ଆଜିକାଲି ପ୍ରାୟ ସମସ୍ତଙ୍କରଅଣ୍ଟା ବିନ୍ଧା ଭଳି ସମସ୍ୟା ଦେଖିବାକୁ ମିଳୁଛି। ଅର୍ଦ୍ଧ ଚକ୍ରାସନ କରିବା ଫଳରେ ଏଥିରୁ ଉପଶମ ମିଳିଥାଏ।

ardha chakrasana

ଅଧିକ ପଢ଼ନ୍ତୁ: ମହିଳାମାନଙ୍କ ପାଇଁ ପ୍ରଭାବଶାଳୀ ଆସନ ଭଦ୍ରାସନ

ଅର୍ଦ୍ଧ ଅର୍ଥ ଅଧା ଏବଂ ଚକ୍ର ଅର୍ଥାତ ଚକ। ଏହି ଆସନରେ ଶରୀର ଅଧା ଚକ ଆକାରରେ ହୋଇଯାଉଥିବାରୁ ଏହାକୁ ଅର୍ଦ୍ଧ ଚକ୍ରାସନ କୁହାଯାଏ। ଶରୀରର ସ୍ନାୟୁ ଜନିତ ସମସ୍ୟା ଦୂର କରିବାରେ ଅର୍ଦ୍ଧ ଚକ୍ରାସନ ସାହାଯ୍ୟ କରିଥାଏ।

ଅର୍ଦ୍ଧ ଚକ୍ରାସନର ଉପକାରିତା (Benefits of ardha chakrasana in odia)

ଏହି ଆସନ କରିବା ମେରୁଦଣ୍ଡ ଶକ୍ତ ହୋଇଥାଏ।

ପିଠି ହାଡ଼ ମଜଭୁତ କରିବାରେ ଅର୍ଦ୍ଧ ଚକ୍ରାସନ ସାହାଯ୍ୟ କରିଥାଏ।

ଅର୍ଦ୍ଧ ଚକ୍ରାସନ କରିବା ଫଳରେ ଶରୀରରେ ରକ୍ତ ସଞ୍ଚାଳନ ସଠିକ ଭାବେ ହୋଇଥାଏ।

ସର୍ଭିକାଲ ସ୍ପଣ୍ଡିଲୋସିସରୁ ମୁକ୍ତି ମିଳିଥାଏ।

ମେରୁ ତନ୍ତ୍ର ବା ସ୍ପାଇନାଲ ନର୍ଭକୁ ଶକ୍ତ କରିଥାଏ।

ନିଶ୍ଵାସପ୍ରଶ୍ଵାସ ନେବାର କ୍ଷମତାକୁ ବୃଦ୍ଧି କରିଥାଏ।

କିପରି କରିବେ ଅର୍ଦ୍ଧ ଚକ୍ରାସନ? (How to do ardha chakrasana in odia)

ପ୍ରଥମେ ସିଧା ହୋଇ ଠିଆ ହୁଅନ୍ତୁ। ଦୁଇ ହାତକୁ ଅଣ୍ଟା ପାଖରେ ରଖନ୍ତୁ।

ହାତର ସବୁ ଆଙ୍ଗୁଠି ଯୋଡ଼ି ହୋଇ ରହିବା ଉଚିତ।

ବର୍ତ୍ତମାନ ଏକ ଲମ୍ବା ନିଶ୍ୱାସ ନେଇ ଶରୀରକୁ ଧୀରେ ଧୀରେ ପଛକୁ କରନ୍ତୁ।

ଧ୍ୟାନ ଦିଅନ୍ତୁ ଯେପରିକି ଆପଣଙ୍କ କହୁଣୀ ସମାନ୍ତରାଳ ଭାବେ ରହିବ।

Top 7 health benefits of ardha chakrasana (half wheel pose)

ଅଧିକ ପଢ଼ନ୍ତୁ: ଶ୍ଵାସ ରୋଗୀଙ୍କ ପାଇଁ ଭଲ ବିକଳ୍ପ ପାସାସନ ବ୍ୟାୟାମ

ମୁଣ୍ଡକୁ ତଳକୁ ନିଅନ୍ତୁ ଯେପରିକି ବେକ ମାଂସପେଶୀ ଟାଣି ହୋଇଯିବା ପରି ମନେ ହେବ।

ବର୍ତ୍ତମାନ ସାଧାରଣ ଭାବେ ନିଶ୍ୱାସପ୍ରଶ୍ୱାସ ନିଅନ୍ତୁ।

ଏଭଳି ସ୍ଥିତିରେ ୧୦-୩୦ ସେକେଣ୍ଡ ପର୍ଯ୍ୟନ୍ତ ବିଶ୍ରାମ କରନ୍ତୁ।

ସାଧାରଣ ଅବସ୍ଥାକୁ ଫେରିବା ପାଇଁ ନିଶ୍ବାସ ନେଇ ଧୀରେ ଧୀରେ ଅଣ୍ଟା ସିଧା କରନ୍ତୁ।

ମୁଣ୍ଡକୁ ସାମାନ୍ୟ ସ୍ଥିତିରେ ଆଣିବା ସହ ଧୀରେ ଧୀରେ ପ୍ରଶ୍ଵାସ ଛାଡ଼ନ୍ତୁ।

ସତର୍କତା (Precaution during ardha chakrasana in odia)

ଉଚ୍ଚ ରକ୍ତଚାପରେ ପୀଡ଼ିତ ବ୍ୟକ୍ତି ଏହି ଆସନ କରନ୍ତୁ ନାହିଁ।

ଆପଣଙ୍କର ମୁଣ୍ଡ ବୁଲାଇବା ଭଳି ସମସ୍ୟା ରହିଥିଲେ ଏହି ଆସନ ଅଭ୍ୟାସ କରନ୍ତୁ ନାହିଁ।

ଅଧିକ ପଢ଼ନ୍ତୁ: ଅଣ୍ଟା ବିନ୍ଧାରୁ ମୁକ୍ତି ପାଇଁ ଆପଣାନ୍ତୁ ଏହି ବ୍ୟାୟାମ ଶୈଳୀ