ସୁସ୍ଥ ଜୀବନ ପାଇଁ ପୁଷ୍ଟିକର ଖାଦ୍ୟର କେତେ ଆବଶ୍ୟକତା ରହିଛି? ଏନେଇ ଜାଣନ୍ତୁ WHOର ପରାମର୍ଶ।

low fat diet

ଆମେ ପ୍ରତିଦିନ କେଉଁ ଭଳି ଖାଦ୍ୟ ଗ୍ରହଣ କରୁଛେ ଏବଂ କିପରି ଜୀବନଶୈଳୀ ବିତାଉଛେ ତାହା ଉପରେ ଆମ ପୂରା ଜୀବନ ନିର୍ଭର କରୁଛି। ଅସୁନ୍ତଳିତ ଖାଦ୍ୟପେୟ ଶରୀରରେ ମେଦବହୁଳତା, ହୃଦରୋଗ ଓ ମଧୁମେହ ଭଳି ରୋଗକୁ ପ୍ରଶ୍ରୟ ଦିଏ। ତେଣୁ ନିଜର ଖାଇବାପିଇବା ଉପରେ ଧ୍ୟାନ ଦେବା ଆବଶ୍ୟକ।

ଶିଶୁକୁ ସ୍ତନ୍ୟପାନ କରାନ୍ତୁ

ନବଜାତ ଶିଶୁ ପାଇଁ ମା’ କ୍ଷୀର ସବୁଠୁ ଭଲ ପୋଷଣ ଭାବେ କାମ କରେ। ତେଣୁ ଜନ୍ମରୁ ୬ମାସ ପର୍ଯ୍ୟନ୍ତ ଶିଶୁମାନଙ୍କୁ କେବଳ ମା’ କ୍ଷୀର ଦିଅନ୍ତୁ। ମା’ କ୍ଷୀର ପିଲାମାନଙ୍କ ଶାରୀରିକ ଏବଂ ମାନସିକ ବିକାଶ ପାଇଁ ବେଶ୍‌ ଲାଭଦାୟକ। ସେମାନଙ୍କୁ ଅନ୍ୟ ଖାଦ୍ୟ ଦିଅନ୍ତୁ ନାହିଁ।  ଶିଶୁଟିଏ ଦିନସାରା ଯେତେଥର ଖାଇବାକୁ ଖୋଜୁଛି ସେତେଥର ମା’ କ୍ଷୀର ଦିଅନ୍ତୁ।

୬ ମାସ ପରେ ମା’ କ୍ଷୀର ସହ ବିଭିନ୍ନ ପୋଷଣଯୁକ୍ତ ଖାଦ୍ୟ ଖାଇବାକୁ ଦିଅନ୍ତୁ। ଭିନ୍ନ ଭିନ୍ନ ପୁଷ୍ଟିକର ଖାଦ୍ୟ ଶିଶୁର ବିକାଶ କରାଏ। ୨ବର୍ଷରୁ ଅଧିକ ବୟସ ନ ହେବା ପର୍ଯ୍ୟନ୍ତ ନିୟମିତ ଭାବେ ଶିଶୁକୁ ସ୍ତନ୍ୟପାନ କରାନ୍ତୁ। ଛୋଟ ପିଲାମାନଙ୍କ ଖାଇବାରେ ଲୁଣ କିମ୍ବା ଚିନି ମିଶାନ୍ତୁ ନାହିଁ।

mother breastfeeding

କାହିଁକି ସ୍ତନ୍ୟପାନ ଜରୁରୀ?

ମା କ୍ଷୀରରେ ସବୁପ୍ରକାର ପୋଷଣ ତତ୍ୱ ରହିଛି ଯାହାକି ପ୍ରଥମ ଛଅ ମାସ ଶିଶୁର ସୁସ୍ଥ ବିକାଶ କରିବାରେ ସାହାଯ୍ୟ କରିଥାଏ। ମା’ କ୍ଷୀର ଖାଇବା ଯୋଗୁଁ ଶିଶୁର ଓଜନ ସନ୍ତୁଳିତ ରହିଥାଏ। ମଧୁମେହ, ହୃଦରୋଗ ଏବଂ ଷ୍ଟ୍ରୋକ ଭଳି ରୋଗରେ ପୀଡ଼ିତ ହେବାର ଆଶଙ୍କା ଦେଖା ଯାଇନଥାଏ।

ବିଭିନ୍ନ ପ୍ରକାର ଖାଦ୍ୟ ଖାଇବା

ପ୍ରତିଦିନ ବିଭିନ୍ନ ପ୍ରକାର ପନିପରିବା ଖାଦ୍ୟରେ ସାମିଲ କରନ୍ତୁ। ଗହମ, ମକା, ଆଳୁ, କାଜୁ, ଲେମ୍ବୁ, ମସୁର ଡାଲି, ପନିପରିବା ଖାଇବା ଦ୍ୱାରା ଶରୀରକୁ ପୋଷଣ ମିଳିଥାଏ। ଆପଣ ମାଂସ, ମାଛ, ଅଣ୍ଡା ଏବଂ କ୍ଷୀରରୁ ମଧ୍ୟ କିଛି ମାତ୍ରାରେ ପୋଷଣ ପାଇପାରିବେ।

କାହିଁକି ଖାଇବେ ବିଭିନ୍ନ ଖାଦ୍ୟ?

ଭିନ୍ନ ଭିନ୍ନ ଖାଦ୍ୟରୁ ଅଲଗା ପ୍ରକାରର ଭିଟାମିନ ମିଳେ। ପ୍ରତିଦିନ ସବୁପ୍ରକାର ଖାଦ୍ୟ ଖାଇଲେ ଆମ ଶରୀରକୁ ସଠିକ ପୋଷଣ ମିଳିପାରେ। ଫଳରେ ଆମର ମାନସିକ ବିକାଶ ହୋଇଥାଏ। ଛୋଟପିଲାଠାରୁ ଆରମ୍ଭ କରି ବୟସ୍କ ଲୋକମାନେ ତାଜା ଖାଦ୍ୟ ଖାଇଲେ ସେଥିରୁ ଆବଶ୍ୟକୀୟ ପୁଷ୍ଟି ପାଇପାରନ୍ତି। ଚିନି ଓ ଲୁଣକୁ ଅଧିକ ମାତ୍ରାରେ ଖାଇଲେ ଶରୀରରେ ଚର୍ବି ବଢ଼ିଥାଏ ଯାହା ମେଦବହୁଳତାକୁ ପ୍ରଶୟ ଦେଇଥାଏ। ଛୋଟ ଶିଶୁମାନଙ୍କର ବିକାଶ ପାଇଁ ସୁସ୍ଥ ଏବଂ ସନ୍ତୁଳିତ ଖାଦ୍ୟ ଖାଇବାକୁ ହେବ। ଅଧିକ ସକ୍ରିୟ ଜୀବନଯାପନ ପାଇଁ ବୟସ୍କ ଲୋକମାନେ ବିଭିନ୍ନ ପୋଷଣଯୁକ୍ତ ଖାଦ୍ୟ ଖାଇବା ଉଚିତ।

fruits

ପନିପରିବା ଏବଂ ଫଳମୂଳ ଖାଇବା

ଗୋଟିଏ ପ୍ରକାର ଫଳରେ ସବୁପ୍ରକାର ଭିଟାମିନ ନଥାଏ। ତେଣୁ ସବୁପ୍ରକାର ଫଳ ଖାଆନ୍ତୁ। ସ୍ନାକରେ ଲୁଣ, ଚିନି ଜାତୀୟ ଖାଦ୍ୟ ଖାଇବାଠାରୁ ଭଲ କଞ୍ଚା ପନିପରିବା ଏବଂ ଫଳ ଖାଆନ୍ତୁ। ପରିବା ଓ ଫଳମୂଳକୁ ଅଧିକ ସିଝାନ୍ତୁ ନାହିଁ। ଏହା ଦ୍ୱାରା ପରିବାର ଭିଟାମିନ ନଷ୍ଟ ହୋଇଯାଏ। ଅଧିକ ସୁଗାରଯୁକ୍ତ ବା ଲୁଣିଆ ଖାଦ୍ୟଠାରୁ ଦୂରରେ ରହନ୍ତୁ।

କାହିଁକି ଖାଇବା ପନିପରିବା?

ପନିପରିବା ହେଉଛି ଭିଟାମିନ, ମିନେରାଲଲ୍ସ, ପ୍ରୋଟିନ ଏବଂ ଆଣ୍ଟିଅକ୍ସିଡାଣ୍ଟର ଗୁରୁତ୍ୱପୂର୍ଣ୍ଣ ଉତ୍ସ। ନିୟମିତ ରୂପେ ଖାଦ୍ୟରେ ପନିପରିବା ଏବଂ ଫଳ ଖାଇଲେ ମଧୁମେହ, ମେଦବହୁଳତା ଓ ବିଭିନ୍ନ ପ୍ରକାର କର୍କଟ ହେବାର ଆଶଙ୍କା କମ ଥାଏ।

କମ୍‌ ତେଲଯୁକ୍ତ ଖାଦ୍ୟ ଖାଆନ୍ତୁ

ଖାଦ୍ୟରେ ଉଦ୍ଭିଦଜାତ ତେଲ ବ୍ୟବହାର କରନ୍ତୁ। ଅଲିଭ, ସୋୟା ଏବଂ ସୁର୍ଯ୍ୟମୁଖୀ ତେଲରେ ଫ୍ୟାଟ କମ ଥାଏ। ଅଧିକ ତେଲ ଓ ଚର୍ବି ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ଯେଉଁମାନେ ଅଧିକ ସନ୍ତୁଳିତ ଚର୍ବି ଏବଂ ତେଲ ଖାଆନ୍ତି, ସେମାନଙ୍କୁ ହୃଦଘାତ ହେବାର ଆଶଙ୍କା ଅଧିକ।

sugar for health

କମ ଲୁଣ ଚିନି ଖାଆନ୍ତୁ

ରାନ୍ଧିବା ବେଳେ ଖାଇବାରେ ବେଶୀ ଲୁଣ ଏବଂ ଚିନି ପକାନ୍ତୁ ନାହିଁ। ଯାହା ଶରୀରରେ ଚର୍ବି ବଢ଼େଇଥାଏ। ମୃଦୁ ପାନୀୟ,ସୋଡ଼ା ଓ ଅନ୍ୟାନ୍ୟ ସୁଗାରଯୁକ୍ତ ପାନୀୟଠାରୁ ନିଜକୁ ଦୂରରେ ରଖନ୍ତୁ। ବିସ୍କୁଟ, ଚକଲେଟରେ ଅଧିକ ଶର୍କରା ଥାଏ, ତେଣୁ ଚକଲେଟ ଏବଂ କେକ ନଖାଇ ଫଳ ଖାଆନ୍ତୁ। ଖାଦ୍ୟରେ ଅଧିକ ସୁଗାର ରହିଲେ ମୋଟା ହେବାର ଆଶଙ୍କା ଅଧିକ ଥାଏ ଓ ଦାନ୍ତ କ୍ଷୟ ହେବାର ସମ୍ଭାବନା ମଧ୍ୟ ରହିଛି।

ମଦ୍ୟପାନରୁ ଦୂରଇ ରହନ୍ତୁ

ଆଜିକାଲି ମଦ୍ୟପାନ ଏକ ପ୍ରକାର ଫ୍ୟାସନ ପାଲଟିଗଲାଣି। ମଦ୍ୟପାନ କଲେ ଯକୃତ ନଷ୍ଟ, ହୃଦ ରୋଗ ଏବଂ ମାନସିକ ରୋଗ ଦେଖାଦେଇଥାଏ। ମଦ ପିଇବା ଫଳରେ ଅନ୍ୟ ଖାଦ୍ୟ ଖାଇବାକୁ ଇଚ୍ଛା ହୋଇନଥାଏ, ଯାହାକି ଶରୀରକୁ ସଠିକ ପୋଷଣ ଯୋଗାଇବାରେ ସମସ୍ୟା କରାଏ।