ଭଦ୍ରାସନ ଗର୍ଭବତୀ ମହିଳାମାନଙ୍କ ପାଇଁ ବେଶ ଉପଯୋଗୀ। ନିୟମିତ ଏହି ଆସନ ଅଭ୍ୟାସ କରିବା ଫଳରେ ଋତୁସ୍ରାବ ସମୟରେ ପେଟ ଜନିତ କଷ୍ଟରୁ ମୁକ୍ତି ମିଳିଥାଏ।

ଅଧିକ ପଢ଼ନ୍ତୁ: କରନ୍ତୁ ପଶ୍ଚିମୋତ୍ତାନାସନ ଅଭ୍ୟାସ, ପାଆନ୍ତୁ ପେଟ ରୋଗରୁ ମୁକ୍ତି

ଭଦ୍ରାସନକୁ ଶୁଭ ଆସନ ମଧ୍ୟ କୁହାଯାଇଥାଏ। ମାନସିକ ସ୍ଥିରତା ଏବଂ ଶାନ୍ତି ଆଣିବାରେ ଏହି ଆସନ ସାହାଯ୍ୟ କରିଥାଏ। ଭଦ୍ରାସନର ପ୍ରକୃତ ଅର୍ଥ ହେଉଛି ଦୃଢ଼ତା। ଏହି ଆସନରେ ବ୍ୟକ୍ତି ଅଧିକ ସମୟ ପର୍ଯ୍ୟନ୍ତ ଗୋଟିଏ ଭଙ୍ଗୀରେ ବସିରହିଥାନ୍ତି।

ଭଦ୍ରାସନର ଉପକାରିତା (Benefits of bhadrasana in odia)

ଏହି ଆସନ କରିବା ଫଳରେ ଶରୀର ଏବଂ ମନ ଦୃଢ଼ ହୋଇଥାଏ।

ଗର୍ଭବତୀ ମହିଳାମାନଙ୍କ ଶାରୀରିକ ପରିବର୍ତ୍ତନରେ ସନ୍ତୁଳନ ଆଣିବାରେ ସାହାଯ୍ୟ କରିଥାଏ।

ଋତୁସ୍ରାବ ସମୟରେ ପେଟ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ।

ଆଣ୍ଠୁ ହାଡ଼ ଏବଂ ନିତମ୍ବ ବା ଜଙ୍ଘ ହାଡ଼କୁ ଶକ୍ତ କରି ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ।

ନିୟମିତ ଏହି ଆସନ ଅଭ୍ୟାସ କରିବା ଫଳରେ ପାକସ୍ଥଳୀ ଜନିତ ସମସ୍ତ ସମସ୍ୟା ଦୂର ହୋଇଥାଏ।

ଶରୀର ଭିତର ଅଙ୍ଗକୁ କ୍ରିୟାଶୀଳ କରାଇଥାଏ।

ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହ ଶରୀରକୁ ସୁସ୍ଥ ରଖିଥାଏ।

 

ଅଧିକ ପଢ଼ନ୍ତୁ: ଅଣ୍ଟା ବିନ୍ଧାରୁ ମୁକ୍ତି ପାଇଁ ଆପଣାନ୍ତୁ ଏହି ବ୍ୟାୟାମ ଶୈଳୀ

କିପରି କରିବେ ଭଦ୍ରାସନ? (How to do bhadrasana in odia)

ଭୂମି ଉପରେ ସମତଳ ଭାବେ ଏକ ଆସନ ପକାଇ ବସନ୍ତୁ।

ଦୁଇ ଗୋଡ଼କୁ ସାମ୍ନାକୁ ଲମ୍ବେଇ ଦିଅନ୍ତୁ।

ଆପଣଙ୍କ ଅଣ୍ଟା ସିଧାରେ ହାତ ପାପୁଲିକୁ ଭୂମି ସହ ଲଗାଇ ରଖନ୍ତୁ। ଯେପରିକି ହାତ ଉପରେ ଶରୀରର ଭାର ନ ରହିବା ଉଚିତ। ଏହି ଆସନକୁ ଦଣ୍ଡାସନ କୁହାଯାଏ।

ଦଣ୍ଡାସନରେ ବସି ରହି ନିଶ୍ୱାସ ବାହାରକୁ ଛାଡ଼ନ୍ତୁ ଏବଂ ତଳ ପାଦକୁ ଯୋଡ଼ି ଦିଅନ୍ତୁ।

ବର୍ତ୍ତମାନ ପାଦ ଦୁଇଟିକୁ ଦୁଇ ପାପୁଲିରେ ଜାବୁଡ଼ି ଧରନ୍ତୁ।

ଧୀରେ ଧୀରେ ଆପଣଙ୍କ ପାଦର ଗୋଇଠିକୁ ଯେତେ ସମ୍ଭବ ଭିତରକୁ ଟାଣନ୍ତୁ।

ଏହି ଆସନ କରିବା ସମୟରେ ଯଦି ଜଙ୍ଘ ତଳେ ନ ଲାଗୁଛି ତେବେ ଆପଣ ତଳେ ତକିଆ ବ୍ୟବହାର କରିପାରିବେ।

ଆଖି ବନ୍ଦ କରି ପ୍ରଶ୍ୱାସ ନିଅନ୍ତୁ ଏବଂ ନିଜ ନିଶ୍ୱାସପ୍ରଶ୍ୱାସ ଉପରେ ନିୟନ୍ତ୍ରଣ ଆଣନ୍ତୁ।

ସାଧାରଣ ଅବସ୍ଥାକୁ ଫେରିବା ପାଇଁ ଧୀରେ ଧୀରେ ପ୍ରଶ୍ୱାସ ନେଇ ଆଖି ଖୋଲନ୍ତୁ।

ଗୋଡ଼କୁ ଲମ୍ବା ରଖି ପୁଣି ଦଣ୍ଡାସନ ସ୍ଥିତିରେ ବସି ଯାଆନ୍ତୁ।

ସତର୍କତା (Precaution in bhadrasana in odia)

ଗଣ୍ଠିବାତ ଏବଂ ସାଇଟିକା ସମସ୍ୟାରେ ପୀଡ଼ିତ ବ୍ୟକ୍ତି ଏହି ଆସନ କରନ୍ତୁ ନାହିଁ।

ଅଧିକ ପଢ଼ନ୍ତୁ: ମଧୁମେହ ରୋଗୀ ନିୟମିତ ଅଭ୍ୟାସ କରନ୍ତୁ ଏହି ୩ଟି ଆସନ