ଆଜିକାଲି ସମସ୍ତଙ୍କ ନିକଟରେ ଅଣ୍ଟା ବ୍ୟଥା ସମସ୍ୟା ଦେଖାଦେଉଛି। ତେବେ ଆସନ୍ତୁ ଜାଣିବା କିଛି ବ୍ୟାୟାମ ଶୈଳୀ ଯଦ୍ଵାରା ଅଣ୍ଟା ସମସ୍ୟାରୁ ମୁକ୍ତି ମିଳିଥାଏ।

ବର୍ତ୍ତମାନ ସବୁ ବୟସର ବ୍ୟକ୍ତିଙ୍କ ନିକଟରେ ଅଣ୍ଟା ବିନ୍ଧା ଭଳି ସମସ୍ୟା ଦେଖା ଦେଉଛି। ଅଣ୍ଟା ବ୍ୟଥା ଯୋଗୁଁ କୌଣସି କାମ କରିବାକୁ ଇଚ୍ଛା ହେଉନାହିଁ। ତେବେ ଏଥିରୁ ରକ୍ଷା ପାଇବା ପାଇଁ ଆପଣ କିଛି ବ୍ୟାୟାମ ଶୈଳୀର ସାହଯ୍ୟ ନେଇପାରିବେ।

ଚେୟାର ସହିତ ବ୍ୟାୟାମ

ଏହି ଏକ୍ସରସାଇଜ ଆପଣ ଯେ କୌଣସି ଟେବଲ କିମ୍ବା ଚେୟାର ସହିତ କରିପାରିବେ। ଚେୟାରରେ ପିଠି ଆଉଜି ବେକକୁ ଲକ କରିନିଅନ୍ତୁ ଓ ଗୋଡ଼କୁ ସିଧା ରଖନ୍ତୁ। ଏହାପରେ ଅଣ୍ଟାର ନିମ୍ନ ଅଂଶକୁ ଧୀରେ ଧୀରେ ଉପରକୁ ଉଠାନ୍ତୁ ଓ ସେହି ପୋଜିସନରେ ନିମ୍ନକୁ ଆସନ୍ତୁ। ଏହି ବ୍ୟାୟାମ ଆପଣଙ୍କୁ ଦିନର ୧୦ ଥର କରିବାକୁ ପଡ଼ିବ।

ହାତକୁ ଅଣ୍ଟା ପର୍ଯ୍ୟନ୍ତ ଟାଣନ୍ତୁ

ଭୂମିରେ ସିଧା ଠିଆ ହେବା ପରେ ନିଜ ଦୁଇ ହାତକୁ କରି ଉପରକୁ ଉଠାନ୍ତୁ ଓ କାନ୍ଧର ନିମ୍ନ ଭାଗ ଆଡ଼କୁ ନେଇ ଅଣ୍ଟା ଛୁଇଁବାକୁ ଚେଷ୍ଟା କରନ୍ତୁ। ଏହି ବ୍ୟାୟାମ ଆପଣ ୫ ମିନିଟ କରିବାକୁ ପଡ଼ିବ।

exercise for waist painଯୋଗ ବ୍ୟାଣ୍ଡିଂ

ଏହି ବ୍ୟାୟାମ କରିବା ପାଇଁ ଭୂମିରେ ଅଣ୍ଟା ରଖି ସିଧା ଶୋଇବା ପରେ ଦୁଇ ପାଦକୁ ଯୋଡ଼ି ଧୀରେ ଧୀରେ ଉଠାନ୍ତୁ ଓ ଧୀରେ ଧୀରେ ଇନ୍ଦ୍ରଧନୁ ଭଳି ମୋଡ଼ି ଏହାକୁ ମୁଣ୍ଡ ପଛ ଆଡ଼କୁ ନେଇ ଯାଆନ୍ତୁ। ଧ୍ୟାନ ରଖନ୍ତୁ ଏହି ବ୍ୟାୟାମ କରିବା ସମୟରେ ଆପଣଙ୍କ ହାତକୁ ସିଧା ରଖନ୍ତୁ ଓ ନିଜ ଜାଗାରୁ ହାତକୁ ଜମା ବି ହଲାନ୍ତୁନି।

ଶେକିଂ ୟୁରୋ ବଡି

ଭୂମି ଉପରେ ଆଣ୍ଠୁ ମାଡ଼ି ବସି ଯାଆନ୍ତୁ। ଦୁଇ ହାତକୁ ଭୂମି ସହ ଲଗାଇ ରଖିବା ସହିତ ଅଣ୍ଟାକୁ ହାଲୁକା କରି ଦିଅନ୍ତୁ। ଏହାପରେ ନିଜ କହୁଣୀକୁ ହାଲୁକା ଭାବେ ମୋଡ଼ି ଶରୀରର ନିମ୍ନ ଆଡ଼କୁ ନିଅନ୍ତୁ ଓ ଶରୀରକୁ ହଲାଇବାକୁ ଚେଷ୍ଟା କରନ୍ତୁ। ଏହି ବ୍ୟାୟାମ ଆପଣଙ୍କୁ ୩୦ରୁ ୬୦ ସେକେଣ୍ଡ ପର୍ଯ୍ୟନ୍ତ କରିବାକୁ ପଡ଼ିବ।

ସ୍ୱିମିଙ୍ଗ ଅନ ଦ ଫ୍ଲୋର୍

ଭୂମିରେ ଅଣ୍ଟା ଲଗାଇ ଶୁଅନ୍ତୁ। ଆଣ୍ଠୁକୁ ଛାତି ପାଖକୁ ଆଣନ୍ତୁ। ଏବେ ଦୁଇ ଗୋଡ଼କୁ ହାତ ସାହାଯ୍ୟରେ ଚାପ ପ୍ରୟୋଗ କରିବା ଲାଗି ବଳ ପ୍ରୟୋଗ କରନ୍ତୁ, ଯାହାଫଳରେ ଅଣ୍ଟା ଟାଣି ହେବ। ଏହାକୁ ମଧ୍ୟ ଲଗାତର ୧୦ ଥର କରିବାକୁ ପଡ଼ିବ।

exercise for waist painବ୍ୟାକ୍ ମସଲ ବ୍ୟାୟାମ

ଏହି ଏକ୍ସରସାଇଜ୍ କରିବା ଲାଗି ଭୂମି ଉପରେ ଛାତି ମାଡ଼ି ଶୋଇ ଯାଆନ୍ତୁ। ଭୂମି ଉପରେ ପୁରା ଶରୀର ଓ ଦୁଇ ହାତକୁ ଏକଦମ ସିଧା ରଖନ୍ତୁ। ଏହାପରେ କାନ୍ଧରୁ ବେକ ଓ ଶରୀରକୁ ୩-୩ ସେକେଣ୍ଡ ପାଇଁ ୩ ଥର ଉପର ଆଡ଼କୁ ନିଅନ୍ତୁ ଓ ରିଲାକ୍ସ କରନ୍ତୁ।