ଡ୍ରାଏ ଫ୍ରୁଟ ଖାଇବା ଫଳରେ ଶରୀର ଏବଂ ମସ୍ତିଷ୍କ ସୁସ୍ଥ ରହିଥାଏ। ତେବେ ଜାଣନ୍ତୁ କେତେକ ଡ୍ରାଏ ଫ୍ରୁଟର ଉପକାରିତା ବାବଦରେ।

dryfruits

ଅଧିକ ପଢ଼ନ୍ତୁ: ଆଖିକୁ ସୁସ୍ଥ ରଖିଥାଏ ଏହି ୭ଟି ଖାଦ୍ୟ

ଆମେ ଦିନର ଯେ କୌଣସି ସମୟରେ ଡ୍ରାଏ ଫ୍ରୁଟ ଖାଇଥାଉ। ଡ୍ରାଏ ଫୁଡସ ଖାଇବା ଦ୍ୱାରା ଶରୀରରେ ଅଧିକ ଚର୍ବି ସୃଷ୍ଟି ହୋଇଥାଏ ବୋଲି ଅନେକ ଭାବନ୍ତି। କିନ୍ତୁ ଏହା ଠିକ ନୁହେଁ। ଆଜିକାଲି ଫିଟ ରହିବା ଏବଂ ଚର୍ବି କମ କରିବା ପାଇଁ ଲୋକମାନେ ଡ୍ରାଏ ଫ୍ରୁଟକୁ ଡାଏଟରେ ସାମିଲ କରୁଛନ୍ତି। ଏହି ଡ୍ରାଏ ଫ୍ରୁଟ ଶରୀରରେ ଏନର୍ଜି ଲେଭଲ ବା ଶକ୍ତି ସ୍ତର ବୃଦ୍ଧି କରିବା ସହିତ ରୋଗ ପ୍ରତିରୋଧ ଶକ୍ତିକୁ ବଢ଼ାଇଥାଏ। ଫଳରେ ଶରୀର ସୁସ୍ଥ ରହେ।

ମୋଟାପଣ କମାଇବାକୁ ଚାହୁଁଥିବା ବ୍ୟକ୍ତି ପ୍ରତିଦିନ ୱାର୍କଆଉଟ ସହ ୫ ପ୍ରକାର ଡ୍ରାଏ ଫ୍ରୁଟକୁ ସ୍ନାକସ କିମ୍ବା ବ୍ରେକଫାଷ୍ଟରେ ସାମିଲ କରିବା ଉଚିତ।

ଅଖରୋଟ

ଅଖରୋଟ ଖାଇବା ଦ୍ୱାରା ମସ୍ତିଷ୍କ ସହିତ ଶରୀରର କାର୍ଯ୍ୟଦକ୍ଷତା ବୃଦ୍ଧି ହୋଇଥାଏ। ଚର୍ବି କମାଇବା ସହିତ ଏହା ଶରୀରର ଦୁର୍ବଳତା ଦୂର କରିଥାଏ।

almond

ଅଧିକ ପଢ଼ନ୍ତୁ: ଜାଣନ୍ତୁ, ଶ୍ଵାସ ରୋଗୀଙ୍କ ପାଇଁ ସୁପର ଫୁଡ୍

ଆଲମଣ୍ଡ

ପ୍ରତିଦିନ ସକାଳ ବ୍ରେକଫାଷ୍ଟରେ ଆଲମଣ୍ଡ ସାମିଲ କରନ୍ତୁ। ଏଥିରେ ଥିବା ଭିଟାମିନ ଏ କୋଲେଷ୍ଟ୍ରୋଲ ସ୍ତରରେ ସନ୍ତୁଳନ ବଜାୟ ରଖିଥାଏ। ଆଲମଣ୍ଡରେ ଥିବା ମାଗ୍ନେସିୟମ ଏବଂ ପୋଟାସିୟମ ରକ୍ତଚାପ ଏବଂ ହାର୍ଟ ସମ୍ଭନ୍ଧୀୟ ସମସ୍ୟା ଦୂର କରିଥାଏ। ଏଥିରେ ଫଇବରର ମାତ୍ରା ଅଧିକ ଥିବାରୁ ବଡି ଫ୍ୟାଟ କମାଇବା ପାଇଁ ନିୟମିତ ଆଲମଣ୍ଡ ଖାଆନ୍ତୁ।

ବାଦାମ

ବାଦାମ ଖାଇବା ଫଳରେ ଅନେକ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟା ଦୂର ହୋଇଥାଏ। ତ୍ୱଚା ସମ୍ଭନ୍ଧୀୟ, ହଜମ, କୋଲେଷ୍ଟ୍ରଲ, ଡାଏବେଟିସ, ଦୁର୍ବଳ ଲାଗିବା ଓ ହାଡ଼ ସମସ୍ୟା ଦୂର କରିବା ପାଇଁ ପ୍ରତିଦିନ ମୁଠାଏ ବାଦାମ ଖାଆନ୍ତୁ। ଭଜା ବାଦାମ ଅପେକ୍ଷା କଞ୍ଚା କିମ୍ବା ସିଝା ବାଦାମ ଖାଇବା ଆହୁରି ଭଲ।

kismis

ଅଧିକ ପଢ଼ନ୍ତୁ: ସକାଳ ବ୍ୟାୟାମ ପରେ ଖାଆନ୍ତୁ ଏହି ୬ଟି ଖାଦ୍ୟ

କିସମିସ

କିସମିସରେ ଏଭଳି ଏକ ତତ୍ୱ ରହିଛି, ଯାହାକି ଶରୀରରେ ରକ୍ତର ଅଭାବ ଦୂର କରିବା ସହ ଚର୍ବି ହ୍ରାସ କରିଥାଏ। କିସମିସରେ ଥିବା ପ୍ରୋ ଭିଟାମିନ ଏ ଆଖିକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ଏଥିରେ ପ୍ରଚୁର ମାତ୍ରାରେ ପୋଟାସିୟମ ଏବଂ କ୍ୟାଲସିୟମ ରହିଛି ଯାହା ହାଡ଼କୁ ମଜଭୁତ କରିଥାଏ। କିସମିସରେ ଥିବା ଭିଟାମିନ ସି ତ୍ୱଚାକୁ ସୁସ୍ଥ ରଖିବା ସହ ମୁଖ କୁଞ୍ଚନ ସମସ୍ୟା ଦୂର କରିଥାଏ।

ଖଜୁରୀ

ଖଜୁରୀରେ ଅଧିକ କ୍ୟାଲୋରି ରହିଥିଲେ ମଧ୍ୟ ଫାଇବର ରହିଥାଏ। ଅଧିକ ଫାଇବର ଯୋଗୁଁ ଖାଦ୍ୟ ଶୀଘ୍ର ହଜମ ହୋଇଥାଏ। ଫଳରେ ଚର୍ବି ଜମା ହୋଇପାରେ ନାହିଁ। ତେଣୁ ଏହାକୁ ସ୍ନାକସ ଭାବେ ଖାଇବା ଦ୍ୱାରା ଶରୀରକୁ ଅନେକ ଉପକାର ମିଳିଥାଏ।