ଆସନ୍ତୁ ଜାଣିବା ‘WHO’ ପକ୍ଷରୁ ଜାରି ହୋଇଥିବା ଗାଇଡ ଲାଇନ ଅନୁସାରେ, ଖାଦ୍ୟକୁ ସୁରକ୍ଷିତ ରଖିବା ପାଇଁ କେଉଁ ୫ଟି ଜିନିଷ ଉପରେ ବିଶେଷ ଧ୍ୟାନ ଦେବା ନିହାତି ଆବଶ୍ୟକ।

foodବର୍ତ୍ତମାନ କରୋନା ମହାମାରୀ ସମୟରେ ସବୁ ଜିନିଷ ପ୍ରତି ସଚେତନ ହେବା ଉଚିତ। ବିଶେଷ କରି ନିଜ ଖାଦ୍ୟପେୟ ପ୍ରତି ଯତ୍ନବାନ ହେବା ଆବଶ୍ୟକ। ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫରୁ କେତେଗୁଡ଼ିଏ ଗାଇଡଲାଇନ ଜାରି କରାଯାଇଛି। ସଫେଇ ଏବଂ ସୁରକ୍ଷାକୁ ନେଇ ବହୁ ପ୍ରକାର ନିର୍ଦ୍ଦେଶନାମା ମଧ୍ୟ ଜାରି କରାଯାଇଛି। ଏହି କ୍ରମରେ ‘WHO’ ତରଫରୁ ଖାଦ୍ୟ ସୁରକ୍ଷାକୁ ନେଇ କିଛି ଟିପ୍ସ ଦିଆଯାଇଛି। ଏହାସହ କାହିଁକି ଏହା ଜରୁରୀ ସେନେଇ ମଧ୍ୟ ସୂଚନା ଦିଆଯାଇଛି।

ହାତ ଭଲ ଭାବେ ସଫା କରନ୍ତୁ

ଖାଦ୍ୟ ରାନ୍ଧିବା କିମ୍ବା କୌଣସି ବି ଖାଦ୍ୟ ସାମଗ୍ରୀକୁ ଛୁଇଁବା ପୂର୍ବରୁ ହାତକୁ ଭଲ ଭାବରେ ଧୋଇ ଦିଅନ୍ତୁ। ଶୌଚାଳୟରୁ ଆସିବା ପରେ ହାତକୁ ଭଲ ଭାବେ ସାବୁନରେ ଧୁଅନ୍ତୁ। ଖାଇବା ରନ୍ଧା ହେଉଥିବା ପାତ୍ରକୁ ଭଲ ଭାବରେ ଧୋଇ ନିଅନ୍ତୁ ଏହା ସହ ରୋଷେଇ ଘରକୁ ଭିନ୍ନ ଭିନ୍ନ କୀଟ ପତଙ୍ଗ କିମ୍ବା ପଶୁମାନଙ୍କଠାରୁ ଦୂରେଇ ରଖନ୍ତୁ।

foodଅଧିକ ପଢ଼ନ୍ତୁ: ‘WHO’ର ପରାମର୍ଶରେ ଖାଆନ୍ତୁ ଏହି ୫ଟି ଲୌହଯୁକ୍ତ ଖାଦ୍ୟ

ଏପରି କରିବା କାହିଁକି ଜରୁରୀ?

ଅଧିକାଂଶ ଜୀବାଣୁ ରୋଗର କାରଣ ହୋଇ ନଥାନ୍ତି କିନ୍ତୁ ସେମାନେ ଅପରିଷ୍କାର ସ୍ଥାନ, ପାଣି ଏବଂ ପଶୁମାନଙ୍କଠାରେ ଦେଖାଯାଇଥାନ୍ତି। ଏହି ଜୀବାଣୁ ବାସନ ମାଜିବା, ପୋଛିବା ଏବଂ ରୋଷେଇରେ ବ୍ୟବହାର ହେଉଥିବା କପଡ଼ା ଦ୍ୱାରା ସହଜରେ ଆମ ହାତକୁ ଆସିଯାଏ ଏବଂ ହାତ ଦ୍ୱାରା ଏହା ଖାଦ୍ୟରେ ମିଶିଯାଏ। ଏହା ଦ୍ୱାରା ବହୁ ପ୍ରକାର ଖାଦ୍ୟ ଜନିତ ରୋଗ ହୋଇପାରେ।

କଞ୍ଚା ଏବଂ ରନ୍ଧା ଖାଦ୍ୟ ଅଲଗା ଅଲଗା ରଖନ୍ତୁ

କଞ୍ଚା ମାଂସ, ଚିକେନ କିମ୍ବା ସାମୁଦ୍ରିକ ଖାଦ୍ୟକୁ ଅନ୍ୟ ଖାଦ୍ୟ ପଦାର୍ଥଠାରୁ ଦୂରେଇ ରଖନ୍ତୁ। କଞ୍ଚା ଖାଦ୍ୟ ପାଇଁ ବାସନ ଏବଂ ସାମଗ୍ରୀ ଗୁଡ଼ିକୁ ଅଲଗା ରଖନ୍ତୁ । କଞ୍ଚା ଖାଦ୍ୟରେ ବ୍ୟବହାର କରାଯାଉଥିବା କଟିଂ ବୋର୍ଡ ଏବଂ ଛୁରୀର ବ୍ୟବହାର ଅନ୍ୟ ଖାଦ୍ୟ ରାନ୍ଧିବାରେ କରନ୍ତୁ ନାହିଁ। କଞ୍ଚା ଏବଂ ରନ୍ଧା ଖାଦ୍ୟ ମଧ୍ୟରେ ଦୂରତା ବନେଇ ରଖିବା ପାଇଁ ଏହାକୁ କୌଣସି ବନ୍ଦ ବାସନରେ କିମ୍ବା ଘୋଡ଼େଇ ରଖନ୍ତୁ।

foodକଣ ପାଇଁ ଏହା ଜରୁରୀ?

କଞ୍ଚା ଖାଦ୍ୟ ବିଶେଷ ଭାବେ ମାଂସ, ସି ଫୁଡ, ଏବଂ ଏହାର ଜୁସରେ ଭୟଙ୍କର ଜୀବାଣୁ ରହିଥାଏ। ରାନ୍ଧିବା ସମୟରେ ଏହା ଗୋଟିଏ ଖାଦ୍ୟରୁ ଅନ୍ୟ ଖାଦ୍ୟକୁ ଯାଇପାରେ। ତେଣୁ ଏହାକୁ ଅଲଗା ଅଲଗା ରଖିବା ଜରୁରୀ ହୋଇଥାଏ।

ଖାଦ୍ୟକୁ ଭଲ ଭାବେ ରାନ୍ଧନ୍ତୁ

ଖାଦ୍ୟକୁ ଭଲରେ ରାନ୍ଧନ୍ତୁ। ବିଶେଷ କରି ମାଛ, ମାଂସ, ଏବଂ ସି ଫୁଡକୁ ଭଲଭାବରେ ରାନ୍ଧି ଦିଅନ୍ତୁ। ଏହାକୁ ୭୦ଡିଗ୍ରୀ ସେଲସିୟସରେ ଧିରେ ଧିରେ ଫୁଟାଇ ଭଲ ଭାବେ ରାନ୍ଧନ୍ତୁ। ଏହାର ସୁପ୍ କରିବା ସମୟରେ ଧ୍ୟାନ ଦିଅନ୍ତୁ, ଯେମିତି ସୁପର ରଙ୍ଗ ଗୋଲାପି ନ ଦେଖାଯାଏ। ରାନ୍ଧିବା ପରେ ପୁରା ସଫା ଦେଖାଯିବା ଦରକାର। ରନ୍ଧା ଯାଇଥିବା ଖାଦ୍ୟକୁ ଖାଇବା ସମୟରେ ତାହାକୁ ଗରମ କରି ଖାଆନ୍ତୁ।

food

ଅଧିକ ପଢ଼ନ୍ତୁ: ସଠିକ ପୋଷଣ, ସୁସ୍ଥ ଜୀବନ – ସୁସ୍ଥ ରହିବା ପାଇଁ ଆପଣାନ୍ତୁ ‘WHO’ର ୫ଟି ଟିପ୍ସ

ଏମିତି କରିବା କାହିଁକି ଜରୁରୀ?

ଭଲ ଭାବରେ ଖାଦ୍ୟ ରାନ୍ଧିବା ଦ୍ୱାରା କୀଟାଣୁଗୁଡ଼ିକ ମରିଯାଆନ୍ତି। ୭୦ଡିଗ୍ରୀ ତାପମାତ୍ରାରେ ରନ୍ଧା ଯାଇଥିବା ଖାଦ୍ୟ ଖାଇବାରେ ସୁରକ୍ଷିତ ହୋଇଥାଏ। ମଟନ ଏବଂ ଚିକେନ ରାନ୍ଧିବା ସମୟରେ ଏହା ଉପରେ ବିଶେଷ ଧ୍ୟାନ ଦେବା ଆବଶ୍ୟକ।

ଖାଦ୍ୟକୁ ସୁରକ୍ଷିତ ତାପମାତ୍ରାରେ ରଖନ୍ତୁ

ଖାଦ୍ୟକୁ ଘରର ତାପମାତ୍ରାରେରେ ୨ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ରଖନ୍ତୁ ନାହିଁ। ରନ୍ଧା ଖାଦ୍ୟକୁ ଉଚିତ ତାପମାତ୍ରାରେ ଫ୍ରିଜରେ ରଖନ୍ତୁ। ଖାଇବା ସମୟରେ ଖାଦ୍ୟକୁ ୬୦ଡିଗ୍ରୀ ସେଲସିୟସରେ ଗରମ କରନ୍ତୁ। ଖାଦ୍ୟକୁ ଫ୍ରିଜରେ ଅଧିକ ସମୟ ପର୍ଯ୍ୟନ୍ତ ରଖନ୍ତୁ ନାହିଁ।

Different Types of Kitchen Thermometers and Their Usesଏପରି କରିବା କାହିଁକି ଜରୁରୀ?

ଘରର ତାପମାତ୍ରା ରଖାଯାଇଥିବା ଖାଦ୍ୟରେ ଜୀବାଣୁ ବହୁତ ଶିଘ୍ର ବଢ଼ିଥାଏ। ୫ଡିଗ୍ରୀରୁ କମ ଏବଂ ୬୦ ଡିଗ୍ରୀରୁ ଅଧିକ ତାପମାତ୍ରାରେରେ ଏହି ଜୀବାଣୁ ରହିପାରେ ନାହିଁ। କିଛି ଭୟଙ୍କର କୀଟାଣୁ ୫ ଡିଗ୍ରୀରୁ ବି କମ ତାପମାତ୍ରାରେ ବଢ଼ି ପାରନ୍ତି।

ସଫା ପାଣି ଏବଂ କଞ୍ଚା ଖାଦ୍ୟ ପଦାର୍ଥ ବ୍ୟବହାର କରନ୍ତୁ

ପାଣି ଏବଂ ଖାଦ୍ୟ ପ୍ରସ୍ତୁତ କରିବା ସମୟରେ ଶୁଦ୍ଧ ଏବଂ ସଫା ପାଣି ବ୍ୟବହାର କରନ୍ତୁ। ଯଦି ସମ୍ଭବ ପାଣିକୁ ଫୁଟାଇ ପିଅନ୍ତୁ। ପନିପରିବା ଏବଂ ଫଳକୁ ଭଲରେ ଧୋଇ ନିଅନ୍ତୁ । ସତେଜ ଏବଂ ପୃଷ୍ଟିକର ଖାଦ୍ୟ ଖାଆନ୍ତୁ । ଏକ୍ସପାରିଡେଟ୍ ନଥିବା ଖାଦ୍ୟ ପଦାର୍ଥର ବ୍ୟବହାର କରନ୍ତୁ ନାହିଁ

diet_healthy food

ଅଧିକ ପଢ଼ନ୍ତୁ: ଖାଦ୍ୟ ସୁରକ୍ଷା ନେଇ WHO ପରାମର୍ଶ – ରୋଷେଇ କଲାବେଳେ କ’ଣ କରିବେ?

କାହିଁକି ଜରୁରୀ ?

କଞ୍ଚା ସାମଗ୍ରୀ ଅର୍ଥାତ୍ ପାଣି ଏବ ବରଫରେ ମଧ୍ୟ କେତେକ ସମୟରେ ଜୀବାଣୁ ମିଳିଥାନ୍ତି ଯାହା ପାଣିକୁ ବିଶାକ୍ତ କରିଥାଏ । କଞ୍ଚା ଖାଦ୍ୟ ପଦାର୍ଥ କିଣିବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ ଏବଂ ଏହାକୁ ଭଲରେ ଧୋଇ କାଟନ୍ତୁ । ଏହାଦ୍ୱାରା ଖାଦ୍ୟ କିଟାଣୁ ମୁକ୍ତ ହୋଇଯାଏ ।