ପାସାସନ କରିବା ଫଳରେ ଶ୍ଵାସ ଜନିତ ସମସ୍ୟା ଦୂର ହୋଇଥାଏ। ଚାଲନ୍ତୁ ଜାଣିବା ପାସାସନ କରିବାର ସଠିକ ଉପାୟ ଓ ଏହାରର ଉପକାରିତା ସମ୍ପର୍କରେ।

pasasana exerciseଶ୍ଵାସ ରୋଗ ଏକ ଗୁରୁତର ରୋଗ। ଯେଉଁଥିରେ ବ୍ୟକ୍ତିଙ୍କୁ ନିଶ୍ୱାସପ୍ରଶ୍ଵାସ ନେବାର କଷ୍ଟ ଅନୁଭବ ହୋଇଥାଏ। ସାଧାରଣତଃ ଅଧିକ ଧୂଳିମାଟି ଏବଂ ବିଭିନ୍ନ ପ୍ରଦୂଷଣ ଯୋଗୁଁ ଫୁସଫୁସରେ ଠିକ ମାତ୍ରାରେ ଅମ୍ଳଜାନ ନ ପହଞ୍ଚିବା କାରଣରୁ ଏହି ରୋଗ ହୋଇଥାଏ। ଏସବୁରୁ ମୁକ୍ତି ପାଇବା ପାଇଁ ନିୟମିତ ପାସାସନ କରିବା ଉଚିତ। ଏହି ଆସନ କରିବା ଦ୍ଵାରା ଶ୍ଵାସ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ମିଳିବା ସହିତ ଶରୀରର ଅନେକ ସମସ୍ୟା ଦୂର ହୋଇଥାଏ।

ପାସାସନର ଉପକାରିତା

ଏହି ଆସନକୁ ନିୟମିତ କରିବା ଦ୍ଵାରା ଶ୍ଵାସ ଭଳି ରୋଗ ଦୂର ହୋଇଥାଏ।

ପିଠି, କାନ୍ଧ ଓ ବେକରେ ଯନ୍ତ୍ରଣା ହେଉଥିଲେ ସବୁଦିନେ ଏହି ଆସନ କରନ୍ତୁ। ଦେଖିବେ କିଛି ଦିନ ମଧ୍ୟରେ ଆପଣଙ୍କୁ ସୁଫଳ ମିଳିବ।

ପେଟ ଜନିତ ସମସ୍ୟାରୁ ଦୂର ହୋଇଥାଏ।

ପାସାସନ କରିବା ଫଳରେ ଶରୀରରେ ସଠିକ ଭାବେ ରକ୍ତ ସଞ୍ଚାଳନ ହୋଇଥାଏ।

ପେଟର ଚର୍ବି ହ୍ରାସ କରିବାରେ ପାସାସନ ସାହାଯ୍ୟ କରିଥାଏ।

pasasana exerciseକେମିତି କରିବେ ପାସାସନ?

ପ୍ରଥମେ ଭୂମି ଉପରେ ପୂରା ସିଧା ହୋଇ ଠିଆ ହୁଅନ୍ତୁ।

ବର୍ତ୍ତମାନ ଆଣ୍ଠୁ ମୋଡ଼ି ପାଦ ଉପରେ ସମସ୍ତ ଭାର ଦେଇ ବସିଯାଆନ୍ତୁ ଏବଂ ପାଦ ଭୂମିରେ ସିଧା ରଖନ୍ତୁ।

ତା’ପରେ ଶରୀରର ଉପରି ଭାଗକୁ ଡାହାଣ ପଟକୁ ମୋଡ଼ି ଆଣ୍ଠୁ ପର୍ଯ୍ୟନ୍ତ ଆଣିବାକୁ ଚେଷ୍ଟା କରନ୍ତୁ।

ଡାହାଣ ହାତକୁ ଉପର ଆଡ଼କୁ ଉଠାନ୍ତୁ ଓ ବାମ ପାଦକୁ ସାମ୍ନା ପଟକୁ ରଖନ୍ତୁ। ଏବେ ବାମ ହାତକୁ ଉପର ଆଡ଼କୁ ଉଠାନ୍ତୁ ଓ ପିଠି ପଛ ଆଡ଼କୁ ମୋଡ଼ି ଡାହାଣ ହାତକୁ ଧରନ୍ତୁ।

ମୁଣ୍ଡକୁ ଉପର ପଟକୁ ରଖି ଗଭୀର ଓ ଲମ୍ବା ନିଃଶ୍ବାସ ନିଅନ୍ତୁ।

ଏପରି ନିୟମିତ ଭାବେ ଆପଣ ଉଭୟ ବାମ ଏବଂ ଡାହାଣ ପାଖରେ ୪ରୁ ୫ ଥର ଏହି ଆସନ କରିପାରିବେ।

ସର୍ତକତା

ପ୍ରଥମେ ଏହି ଆସନ ଅଭ୍ୟାସ କରିବା ସମୟରେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ ହୋଇପାରେ। ସେଥିପାଇଁ ପାଖରେ ଶ୍ଵାସ ପମ୍ପ ରଖନ୍ତୁ।

ପାସାସନ କରିବା ପରେ ଅଧିକ ତରଳ ପଦାର୍ଥ ସେବନ କରନ୍ତୁ।

ଉଚ୍ଚ କିମ୍ବା ନିମ୍ନ ତାପମାତ୍ରା ଓ ଅଧିକ ଆର୍ଦ ଜଳବାୟୁରେ ଏହି ଆସନ କରନ୍ତୁ ନାହିଁ।