ଅଫିସ ହେଉ କିମ୍ଵା ଘର ଗୋଟିଏ ଜାଗାରେ ଅଧିକ ସମୟ ବସି ରହି କାମ କଲେ ବିଭିନ୍ନ ସମସ୍ୟା ଦେଖାଦେଇଥାଏ।

back pain

ଅଧିକ ପଢ଼ନ୍ତୁ: ଅଫିସରେ ଏହି ସବୁ ଛୋଟ ଛୋଟ ଭୁଲ ଆପଣଙ୍କ ପାଇଁ ହୋଇପାରେ କ୍ଷତିକାରକ

ଅଫିସରେ ନିଜର ଡେସ୍କ ଉପରେ ପାଣି ବୋତଲ ନିହାତି ରଖନ୍ତୁ। ପ୍ରଥମ କଥା ହେଲା ପାଣି ପିଇବା ଫଳରେ ଶରୀରରେ ଜଳୀୟ ଅଂଶ କମ୍ ହେବନାହିଁ। ଦ୍ୱିତୀୟତଃ ଶରୀରରେ ଶକ୍ତିର ସ୍ତର ନିୟନ୍ତ୍ରିତ ହୋଇ ରହିବ। ତୃତୀୟ କଥା ହେଲା ପାଣି ଅଧିକ ପିଇଲେ ଚର୍ବି କମିଥାଏ।

ପ୍ରତି ଅଧ ଘଣ୍ଟାରେ ଟିକେ ବ୍ରେକ୍ ନିଅନ୍ତୁ ଓ ୩୦ ସେକେଣ୍ଡ ପାଇଁ ଛିଡ଼ା ହୁଅନ୍ତୁ ବା ଚାଲନ୍ତୁ। ଏହି ସମୟରେ ଶିଡ଼ିରେ ଏପଟ ସେପଟ ହୁଅନ୍ତୁ। ନହେଲେ ନିଜର ପାଣି ବୋତଲ ନିଜେ ଭରି ଆଣନ୍ତୁ।

କମ୍ପ୍ୟୁଟର ସାମ୍ନାରେ ଅଧିକ ସମୟ ଧରି କାମ କରିବାକୁ ପଡୁଥିଲେ ମଝିରେ ମଝିରେ ଆଖିକୁ ବନ୍ଦ ରଖନ୍ତୁ। ଡାକ୍ତରମାନଙ୍କ କହିବାନୁସାରେ ଏକ ମିନିଟ୍ ବ୍ୟବଧାନରେ ଆଖି ପତାକୁ ବାରମ୍ବାର ତଳ ଉପର କରିବା ଦ୍ୱାରା ଆଖିର ବ୍ୟାୟାମ ହୋଇଥାଏ ଓ ଆଖିକୁ ରିଲାକ୍ସ ମିଳିଥାଏ।

ଅଧିକ ପଢ଼ନ୍ତୁ: କର୍ମଜୀବୀମାନେ ଆଦୌ ଭୁଲନ୍ତୁ ନାହିଁ ଏହି ୮ଟି କଥା, ହୋଇପାରେ ଅନେକ ସମସ୍ୟା

ସବୁବେଳେ ସିଧା ବସନ୍ତୁ। ଅଫିସରେ ବସିବା ବେଳେ ଗୋଡ଼ ଉପରେ ଗୋଡ଼ ପକାଇ ବସନ୍ତୁ ନାହିଁ।

କମ୍ପ୍ୟୁଟରକୁ ସବୁବେଳେ ମୁହଁ ସିଧାରେ ରଖନ୍ତୁ, ଯେପରିକି ଆପଣଙ୍କ ମନିଟର ଆପଣଙ୍କ ଆଖିର ସିଧାରେ ଥିବ। ଫଳରେ କମ୍ପ୍ୟୁଟରକୁ ସିଧା ଦେଖିପାରିବେ।

କମ୍ପ୍ୟୁଟରକୁ ଅତି ନିକଟରୁ ଦେଖିଲେ ଆଖି ଉପରେ ଏହାର କୁପ୍ରଭାବ ପଡ଼ିଥାଏ। ସେହିପରି ଦୂରରେ ରଖିଲେ ଆଖିରେ ଜ୍ୱଳନ ହେବାର ଆଶଙ୍କା ଅଧିକ ଥାଏ। କମ୍ପ୍ୟୁଟରକୁ ସବୁବେଳେ ହାତେ ବ୍ୟବଧାନରେ ରଖନ୍ତୁ।

ଅଫିସରେ କାର୍ଯ୍ୟ କରିବା ପାଇଁ ସଠିକ ଚେୟାର ଚୟନ କରନ୍ତୁ। ଫଳରେ ଅଣ୍ଟା, ପିଠି ଦରଜ ହେବ ନାହିଁ।

ଅଧିକ ପଢ଼ନ୍ତୁ: ଅଫିସ ଯାଉଥିବା ମହିଳାମାନେ ଜାଣି ରଖନ୍ତୁ ଏହି ଟିପ୍ସ