ଖାଦ୍ୟ ପଦାର୍ଥ ଦ୍ୱାରା କରୋନା ବିସ୍ତାର କରିପାରେ, ବର୍ତ୍ତମାନ ଯାଏଁ ଏମିତି କିଛି ପ୍ରମାଣ ମିଳିନାହିଁ। ତଥାପି ଖାଦ୍ୟ ସୁରକ୍ଷା ପାଇଁ କିଛି ସାବଧାନତା ଆପଣେଇବା ଜରୁରୀ ବୋଲି WHO ପକ୍ଷରୁ ପରାମର୍ଶ ଦିଆଯାଇଛି।।

cooking tipsପରିଷ୍କାର ପରିଚ୍ଛନ୍ନତା ଉପରେ ବିଶେଷ ଗୁରୁତ୍ୱ ଦିଅନ୍ତୁ: ରାନ୍ଧିବା ପୂର୍ବରୁ ଓ କୌଣସି ଖାଦ୍ୟ ପଦାର୍ଥକୁ ଛୁଇଁବା ପୂର୍ବରୁ ଭଲ ଭାବରେ ହାତ ଧୋଇ ଦିଅନ୍ତୁ। ରୋଷେଇ ଘରର ପୃଷ୍ଠକୁ ଭଲ ଭାବରେ ସାନିଟାଇଜ୍ କରନ୍ତୁ। କାରଣ ଏଠାରେ ଜୀବଣୁ ରହିବାର ଯଥେଷ୍ଟ ଆଶଙ୍କା ରହିଛି।ସେହିପରି ଖାଦ୍ୟ ଖାଇବା ଏବଂ ପ୍ରସ୍ତୁତ କରିବା ପୂର୍ବରୁ ହାତ ଧୋଇବା ଅତ୍ୟନ୍ତ ଜରୁରୀ।

 

utensils in kitchenକଞ୍ଚା ମାଂସ, ସାମୁଦ୍ରିକ ଖାଦ୍ୟକୁ ଅଲଗା ରଖନ୍ତୁ: କଞ୍ଚା ମାଂସ, ସାମୁଦ୍ରିକ ଖାଦ୍ୟ ପରି ଅନ୍ୟ ପଦାର୍ଥକୁ ରନ୍ଧା ଖାଦ୍ୟଠାରୁ ଦୂରରେ ରଖନ୍ତୁ। ଏପରିକି ଉଭୟ ଖାଦ୍ୟ ପାଇଁ ଅଲଗା ଅଲଗା ବାସନ ବ୍ୟବହାର କରନ୍ତୁ। ଯେଉଁ ଛୁରୀରେ ଆପଣ ମାଂସ କାଟୁଛନ୍ତି ବା କଟିଙ୍ଗ୍‌ ବେର୍ଡ ବ୍ୟବହାର କରୁଛନ୍ତି ତାଙ୍କୁ ଅନ୍ୟ କୌଣସି ଖାଦ୍ୟ ପ୍ରସ୍ତୁତ ବେଳେ ବ୍ୟବହାର କରନ୍ତୁ ନାହିଁ।  ମାଂସ, ସାମୁଦ୍ରିକ ଖାଦ୍ୟରେ ବିପଜ୍ଜନକ ଅଣୁଜୀବ ଦେଖାଯାଏ। ଖାଦ୍ୟ ପ୍ରସ୍ତୁତି ବେଳେ ଏହା ଅନ୍ୟ ଖାଦ୍ୟକୁ ଯାଇପାରେ। ସେଥିପାଇଁ ଏହାକୁ ଅଲଗା ରଖିବା ଭଲ।

 

use clean water for cookingବିଶୁଦ୍ଧ ଜଳ ବ୍ୟବହାର କରନ୍ତୁ: ରାନ୍ଧିବା ପାଇଁ ବିଶୁଦ୍ଧ ଜଳ ବ୍ୟବହାର କରନ୍ତୁ। ନଚେତ ପାଣିକୁ ଫୁଟାନ୍ତୁ ଓ ଏହାକୁ ଥଣ୍ଡା କରି ରୋଷେଇ କରନ୍ତୁ।  ଫଳ ଏବଂ ପନିପରିବାକୁ ଧୋଇବାକୁ ଭୁଲନ୍ତୁ ନାହିଁ।
vegetable cookingଖାଦ୍ୟକୁ ଭଲ ଭାବେ ରାନ୍ଧନ୍ତୁ: ରୋଷେଇ କଲା ବେଳେ ଧ୍ୟାନ ରଖନ୍ତୁ ଯେ, ଯେମିତି କୌଣସି ଖାଦ୍ୟ କଞ୍ଚା ନରହେ। ଖାସ କରି ଅଣ୍ଡା, ଚିକେନ୍, ଏବଂ ଅନ୍ୟାନ୍ୟ ସମୁଦ୍ର ଖାଦ୍ୟକୁ ଧୀରେ ଧୀରେ ୭୦ ° ରେ ସେଲସିୟସରେ ସିଝାଇ ଭଲ ଭାବରେ ରାନ୍ଧିବା ଉଚିତ୍।

ଖାଦ୍ୟକୁ ସୁରକ୍ଷିତ ତାପମାତ୍ରାରେ ରଖନ୍ତୁ: ରନ୍ଧା ଖାଦ୍ୟକୁ ଫ୍ରିଜରେ ଉପଯୁକ୍ତ ତାପମାତ୍ରାରେ ରଖନ୍ତୁ। ଖାଦ୍ୟ ଖାଇବା ପୂର୍ବରୁ ଏହାକୁ ସର୍ବନିମ୍ନ ୬୦ ° ସେଲସିୟସ ତାପମାତ୍ରାରେ ଗରମ କରନ୍ତୁ। ଖାଦ୍ୟକୁ ଅଧିକ ସମୟ ଫ୍ରିଜରେ ରଖନ୍ତୁ ନାହିଁ।