ତ୍ୱଚା ପାଇଁ ଅତ୍ୟନ୍ତ ଉପକାରୀ ହୋଇଥାଏ ଥଣ୍ଡା ପାଣି। ଆସନ୍ତୁ ଜାଣିବା ଥଣ୍ଡା ପାଣି ବ୍ୟବହାର କରି କିପରି ନିଜ ତ୍ୱଚାର ଯତ୍ନ ନେଇପାରିବେ।

face wash

ଅଧିକ ପଢ଼ନ୍ତୁ: ମୁହଁରେ ଛୋଟ ଚୁଟି ଉଠାଇବା ପାଇଁ ଆପଣାନ୍ତୁ ଏହି ୫ଟି ଉପାୟ

ପ୍ରାୟ ଝିଅ ନିଜ ସୁନ୍ଦରତାକୁ ନେଇ ବେଶ ସଚେତନ ଥାଆନ୍ତି। ସେଥିପାଇଁ ସମସ୍ତେ ଅଳ୍ପ ବହୁତ ନିଜ ତ୍ୱଚାର ଯତ୍ନ ମଧ୍ୟ ନେଇଥାନ୍ତି। ସୁନ୍ଦର ଦେଖାଯିବା ପାଇଁ ଦାମିକା ସ୍କିନ ପ୍ରଡକ୍ଟ ବ୍ୟବହାର କରନ୍ତି। କିନ୍ତୁ ଆପଣ ଚାହିଁଲେ ଦାମିକିଆ ପ୍ରଡକ୍ଟ ବଦଳରେ କମ ଖର୍ଚ୍ଚରେ ମଧ୍ୟ ନିଜ ତ୍ୱଚାର ଯତ୍ନ ନେଇପାରିବେ। ସବୁଦିନେ ବିୟୁଟି ପ୍ରଡକ୍ଟ ବଦଳରେ ଥଣ୍ଡା ପାଣି ବ୍ୟବହାର କରନ୍ତୁ।

ଥଣ୍ଡା ପାଣିରେ ମୁହଁ ଧୋଇବା ଦ୍ୱାରା ଆପଣଙ୍କ ତ୍ୱଚାରେ ରିଫ୍ରେସିଂ ଇଫେକ୍ଟ ପଡ଼ିଥାଏ। ଏହା ଆପଣଙ୍କ ସ୍କିନର ଟେକ୍ସଚରକୁ ବାଲାନ୍ସ କରିଥାଏ। ଯାହା ତ୍ୱଚାକୁ ପ୍ରାକୃତିକ ଚମକ ମଧ୍ୟ ଦେଇଥାଏ।

ସକାଳୁ ଶୋଇକି ଉଠିବା ପରେ ଚେହେରା ମୋଟା ତଥା ଫୁଲିଲା ଫୁଲିଲା ପରି ଦେଖାଯାଇଥାଏ। ଏ ସମୟରେ ଆପଣ ଥଣ୍ଡା ପାଣିରେ ମୁହଁ ଧୋଇବା ଦ୍ୱାରା ତ୍ୱଚା ପୂର୍ବପରି ଦେଖାଯାଇଥାଏ ।

ଦାମିକା ସପ୍ଲିମେଣ୍ଟସ୍ ଓ ପ୍ରଡକ୍ଟ ବ୍ୟବହାର କରିବା ବଦଳରେ ଆପଣ ଚେହେରାକୁ ଥଣ୍ଡା ପାଣିରେ ଧୋଇପାରିବେ।

ଏହା ଦ୍ୱାରା ଆପଣଙ୍କ ଚେହେରାରେ ଥିବା ଦାଗ ଧୀରେ ଧୀରେ ଦୂର ହୋଇଥାଏ।

Here are the benefits of washing your face with cold water | The Times of  India

ଅଧିକ ପଢ଼ନ୍ତୁ: ପ୍ରତିଦିନ ଦିଅନ୍ତୁ ୫ମିନିଟ, ଚମକି ଉଠିବ ମୁହଁ

ତ୍ୱଚାକୁ ଥଣ୍ଡା ପାଣିରେ ଧୋଇବା ଦ୍ୱାରା ଏହା ଟାଇଟ ହୋଇଥାଏ। ଯାହା ସୂର୍ଯ୍ୟର ପ୍ରଖର କିରଣରୁ ଚେହେରାକୁ ସାମାନ୍ୟ ବିଗାଡ଼ି ପାରି ନଥାଏ। ଏହା ଆପଣଙ୍କ ସ୍କିନ ସେଲସକୁ ମଧ୍ୟ ସୁସ୍ଥ ରଖିଥାଏ।

ଥଣ୍ଡା ପାଣିରେ ରିଫ୍ରେସିଂଙ୍ଗ ତତ୍ୱ ରହିଥାଏ। ଯାହାଫଳରେ ଆପଣ ଯେତେ ଡାଏଡ ଥାଆନ୍ତୁ କିମ୍ବା ଶୋଇକି ଉଠିଥାଆନ୍ତୁ ଥଣ୍ଡା ପାଣିରେ ମୁହଁ ଧୋଇଦେଲା ମାତ୍ରେ ସତେଜ ଅନୁଭବ ହୋଇଥାଏ।

ଏହା ବ୍ୟତୀତ ଥଣ୍ଡା ପାଣିରେ ମୁହଁ ଧୋଇବା ଦ୍ୱାରା ତ୍ୱଚାର ପୋର୍ସ ସବୁ ଟାଇଟ ହୋଇଯାଇଥାଏ। ଯାହା ତ୍ୱଚା ସମ୍ବନ୍ଧୀୟ ବିଭିନ୍ନ ସମସା ଦୂର କରିଥାଏ।

ବାହାରକୁ ଯାଇଥିଲେ ତୁରନ୍ତ ଆସି ଥଣ୍ଡା ପାଣିରେ ମୁହଁ ଧୁଅନ୍ତୁ। ଏପରି କରିବା ଫଳରେ ମୁହଁରେ ଲାଗିଥିବା ଧୂଳି ମଇଳା ସଫା ହୋଇଯାଇଥାଏ।

ଥଣ୍ଡା ପାଣିରେ ମୁହଁ ଧୋଇବା ଫଳରେ ମୁହଁରେ ଥିବା କ୍ଷତିକାରକ ବ୍ୟାକ୍ଟେରିଆ ଧୋଇ ହୋଇ ଯାଇଥାଏ।

ଅଧିକ ପଢ଼ନ୍ତୁ: ମୁହଁରେ ଗ୍ଲୋ ଆଣିବା ନିଶାରେ କରନ୍ତୁନି ଏହି ୧୩ଟି ଭୁଲ