ଶୋଇବା ପୂର୍ବରୁ ମୁହଁରେ ଲାଗିଥିବା ମେକଅପ ସଫା କରିବା ଉଚିତ। ଏପରି କରିବା ଫଳରେ ମୁହଁରେ ଚମକ ବଜାୟ ରହିବା ସହ କୌଣସି ସମସ୍ୟା ହୋଇନଥାଏ।

skin care

ଅଧିକ ପଢ଼ନ୍ତୁ: ଥଣ୍ଡା ପାଣି ତ୍ୱଚା ପାଇଁ କେତେ ଜରୁରୀ?

ଅନେକ ସମୟରେ ରାତିରେ କୌଣସି ପାର୍ଟିରୁ ଫେରିବା ପରେ ଆମେ ମେକଅପ ଛଡ଼େଇବା ଭୁଲି ଯାଇଥାଉ। ଯାହା ଫଳରେ ପରବର୍ତ୍ତୀ ମୁହୂର୍ତ୍ତରେ ମୁହଁରେ ଅନେକ ସମସ୍ୟା ଦେଖା ଦେଇଥାଏ। ଆପଣ ଜାଣିଛନ୍ତି କି ରାତିରେ ମୁହଁରେ କୌଣସି ମେକଅପ ରଖି ଶୋଇବା ଫଳରେ ଶୀଘ୍ର ଚର୍ମ କୁଞ୍ଚନ ସହ ମୁହଁ କଳା ପଡ଼ିଯାଇଥାଏ। ତେଣୁ ରାତିରେ ମୁହଁକୁ ଭଲ ଭାବେ ସଫା କରି ଶୋଇବା ଉଚିତ।

ମେକଅପ ସଫା କରନ୍ତୁ

ଦିନ ସମୟରେ ମୁହଁରେ ଲଗାଇଥିବା ମେକଅପ କେହି କେହି ରାତିରେ ସଫା କରିବାକୁ ଭୁଲି ଯାଇଥାନ୍ତି। ସ୍କିନକୁ ହାଇଡ୍ରେଟ ଏବଂ ସଫ୍ଟ ରଖିବା ପାଇଁ ମିସେଲାର ଓ୍ଵାଟର ବ୍ୟବହାର କରନ୍ତୁ।

କ୍ଲିନଜିଙ୍ଗ କରନ୍ତୁ

ମୁହଁରୁ ମେକଅପ ଛଡ଼େଇବା ପରେ ଅନ୍ୟାନ୍ୟ ଛୋଟ ଛୋଟ ପ୍ରଡକ୍ଟ ସଫା କରିବା ପାଇଁ କ୍ଲିନଜର ବ୍ୟବହାର କରନ୍ତୁ। ଏପରିକି କୌଣସି ପ୍ରଡକ୍ଟ ଲଗାଇବା ପୂର୍ବରୁ ମୁହଁକୁ ଭଲ ଭାବେ କ୍ଲିନଜରରେ ସଫା କରିବା ଉଚିତ। ଯାହା ଦ୍ଵାରା ମେକଅପ ଅଧିକ ସମୟ ପର୍ଯ୍ୟନ୍ତ ମୁହଁରେ ରହିପାରିବ।

ଟୋନର ଲଗାନ୍ତୁ

ରାତି ସମୟରେ ସ୍କିନ କେୟାର ପ୍ରକ୍ରିୟାରେ ଟୋନରକୁ ସାମିଲ କରନ୍ତୁ। କ୍ଲିନଜିଙ୍ଗ କରିବା ପରେ ଟୋନର ବ୍ୟବହାର କଲେ ତ୍ୱଚାର ପିଏଚ ସ୍ତର ବଜାୟ ରହିଥାଏ। ସ୍କିନ ଟେକ୍ସଚର ବୃଦ୍ଧି କରିବାରେ ଟୋନର ସାହାଯ୍ୟ କରିଥାଏ।

What Does Toner Do for Skin - L'Oréal Paris

ଅଧିକ ପଢ଼ନ୍ତୁ: ମୁହଁରେ ହେବାକୁ ଦିଅନ୍ତୁ ନାହିଁ ବୟସ ଛାପ, ଆପଣାନ୍ତୁ ଏହି ୬ଟି ଟିପ୍ସ

ନାଇଟ କ୍ରିମ ଲଗାନ୍ତୁ

ମୁହଁ ଭଲ ଭାବେ ସଫା କରିବା ପରେ ନାଇଟ କ୍ରିମ ଲଗାଇ ପାରିବେ। ଅବଶ୍ୟକୀୟ କ୍ରିମକୁ ନେଇ ଆଙ୍ଗୁଠି ସାହାଯ୍ୟରେ ମୁହଁରେ ସଠିକ ଭାବେ ମାସାଜ କରନ୍ତୁ।

ମଶ୍ଚରାଇଜର ବ୍ୟବହାର କରନ୍ତୁ

ଉତ୍ତମ ମାନର ମଶ୍ଚରାଇଜର ଆପଣଙ୍କ ତ୍ୱଚାକୁ ନରମ ଏବଂ ସୁସ୍ଥ ରଖିଥାଏ। ସ୍କିନକୁ ହାଇଡ୍ରେଟ ଏବଂ କୋମଳ ରଖିବା ପାଇଁ ଆପଣ ମୁହଁରେ ମଶ୍ଚରାଇଜର ବ୍ୟବହାର କରିପାରିବେ। ଏହା ମୁହଁରେ ସେରମ ଭଳି କାମ କରିଥାଏ।

ଅଧିକ ପଢ଼ନ୍ତୁ: ଉଜ୍ୱଳ ତ୍ୱଚା ପାଇଁ ଡାଏଟ୍‌ରେ ସାମିଲ କରନ୍ତୁ ଏହି ୮ଟି ଖାଦ୍ୟ