପ୍ରସ୍ତୁତ କରିବା ସମୟରେ ଅଲିଭ ଏବଂ କାନୋଲା ତେଲ ବ୍ୟବହାର କରନ୍ତୁ। ବୟସ ଅଧିକ ହୋଇଗଲେ ଖାଦ୍ୟ ହଜମ ପ୍ରକ୍ରିୟାରେ ଅସୁବିଧା ଦେଖାଦେଇଥାଏ। ତେଣୁ ଏହି ସମୟରେ ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦେବାର ଆବଶ୍ୟକ ରହିଛି।

ସ୍କ୍ରିନିଂ କରାନ୍ତୁ

ସ୍କ୍ରିନିଂ ଟେଷ୍ଟ କରିବା ଫଳରେ ଶାରୀରିକ ଏବଂ ମାନସିକ ସମସ୍ୟା ବାବଦରେ ଜଣାପଡ଼ିଥାଏ। ରୋଗ ବାବଦରେ ଜାଣି ଚିକିତ୍ସା କରାଇବା ସମ୍ଭବ ହୋଇଥାଏ। ତେଣୁ ଅଧିକ ବୟସ ମହିଳାମାନେ ବିଭିନ୍ନ ସ୍କ୍ରିନିଂ କରାଇନେବା ଉଚିତ।

ଯଦି ଆପଣଙ୍କ ପରିବାର କୌଣସି ସଦସ୍ୟ ମଧୁମେହରେ ଆକ୍ରାନ୍ତ ହୋଇଥାନ୍ତି କିମ୍ବା ଆପଣ ଉଚ୍ଚ ରକ୍ତଚାପରେ ଶିକାର ଅଛନ୍ତି ତେବେ ଥରେ ଯାଇ ସ୍କ୍ରିନିଂ କରାଇ ନିଅନ୍ତୁ।

ଶରୀରର କୋଲେଷ୍ଟ୍ରୋଲ ସ୍ତର ଠିକ ଅଛି କି ନାହିଁ ଜାଣିବା ପାଇଁ ଡାକ୍ତରଙ୍କ ପରାମର୍ଶରେ ସ୍କ୍ରିନିଂ ଟେଷ୍ଟ କରନ୍ତୁ।

women

ଅଧିକ ପଢ଼ନ୍ତୁ: ଜାଣନ୍ତୁ, ମହିଳାମାନଙ୍କଠାରେ ଦେଖାଯାଉଥିବା ୫ଟି ସାଧାରଣ ସମସ୍ୟା

ପ୍ରତି ତିନି ମାସକୁ କିମ୍ବା ସୁବିଧା ଅନୁସାରେ ରକ୍ତ ଚାପ ପରୀକ୍ଷା କରନ୍ତୁ।

ବୟସ ଅଧିକ ହେଲେ ଅନେକ କଥା ମନେ ରହେ ନାହିଁ। ଏପରିକି ନିଜ ଘର ଏବଂ ସମ୍ପର୍କୀୟଙ୍କୁ ମଧ୍ୟ ଜାଣିପାରନ୍ତି ନାହିଁ। ତେଣୁ ନିଜର ମାନସିକ ସ୍ଥିତି ବାବଦରେ ଜାଣିବା ପାଇଁ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

ବର୍ଷକୁ ଥରେ ଆଖି ଏବଂ କାନ ପରୀକ୍ଷା କରନ୍ତୁ। ବୟସ ଅଧିକ ହୋଇଗଲେ ଦୃଷ୍ଟି ଶକ୍ତି ଏବଂ ଶ୍ରବଣ ଶକ୍ତି ଉପରେ ପ୍ରଭାବ ପଡ଼ିଥାଏ। ତେଣୁ ଯେତେ ଶୀଘ୍ର ସମ୍ଭବ ଡାକ୍ତରଙ୍କ ପରାମର୍ଶରେ ଔଷଧ ସେବନ କରନ୍ତୁ।

ବୟସ ଅଧିକ ହୋଇଗଲେ ମହିଳାମାନଙ୍କ ଦାନ୍ତ ଜନିତ ସମସ୍ୟା ଦେଖାଦେଇଥାଏ। ତେଣୁ ପ୍ରତି ଏକ ବର୍ଷ ବ୍ୟବଧାନରେ ନିଜ ଦାନ୍ତ ପରୀକ୍ଷା କରାଇନେବା ଉଚିତ।

ନିଶା ସେବନଠାରୁ ଦୂରରେ ରହନ୍ତୁ

ବୟସ୍କା ମହିଳାମାନଙ୍କ ଶାରୀରିକ ପ୍ରକ୍ରିୟାରେ ବିଶେଷ ତ୍ୱରିତ ହୋଇନଥାଏ। ଏପରି ସ୍ଥଳେ ନିଶା ସେବନ କରିବା ଫଳରେ ଶରୀର ଦୁର୍ବଳ ହୋଇପଡ଼େ ଏବଂ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ହ୍ରାସ ପାଇଥାଏ।

water

ଅଧିକ ପଢ଼ନ୍ତୁ: ବିବାହ ପରେ ମହିଳାମାନଙ୍କ ଓଜନ ବଢ଼େ କାହିଁକି?

ପ୍ରଚୁର ମାତ୍ରାରେ ପାଣି ପିଅନ୍ତୁ

ପାଣି ଆମ ଶରୀରର ବିଷାକ୍ତ ପଦାର୍ଥ ବାହାରକୁ ବାହାର କରିଦେବାରେ ସାହାଯ୍ୟ କରିଥାଏ। ତେଣୁ ପ୍ରତିଦିନ ଶରୀରକୁ ଆବଶ୍ୟକୀୟ ଅନୁ ପାଣି ପିଅନ୍ତୁ।

ବ୍ୟାୟାମ ଏବଂ ଯୋଗ କରନ୍ତୁ

ବୟସ ଯେତେ ଅଧିକ ହେଉ ନା କାହିଁକି ନିୟମିତ ଏକ୍ସରସାଇଜ ଶରୀରକୁ ସୁସ୍ଥ ରଖିଥାଏ। ଉପଯୁକ୍ତ ଖାଦ୍ୟ ସହ ବ୍ୟାୟାମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ଏକ୍ସରସାଇଜ କରିବା ଫଳରେ କେବଳ ଶରୀର ନୁହେଁ ମାନସିକ ସ୍ୱାସ୍ଥ୍ୟ ମଧ୍ୟ ସୁସ୍ଥ ରହିଥାଏ।