ଅଫିସରେ କେବଳ କାମର ଚାପ ନୁହଁ ଅନ୍ୟ ଛୋଟ ଛୋଟ କାରଣ ଯୋଗୁ ବ୍ୟକ୍ତି ଶାରୀରିକ ଏବଂ ମାନସିକ ଦୁର୍ବଳ ହୋଇପଡ଼େ।

office

ଅଧିକ ପଢ଼ନ୍ତୁ: ଜାଣନ୍ତୁ, ଏହି ୬ଟି ଟିପ୍ସ ରଖିବ ଆପଣଙ୍କୁ ଅଫିସ ଚାପରୁ ମୁକ୍ତି

ଆଜିକାଲି ପ୍ରାୟ ଲୋକଙ୍କର ଅଫିସରେ ୧୨-୧୩ ଘଣ୍ଟା ବିତୁଛି। ଅଫିସରେ କାମ ଚାପ ଏବଂ ଦାୟିତ୍ୱ ଯୋଗୁଁ ବ୍ୟକ୍ତି ଚାପଗ୍ରସ୍ତ ହୋଇପଡ଼ୁଛି। ମାତ୍ର ଏହି ସମସ୍ୟା ପାଇଁ ଅନ୍ୟ କେତେକ କାରକ ମଧ୍ୟ ଦାୟୀ। ସେସବୁରେ କୌଣସି ବ୍ୟତିକ୍ରମ ଦେଖାଗଲେ ବ୍ୟକ୍ତି ଶାରୀରିକ ଏବଂ ମାନସିକ ଭାବେ ଚିନ୍ତିତ ହୋଇପଡ଼େ। ଭୁଲ ବସିବା ଶୈଳୀ ହେଉ କିମ୍ବା ଅଧିକ ସମୟ କମ୍ପ୍ୟୁଟର ବ୍ୟବହାର ଯୋଗୁଁ ବିରକ୍ତ ହୋଇଯାଏ। ତେବେ ଜାଣନ୍ତୁ ଅଫିସରେ କେଉଁସବୁ ବିଷୟ ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ।

ଚେୟାର

ଆପଣ ବସୁଥିବା ସ୍ଥାନରେ ଉପଯୁକ୍ତ ଚେୟାର ନଥିଲେ ଅଣ୍ଟା ଓ ମେରୁଦଣ୍ଡ ଦରଜ ହୋଇଥାଏ। ଚେୟାରରେ ଆଗକୁ ନଇଁକରି ବସି କାମ କରିବା ଦ୍ୱାରା ଅଣ୍ଟା ଦରଜ ହୋଇପାରେ।

ପ୍ରତିକାର

ଠିକ ଢଙ୍ଗରେ କାମ କରିବା ପାଇଁ ବସିବାର ଶୈଳୀ ଠିକ ହେବା ଦରକାର। ଦୀର୍ଘ ସମୟ ବସୁଥିବା ଚେୟାର ଆରାମ ଦାୟକ ହେବା ଦରକାର। ପ୍ଲାଷ୍ଟିକ ଚେୟାର ଅପେକ୍ଷା ଗଦି ଏବଂ ତୁଳାଯୁକ୍ତ ଚେୟାର ବ୍ୟବହାର କରିବା ଭଲ। ଚେୟାରରେ ବସିବା ବେଳେ ଆପଣଙ୍କ ମେରୁଦଣ୍ଡକୁ ସିଧା କରି ବସନ୍ତୁ। ନଚେତ ଆପଣଙ୍କ ଅଣ୍ଟା ଓ ପିଠି ଦରଜ ହୋଇପାରେ। ଯଦି ଆପଣ କମ୍ପ୍ୟୁଟରରେ କାମ କରୁଛନ୍ତି ତେବେ ଆପଣଙ୍କ ଚେୟାରକୁ ସ୍କ୍ରିନ ଅନୁଯାୟୀ ସମାନ ଉଚ୍ଚତାରେ ରଖନ୍ତୁ।

ମୋବାଇଲ ଫୋନ

ଯଦି ମୋବାଇଲ ବ୍ୟବହାରର ଆବଶ୍ୟକ ରହିଛି ତେବେ ଇୟର ଫୋନ କିମ୍ବା ହେଡ ଫୋନ ବଦଳରେ କଥା ନ ହୋଇ ସ୍ପିକର ମୋଡ ରଖି କଥା ହୁଅନ୍ତୁ। ଏପରି କରିବା ଫଳରେ କାନ ଏବଂ ମୁଣ୍ଡ ଯନ୍ତ୍ରଣା କମ ହୋଇଥାଏ।

eye problem

ଅଧିକ ପଢ଼ନ୍ତୁ: କରୋନା ବେଳେ ଅଫିସରେ କେମିତି ରହିବେ ସୁରକ୍ଷିତ?

କମ୍ପ୍ୟୁଟର

ଅଧିକ ସମୟ କମ୍ପ୍ୟୁଟର ଦେଖିବା ଫଳରେ ଆଖି ଏବଂ ମୁଣ୍ଡ ଯନ୍ତ୍ରଣା ହୋଇଥାଏ। କାମ କରିବାକୁ ଇଚ୍ଛା ହୁଏ ନାହିଁ।

ପ୍ରତିକାର

କି ବୋର୍ଡ ଏବଂ ମାଉସ ଗୋଟିଏ ସମତଳରେ ରଖନ୍ତୁ। କମ୍ପ୍ୟୁଟର ବ୍ୟବହାର କରୁଥିବା ସମୟରେ ଅଣ୍ଟା ସିଧା ହୋଇ ରହିବା ଆବଶ୍ୟକ। ଆପଣଙ୍କ ଛାତି ପାଖକୁ ହାତର ବାହୁ ଏବଂ କହୁଣୀ କିମ୍ବା ସାମାନ୍ୟ ତଳେ ରହିବା ଉଚିତ। କମ୍ପ୍ୟୁଟର ସ୍କ୍ରିନରୁ ଆଖିର ଦୂରତାରେ ରଖିବା ଆବଶ୍ୟକ।

ଲାପଟପ ଏବଂ ଆଖି ମଧ୍ୟରେ ଗୋଟିଏ ପାଦର ଦୂରତା ରଖିବା ଜରୁରୀ। ଲାପଟପକୁ ଅତି ନିକଟରୁ ଦେଖନ୍ତୁ ନାହିଁ। ଲଗାତାର ଅଧିକ ସମୟ ସ୍କ୍ରିନକୁ ଦେଖିବାବେଳେ ଅନେକ ଲୋକ ଆଖିପତାକୁ ବନ୍ଦ କରିବାକୁ ଭୁଲିଯାଆନ୍ତି। ଏପରିକି ଅନେକ ସମୟ ପର୍ଯ୍ୟନ୍ତ ଆଖିପତା ପକାନ୍ତି ନାହିଁ। ଏଭଳି ଅଭ୍ୟାସ ଠାରୁ ଦୂରେଇ ରୁହନ୍ତୁ। ପରଦାକୁ ଦେଖିବାବେଳେ ଆଖିପତାକୁ ପକେଇବାକୁ ଭୁଲନ୍ତୁ ନାହିଁ। ନଚେତ ଆଖିର ସ୍ତର ଅର୍ଥାତ ଲୁହର ସ୍ତର ଶୁଖିଯାଏ। କ୍ରମାଗତ ଭାବରେ ସ୍କ୍ରିନ ସାମ୍ନାରେ ବସିବା ଠାରୁ ଦୂରେଇ ରୁହନ୍ତୁ। ଶିଫ୍ଟ ଟାଇମିଂ ସମୟରେ ଏକ ବିରତି ନିଅନ୍ତୁ ଏବଂ ଆଖିରେ ପାଣି ଛିଞ୍ଚନ୍ତୁ।

ମୁଣ୍ଡ

କମ୍ପ୍ୟୁଟର ଦେଖିବା ବେଳେ ମୁଣ୍ଡ ସିଧା ରଖନ୍ତୁ। ଚେୟାରରେ ବସିବା ବେଳେ ମୁଣ୍ଡ ସିଧା ନ ରଖିଲେ ବେକ ଏବଂ ମୁଣ୍ଡ ଦରଜ ହୋଇଥାଏ।

ଆଖି

କେତେକ କ୍ଷେତ୍ରରେ ଅନେକ ବ୍ୟକ୍ତି ଅନ୍ୟ ସମସ୍ତ କାର୍ଯ୍ୟକଳାପ ପାଇଁ ଚଷମା ବ୍ୟବହାର କରନ୍ତି ନାହିଁ। କେବଳ କମ୍ପ୍ୟୁଟର ବ୍ୟବହାର ପାଇଁ ନିର୍ଦ୍ଦିଷ୍ଟ ଚଷମା ପିନ୍ଧିଥାଆନ୍ତି। ଏହା ଦ୍ୱାରା ସେମାନଙ୍କୁ କମ୍ପ୍ୟୁଟର ଭିଜନ ସିଣ୍ଡ୍ରୋମ ହେବାର ଆଶଙ୍କା କମ ଥାଏ।

ସ୍କ୍ରିନ ଆଲୋକ

ବିଶେଷ କରି ଓଭରହେଡ ଆଲୋକ କିମ୍ବା ପରଦାରୁ ଆସୁଥିବା ଚମକକୁ ଏଡ଼ାଇବା ପାଇଁ କମ୍ପ୍ୟୁଟର ସ୍କ୍ରିନରେ କମ ଲାଇଟ ରଖନ୍ତୁ। ଡେସ୍କ ଲ୍ୟାମ୍ପରେ ଅଳ୍ପ ଉଜ୍ୱଳ ବଲ ବ୍ୟବହାର କରନ୍ତୁ।

back pain

ଅଧିକ ପଢ଼ନ୍ତୁ: ଜାଣନ୍ତୁ, ଅଫିସରେ ନିଦ ଆସିବାର ୫ଟି କାରଣ

ଅଫିସରେ ଷ୍ଟ୍ରେଚିଂ ଏବଂ ଯୋଗ

ଅଫିସରେ କାମ ମଝିରେ ମଝିରେ ଆପଣ ବିଭିନ୍ନ ଷ୍ଟ୍ରେଚିଂ ଏକ୍ସରସାଇଜ କରିପାରିବେ। ବେକ, ଗୋଡ଼, ହାତ ଏବଂ ଫେସ ଷ୍ଟ୍ରେଚିଂ କରିବା ଫଳରେ ଆପଣଙ୍କୁ ଆରାମ ମିଳିପାରିବ ଏବଂ କାମ କରିବାକୁ ଇଚ୍ଛା ହୋଇଥାଏ। ବସିବା ସମୟରେ ଯେଉଁ ସବୁ ଯୋଗ କିମ୍ବା ଆସନ କରିବା ସମ୍ଭବ ସେସବୁ ଆପଣ କରିପାରିବେ। ଏହା ଦ୍ଵାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହେବା ସହ ବ୍ୟକ୍ତି ଚାପମୁକ୍ତ ହୋଇଥାଏ।