ଏକ ନିର୍ଦ୍ଦିଷ୍ଟ ବୟସ ପରେ ମହିଳାମାନଙ୍କର ଗର୍ଭାଶୟରେ ଏଷ୍ଟ୍ରୋଜେନ୍ ଏବଂ ଲାକ୍ଟୋଜେନ ପ୍ରସ୍ତୁତି ହେବା ବନ୍ଦ ହୋଇଯାଏ। ଏପରି ସ୍ଥିତିରେ ମହିଳାମାନେ ନିଜର ବଢୁଥିବା ଓଜନକୁ ନେଇ ଚିନ୍ତିତ ହୋଇଥାନ୍ତି। ତେବେ ସ୍ୱାସ୍ଥ୍ୟ ପ୍ରତି ସାମାନ୍ୟ ସଚେତନ ହେଲେ ଆପଣ ଏହି ସମସ୍ୟାରୁ ରକ୍ଷା ପାଇପାରିବେ।

fit after 40_menopause

ସକାଳୁ ମର୍ଣ୍ଣିଂୱାକ୍‌ର ଅଭ୍ୟାସ କରନ୍ତୁ। ଅତି କମ୍‌ରେ ଅଧା ଘଣ୍ଟା ଚାଲିପାରିବେ। ନହେଲେ ୨୦ ମିନିଟ ଧରି ଜଗିଂ କରନ୍ତୁ। ବୟସ ସହିତ ମାଂସପେଶୀ ମଧ୍ୟ ଦୁର୍ବଳ ହୋଇଯାଇଥାଏ। ଏପରିସ୍ଥଳେ ମାଂସପେଶୀର ଶକ୍ତି ଯେପରି ବୃଦ୍ଧି ହେବ ସେଥିଲାଗି ଷ୍ଟ୍ରେନଥ ଟ୍ରେନିଂ ନିଅନ୍ତୁ। ଏହି ସବୁ ବ୍ୟାୟାମ କରିବା ଦ୍ୱାରା ଅଧିକ କ୍ୟାଲୋରୀ ମଧ୍ୟ ଖର୍ଚ୍ଚ ହେବ ଯାହାକି ଆପଣଙ୍କ ଓଜନକୁ ବଢ଼ିବାକୁ ଦେବନାହିଁ।

fruit juice for heath

ଅଧିକ କ୍ୟାଲୋରୀଯୁକ୍ତ ଖାଦ୍ୟକୁ ଯଥାସମ୍ଭବ ଏଡ଼ାଇ ଯାଆନ୍ତୁ। ଋତୁକାଳୀନ ଫଳ, ବାୟାମ, ସୋୟା, ସବୁଜ ପନିପରିବାରେ କ୍ୟାଲୋରୀର ପରିମାଣ କମ ଥାଏ। ଏସବୁ ଖାଇବାର ଆଉ ଏକ ଉପକାରିତା ମଧ୍ୟ ରହିଛି। ତା’ ହେଲେ ଏଥିରେ ପ୍ରୋଟିନର ପରିମାଣର ଅଧିକ ରହୁଥିବାରୁ ମାଂସପେଶୀ ଦୃଢ଼ ହୁଏ।

tension

ବୟସର ଏହି ପର୍ଯ୍ୟାୟରେ ମାନସିକ ଚାପ ଲୋକମାନଙ୍କ ପାଇଁ ଘାତକ ହୋଇଥାଏ। ମାନସିକ ଚାପ ଯୋଗୁ ଶରୀରରେ କୋର୍ଟିସଲ ହରମୋନ ବଢ଼ିଥାଏ ଯାହାକି ପରୋକ୍ଷରେ ଓଜନବୃଦ୍ଧିର କାରଣ ପାଲଟେ। ତେଣୁ ମାନସିକ ଚାପକୁ ଯଥାସମ୍ଭବ ଏଡ଼ାଇ ଯାଆନ୍ତୁ।

sleep in day time

ପର୍ଯ୍ୟାପ୍ତ ପରିମାଣରେ ଶୁଅନ୍ତୁ। ଯୋଗ, ଧ୍ୟାନ ଏବଂ ନିଜକୁ ଭଲ ଲାଗୁଥିବା କାମ କରନ୍ତୁ। ଘରେ ଚାକରାଣୀ ନ ରଖି ଘର କାମ ନିଜେ କରିବାକୁ ଅଭ୍ୟାସ କରନ୍ତୁ। ପ୍ରଥମେ ଏଥିପାଇଁ ଟିକେ କଷ୍ଟ ହେବ, ପରେ କିନ୍ତୁ ଓଜନ କମିବାରେ ଏହା ମୁଖ୍ୟ ଭୂମିକା ଗ୍ରହଣ କରିବ। ଭୋକ ଲାଗିଲେ ହିଁ ଖାଆନ୍ତୁ। କ’ଣ ଖାଇବେ ସେ ନେଇ ଆବଶ୍ୟକସ୍ଥଳେ ଡାଏଟିସିଆନ୍‌ଙ୍କ ପରାମର୍ଶ ନେଇପାରିବେ।