ମହିଳାମାନଙ୍କର ଋତୁସ୍ରାବ ହେବା ସ୍ୱାଭାବିକ ବିଷୟ। ତେବେ ଆସନ୍ତୁ ଜାଣିବା ଏହା ବାବଦରେ ଅଧିକ କଥା।

ଅଧିକ ପଢ଼ନ୍ତୁ: ବୟସ୍କା ମହିଳାମାନେ କିପରି ନେବେ ନିଜ ସ୍ୱାସ୍ଥ୍ୟର ଯତ୍ନ, ଜାଣନ୍ତୁ

ମହିଳାମାନଙ୍କ ଋତୁସ୍ରାବ ହେବା ସାଧାରଣ ବିଷୟ। କିନ୍ତୁ ଆପଣ ଜାଣିଛନ୍ତି କି ଏହି ସମସ୍ୟାର ମଧ୍ୟ ପ୍ରକାର ଭେଦ ରହିଛି। ତେବେ ଜାଣନ୍ତୁ ମହିଳାମାନଙ୍କ ନିକଟରେ ଋତୁସ୍ରାବ ଜନିତ କେଉଁ ଭଳି ସମସ୍ୟା ଦେଖାଦେଇଥାଏ।

ଡିସମେନୋରିଆ ବା ଯନ୍ତ୍ରଣାଯୁକ୍ତ ଋତୁସ୍ରାବ(Painful menstruation in Odia)

ଡିସମେନେରିଆ ବା ଯନ୍ତ୍ରଣାଯୁକ୍ତ ଋତୁସ୍ରାବ ସମୟରେ ମହିଳାମାନଙ୍କୁ ଏଭଳି ଯନ୍ତ୍ରଣା ହୋଇଥାଏ ଯେ ସେମାନେ ଦୈନନ୍ଦିନର କାମ କରିପାରନ୍ତି ନାହିଁ। ଏହା ଦୁଇ ପ୍ରକାରର ହୋଇଥାଏ, ପ୍ରାଇମେରୀ ଏବଂ ସେକେଣ୍ଡାରୀ।

ପ୍ରାଇମେରୀ ଡିସମେନୋରିଆ(Primary dysmenorrhea in odia)

ଏଥିରେ କୌଣସି ପ୍ରକାର ପେଟ ଜନିତ ସମସ୍ୟା ହୁଏନାହିଁ। ଋତୁସ୍ରାବ ହେବାର ଏକ ବା ଦୁଇଦିନ ପୂର୍ବରୁ ପେଟ ପ୍ରବଳ ଦରଜ ହୋଇଥାଏ। ଏକ ବା ଦୁଇଦିନ ଧରି ଏହା ରହିଥାଏ। ସାଧାରଣତଃ ସନ୍ତାନପ୍ରସବ ପରେ ଏହି ସମସ୍ୟା ହୁଏ ନାହିଁ।

ଅଧିକ ପଢ଼ନ୍ତୁ: କାହିଁକି ହୋଇଥାଏ ସ୍ତନ ସଂକ୍ରମଣ? ଜାଣନ୍ତୁ ଏହାର ଲକ୍ଷଣ ଏବଂ ଚିକିତ୍ସା

ସେକେଣ୍ଡାରୀ ଡିସମେନୋରିଆ(Secondary dysmenorrhea in odia)

ପେଲଭିକ ଇନଫେକସନ, ୟୁଟେରାଇନ ଫାଇବ୍ରଏଡ କିମ୍ବା କପର-ଟି ଯୋଗୁଁ ଏହି ସମସ୍ୟା ହୋଇଥାଏ। ୩୦ ବର୍ଷୀୟ ମହିଳାଙ୍କ ନିକଟରେ ଏହା ଅଧିକ ଦେଖାଯାଏ। ଏହାର ଚିକିତ୍ସା ମଧ୍ୟ ସମ୍ଭବପର।

ଆମେନୋରିୟା ବା ପିରିଏଡସ ନ ହେବା(Amenorrhea in odia)

ପିରିୟଡସ ବା ଋତୁସ୍ରାବ ନ ହେବା ବିଭିନ୍ନ କାରଣରୁ ହୋଇଥାଏ। କିଛି ଝିଅଙ୍କର ନିର୍ଦ୍ଦିଷ୍ଟ ବୟସ ହେବା ସତ୍ତ୍ୱେ ପିରିୟଡସ ହୁଏନାହିଁ। ଆଉ କିଛି ଜଣଙ୍କର ଋତୁସ୍ରାବ ଆରମ୍ଭ ହୋଇ ବନ୍ଦ ହୋଇଥାଏ। ଏହାର ୩ଟି ଭିନ୍ନ ଭିନ୍ନ ସ୍ୱରୂପ ରହିଛି।

କ୍ରିପ୍ଟୋମେନୋରିଆ(Cryptomenorrhea in odia)

ଯେଉଁ ଝିଅମାନଙ୍କର ଋତୁସ୍ରାବ ଆରମ୍ଭ ହୋଇନଥାଏ, ସେମାନଙ୍କୁ ଏହି ସମସ୍ୟା ହୋଇଥାଏ। ଏଥିରେ ପ୍ରତି ମାସରେ ଝିଅର ଆନ୍ତରିକ ରକ୍ତସ୍ରାବ ତ ହୋଇଥାଏ, କିନ୍ତୁ କିଛି କାରଣ ଯୋଗୁଁ ତାହା ଯୌନାଙ୍ଗ ମାଧ୍ୟମରେ ବାହାରକୁ ଆସିପାରେ ନାହିଁ।

ଅଧିକ ପଢ଼ନ୍ତୁ: ଋତୁସ୍ରାବରେ ଅନିୟମିତତା କାହିଁକି ହୁଏ?

ପ୍ରାଇମେରୀ ଆମେନୋରିଆ(Primary amenorrhea in odia)

ପ୍ରାୟ ସବୁ ଝିଅଙ୍କର ୧୫ ବର୍ଷ ହେବା ମଧ୍ୟରେ ଋତୁସ୍ରାବ ହୋଇଯାଏ। କିନ୍ତୁ ଯଦି ଏହି ବୟସ ପରେ ମଧ୍ୟ ଝିଅର ଋତୁସ୍ରାବ ହୁଏନାହିଁ, ତା’ହେଲେ ଏହା ଚିନ୍ତାଜନକ। ଥାଇରଏଡ, କ୍ରୋମୋଜୋମରେ ଅସାମନ୍ୟତା ବା ଅନ୍ୟ କିଛି ସମସ୍ୟା ଯୋଗୁଁ ତାର ଯୌନାଙ୍ଗ ଅବିକଶିତ ରହିଯିବା ଦ୍ୱାରା ମଧ୍ୟ ଋତୁସ୍ରାବ ହୋଇପାରିନଥାଏ।

ସେକେଣ୍ଡାରୀ ଆମେନୋରିଆ(Secondary amenorrhea in odia)

ଛଅ ମାସ ଧରି ଋତୁସ୍ରାବ ନ ହେବା ସ୍ଥିତିକୁ ସେକେଣ୍ଡାରୀ ଆମେନୋରିଆ କୁହାଯାଏ। ପଲିସିଷ୍ଟିକ୍ ଓଭାରିଆନ୍ ଡିଜିଜ୍‌, ଓଭାରିରେ ଟ୍ୟୁମର ହେବା, ମାନସିକ ଚାପ, ହାଇପୋଥାଇରଏଡିଜିମ୍‌, କୁପୋଷଣ, ମଧୁମେହ ଇତ୍ୟାଦି ଏହାର କାରଣ ହୋଇପାରେ।